ଜାଣନ୍ତୁ କେଉଁ କମ୍ପାନୀ କିଣିଲା ଏଲନ ମସ୍କଙ୍କ ଏକ୍ସକୁ ?

'ଏକ୍ସ' କୁ ବିକ୍ରି କରି ଦେଇଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ। ଏନେଇ ଏଲନ ମସ୍କ ନିଜେ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏହି ପ୍ଲାଟଫର୍ମକୁ କୃତ୍ରିମ ବୁଦ୍ଧିମତ୍ତା କମ୍ପାନୀ ଏକ୍ସ ଏଆଇ କୁ ବିକ୍ରି କରିଛନ୍ତି।
ଆପଣ ଏବେ ଭାବୁଥିବେ ଏକ୍ସ (ଟ୍ବିଟର) କୁ କିଣିବା ପରେ ଏଲନ ମସ୍କ ବ୍ୟାପକ ପରିବର୍ତ୍ତନ କରିଥିଲେ। ନାମ ପରିବର୍ତ୍ତନ ଠାରୁ ନେଇ ଲୋଗ ପରିବର୍ତ୍ତନ ପର୍ଯ୍ୟନ୍ତ। ହେଲେ ଏବେ ପୁଣି ବିକ୍ରି କଲେ କାହିଁକି ?
ଏଲୋନ୍ ମସ୍କ ଯେଉଁ କମ୍ପାନୀକୁ ଏକ୍ସକୁ ବିକ୍ରି କରିଛନ୍ତି, ତାହା ମଧ୍ୟ ତାଙ୍କ ନିଜର ଅନ୍ୟ ଏକ କମ୍ପାନୀ। ଯାହା ଏକ୍ସ ଏଆଇ ନାମରେ ଜଣାଶୁଣା। ଏକ୍ସକୁ କିଣିବା ପାଇଁ ଏକ୍ସଏଆଇ ୩୩ ବିଲିୟନ ଡଲାର ଖର୍ଚ୍ଚ କରିଛି। ସମ୍ପୂର୍ଣ୍ଣ ଷ୍ଟକ୍ କାରବାରରେ ଏହି କିଣାବିକା ହୋଇଛି। ଏନେଇ ମସ୍କ କହିଛନ୍ତି ଏକ୍ସ ଓ ଏକ୍ସଏଆଇର ଭବିଷ୍ୟତ ଅଙ୍ଗାଅଙ୍ଗୀ ଭାବେ ଜଡିତ। ଏକ୍ସଏଆଇକୁ ଆଗକୁ ବଢାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମସ୍କ। "ଆନୁଷ୍ଠାନିକ ଭାବରେ ତଥ୍ୟ, ମଡେଲଗୁଡ଼ିକୁ ଏକ୍ସ ଏଆଇ ସହ ସେୟାର କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଏଆଇର ଦକ୍ଷତା ସହ ଏକ୍ସକୁ ଆହୁରି ଉନ୍ନତ ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଆହୁରି ସ୍ମାର୍ଟ କରିବାକୁ ଯୋଜନା କରାଯାଇଛି।
📱 Get Argus News App
✨@xAI has acquired @X in an all-stock transaction. The combination values xAI at $80 billion and X at $33 billion ($45B less $12B debt).
— Elon Musk (@elonmusk) March 28, 2025
Since its founding two years ago, xAI has rapidly become one of the leading AI labs in the world, building models and data centers at…
ସୂଚନାଯୋଗ୍ୟ : ଏକ୍ସଏଆଇକୁ ୨୦୨୩ ରେ ଲଞ୍ଚ କରାଯାଇଥିଲା। ଏହା ଏକ ଷ୍ଟାର୍ଟଅପ୍ କମ୍ପାନୀ ଯାହା ୨୦୨୩ ମସିହାରେ ଏଲୋନ୍ ମସ୍କଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏଥିରେ ମସ୍କଙ୍କ ସହିତ ୧୨ ଜଣ ଅଭିଜ୍ଞ ବ୍ୟକ୍ତି ସାମିଲ ହୋଇଥିଲେ। ଯେଉଁମାନଙ୍କର ଚାର୍ଟ ଜିପିଟି, ଗୁଗଲ ଡିପ୍ ମାଇଣ୍ଡ ଓ ଏଆଇ ପ୍ରୋଜେକ୍ଟରେ କାମ କରିବାର ଅଭିଜ୍ଞତା ରହିଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ କାଲିଫର୍ନିଆର ସାନ ଫ୍ରାନ୍ସିସ୍କୋରେ ରହିଛି।