Videos
|
International

ଟ୍ରମ୍ପକୁ ଟକ୍କର ଦେବାକୁ ମସ୍କ କରିବେ ରାଜନୀତି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
 ଟ୍ରମ୍ପକୁ ଟକ୍କର ଦେବାକୁ ମସ୍କ କରିବେ ରାଜନୀତି

Key Points

ବଢୁଛି ଟ୍ରମ୍ପ ଓ ମସ୍କ ବିବାଦ

ରାଜନୈତିକ ଦଳ ଗଠନ କରିବେ ଟ୍ରମ୍ପ

ଲୋକଙ୍କ ଠାରୁ ନେଲେ ମତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କଙ୍କ ମଧ୍ୟରେ ଏବେ ଚାଲିଛି ତିକ୍ତ ଲଢେଇ। ଏକଦା ସହଯୋଗୀ ଭାବରେ ବିବେଚିତ ହେଉଥିବା ଏହି ଦୁଇ ବନ୍ଧୁ ଏବେ ଉଭୟଙ୍କ ବିରୋଧୀ ହୋଇଯାଇଛନ୍ତି। ଏହି ବିବାଦ ମଧ୍ୟରେ, ମସ୍କ ଏକ ନୂତନ ରାଜନୈତିକ ଦଳ ଗଠନ କରିବେ ବୋଲି ସଙ୍କେତ ଦେଇଛନ୍ତି। ମସ୍କ ଏକ୍ସରେ ଏକ ପୋଲ୍‌ ପୋଷ୍ଟ କରି କହିଛନ୍ତି ଏବେ ଏକ ନୂତନ ରାଜନୈତିକ ଦଳ ଗଠନ କରିବାର ସମୟ କି ?


ଏହି ପୋଲରେ ୪୧ ଲକ୍ଷରୁ ଅଧିକ ଭୋଟ ମିଳିଥିବା ବେଳେ ୮୧% ଲୋକେ ନୂଆ ଦଳ ଗଠନକୁ ସମର୍ଥନ କରିଛନ୍ତି। ମସ୍କ ଏହାକୁ ‘ଆମେରିକା ପାର୍ଟି’ ନିଆଯିବ ବୋଲି ଉଲ୍ଲେଖ କରିଛନ୍ତି। ରିପବ୍ଲିକାନ ଓ ଡେମୋକ୍ରାଟ ଦଳ ଆମେରିକାରେ ରହିଥିବା ବେଳେ ଆମେରିକା ପାର୍ଟି ନାମରେ ମସ୍କ ଏକ ରାଜନୈତିକ ଦଳ ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲାଗଶିପ୍ ପଲିସି ତଥା ଟିକସ ବିଲ୍‌କୁ ଶିଳ୍ପପତି ଏଲନ ମସ୍କ କଡ଼ା ସମାଲୋଚନା କରିବା ପରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ବଢିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଭି ଗାଡି କ୍ଷେତ୍ରରେ ଆମେରିକା ସରକାର ଦେଉଥିବା ସବ୍‌ସିଡି ହ୍ରାସ କରିବାକୁ ନେଇ ଟ୍ରମ୍ପ-ଏଲନ ମୁହାଁମୁହିଁ ହୋଇଛନ୍ତି । ଟେସଲା ସେୟାରରେ ୧୭ ପ୍ରତିଶତ ହ୍ରାସ ଘଟିଛି । ଏଲନ ମସ୍କଙ୍କୁ ୧୦୦ ବିଲିୟଲ ଡଲାର ଅର୍ଥାତ୍ ପ୍ରାୟ ୮୬ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିଛି । ମସ୍କ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ଟ୍ରମ୍ପଙ୍କ ସହିତ ତାଙ୍କର ମତାନ୍ତର ହୋଇଥିବା ଚର୍ଚ୍ଚା ବଢ଼ିଥିଲା। ଏହା ପରେ ଟ୍ରମ୍ପଙ୍କ ଟିକସ ବିଲକୁ ବିରୋଧ କରିଥିଲେ ମସ୍କ, ଯାହା ଦୁଇ ଜଣଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟକୁ ଦର୍ଶାଇଥିଲା।


ମସ୍କ ନିକଟରେ ଦାବି କରିଛନ୍ତି, ମୁଁ ନଥିଲେ ଟ୍ରମ୍ପ ନିର୍ବାଚନରେ ହାରିଥାନ୍ତେ। ମତ ଭେଦକୁ ଟ୍ରମ୍ପ ସ୍ବୀକାର କରିଛନ୍ତି। ଆଗାମୀ ଦିନରେ ସମ୍ପର୍କ ଭଲ ରହିନପାରେ ବୋଲି ସେ କହିଛନ୍ତି। ମୁଁ ମସ୍କଙ୍କୁ ନେଇ ଅସନ୍ତୁଷ୍ଟ। ସେ ଯେତବେଳେ ମୋତେ ସାହାଯ୍ୟ କରିଥିଲେ ସେତେବେଳେ ସେ ବିଲ୍‌ର ଭିତିରି କଥା ଜାଣିଥିଲେ। ମାତ୍ର ଏବେ ଯେତେବେଳେ ଇଭି ପଦକ୍ଷେପ ନେଲା ତା ପରଠାରୁ ତାଙ୍କର କାହିଁକି ଅସୁବିଧା ହେଲା ବୋଲି ଟ୍ରମ୍ପ ପ୍ରଶ୍ନ କରିଛନ୍ତି।

Elon Musk to form political party | Argus News