UNGA / ଭାରତ ବିରୋଧରେ ପୁଣି କହିଲା ତୁର୍କୀ

Key Points
ଭାରତ ବିରୋଧରେ ପୁଣି କହିଲା ତୁର୍କୀ
ଜାତିସଂଘରେ ଉଠାଇଲା କାଶ୍ମୀର ପ୍ରସଙ୍ଗ
ପାକିସ୍ତାନ ଆତଙ୍କବାଦ ପାଇଁ ଆଦୌ ଦାୟୀ ନୁହେଁ: ତୁର୍କୀ
ନୂଆଦିଲ୍ଲୀ: ଭାରତ ବିରୋଧୀ କାର୍ଯ୍ୟରୁ ନିବୃତ୍ତ ହେଉନି ତୁର୍କୀ। ବାରମ୍ବାର ଭାରତ ବିରୋଧରେ ବିଷ ଓଗାଳୁଛି। ପାକିସ୍ତାନ ପ୍ରେମରେ କାଶ୍ମିର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇବାକୁ ଚେଷ୍ଟା କରିଛି ତୁର୍କୀ। କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଚାହୁଁଛି। ଜାତିସଂଘର ସାଧାରଣ ସଭା ଆରମ୍ଭ ହୋଇଛି। ଏଥିରେ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ନିଜର ଭାଷଣରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ପରୋକ୍ଷରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ନିର୍ଦ୍ଦେଷ ବୋଲି ବି ଘୋଷଣା କରିଥିଲେ।
କାଶ୍ମୀରରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ବିଷୟରେ କହି ସେ କହିଥିଲେ ଯେ କାଶ୍ମୀର ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ହେବା ଉଚିତ। ଭାରତ ଏବଂ ପାକିସ୍ତାନକୁ ଆଲୋଚନାରେ ସାମିଲ ହେବାକୁ ସେ ପରାମର୍ଶ ଦେଇଥିଲେ। ଏର୍ଡୋଗାନ୍ କହିଥିଲେ, "କାଶ୍ମୀର ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ହେବା ଉଚିତ, ଏବଂ ଏହି ସମାଧାନ କାଶ୍ମୀରୀ ଲୋକଙ୍କ ଇଚ୍ଛା ଅନୁଯାୟୀ ହେବା ଉଚିତ। ଦକ୍ଷିଣ ଏସିଆରେ ଶାନ୍ତି ଜରୁରୀ। ଆମେ ଏପ୍ରିଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିକୁ ସ୍ୱାଗତ କରୁଛୁ।"
📱 Get Argus News App
✨ଏର୍ଡୋଗାନ୍ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଦୋଷମୁକ୍ତ କରିଥିଲେ, ଯାହା ଦ୍ୱାରା ଏହା ଦେଖାଯାଇଥିଲା ଯେ ପାକିସ୍ତାନ ଆତଙ୍କବାଦ ପାଇଁ ଆଦୌ ଦାୟୀ ନୁହେଁ। ଏର୍ଡୋଗାନ୍ କହିଥିଲେ, "ଭାରତ ଏବଂ ପାକିସ୍ତାନ ଏକାଠି ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ଉଚିତ।" ତେବେ ପାକିସ୍ତାନ ସହିତ ତୁର୍କୀର ଏକ ଦୃଢ଼ ସମ୍ପର୍କ ଓ ସହଯୋଗ ରହିଛି। ଅପରେସନ ସିନ୍ଦୂର ସମୟରେ ମଧ୍ୟ ତୁର୍କୀ ପାକିସ୍ତାନକୁ ସପକ୍ଷରେ ଆସି ସାହାଯ୍ୟ କରିଥିଲା। ଆଉ ଏବେ ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛି।
ତେବେ ଏର୍ଡୋଗାନ ଜାତିସଂଘର ମଞ୍ଚରୁ ଗାଜାରେ ଚାଲିଥିବା ଇସ୍ରାଏଲୀ ଆକ୍ରମଣକୁ ବି ନିନ୍ଦା କରି ଏହାକୁ ନରସଂହାର ବୋଲି କହିଥିଲେ। ଏର୍ଡୋଗାନ କହିଥିଲେ, "ଗାଜାରେ ଏବେ ବି ନରସଂହାର ଚାଲିଛି। ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି।" ସେପଟେ ଭାରତ କାଶ୍ମୀର ସମ୍ପର୍କରେ ତୁର୍କୀର ବୟାନକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସିଛି। ଭାରତ ବାରମ୍ବାର ଦୋହରାଇଛି ଯେ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା, ଯାହା ଉପରେ ତୁର୍କୀର କହିବାର କୌଣସି ଅଧିକାର ନାହିଁ।
Related Topics
Explore more stories