|
logo
Live
Argus News App
GET APP

Argus News - ରୁଲବୁକର ନିୟମ ଭାଙ୍ଗିଛି ମେଟା !

International

ରୁଲବୁକର ନିୟମ ଭାଙ୍ଗିଛି ମେଟା !

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରୁଲବୁକର ନିୟମ ଭାଙ୍ଗିଛି ମେଟା !

ଅର୍ଗସ ବ୍ୟୁରୋ: ବିଶ୍ୱବାସୀଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ ଅନେକଙ୍କର ଦିନର ଅଧିକାଂଶ ସମୟ କଟିଯାଉଛି। ଏହାଦ୍ୱାରା ନିଜ ଅଜାଣତରେ ନିଜର କ୍ଷତି ହିଁ ହେଉଛି। ଲାପ୍‌ଟପ୍‌, ଟ୍ୟାବ୍‌, ମୋବାଇଲରେ ନୂଆ ନୂଆ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରି ଦିନରାତି ସେଥିରେ ବୁଡ଼ି ରହୁଛନ୍ତି ଅନେକେ। ବିଶେଷକରି ପାଠପଢୁଆ ପିଲାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର କରିବାର ପ୍ରବଣତା ଅଧିକ। ବିଭିନ୍ନ ସୋସିଆଲ ମିଡ଼ିଆ ଏକ ଅଦୃଶ୍ୟ ଦୁନିଆ। ଆଉ ଏହି ଅଦୃଶ୍ୟ ଦୁନିଆରେ ଥରେ ପାଦ ରଖିଲେ ଆଉ ବାହାରିବାକୁ ଇଚ୍ଛା ହେବ ନାହିଁ। ତେବେ ଏସବୁ ଭିତରେ ସୋସିଆଲ ମିଡିଆ ପ୍ଲଟଫର୍ମ କମ୍ପାନୀ ମେଟାର ବଢ଼ିପାରେ ଅଡୁଆ। ୟୁଜର୍ସଙ୍କ ସହିତ ବଡ ଧୋକା କରିଛି ମେଟା। ଫେସବୁକ ଏବଂ ଇନଷ୍ଟାଗ୍ରାମ ସେମାନଙ୍କ ଉପଭୋକ୍ତାଙ୍କୁ ଦୁଇଟି ବିକଳ୍ପ ଦେଇଛି, ପ୍ରଥମ ବିକଳ୍ପରେ ଉପଭୋକ୍ତାମାନଙ୍କୁ ବିଜ୍ଞାପନ ଦେଖିବାକୁ ପଡିବ ସେହିପରି, ଦ୍ୱିତୀୟ ବିକଳ୍ପରେ ଟଙ୍କା ଦେଇ ବିଜ୍ଞାପନ ଅପସାରଣ କରିବାକୁ ବିକଳ୍ପ ରହିଛି।

କିନ୍ତୁ ୟୁଜର୍ସଙ୍କ ବିନା ଅନୁମତିରେ ପ୍ଲାଟଫର୍ମରେ ବ୍ୟକ୍ତିଗତ ବିଜ୍ଞାପନ ଦେଖାଇବା ଆରମ୍ଭ କରିଛି ମେଟା। ଏଥିପାଇଁ କମ୍ପାନୀକୁ ଦେବାକୁ ପଡିପାରେ ଜୋରମାନା। ନୂଆ ଡିଜିଟାଲ ପ୍ରତିଯୋଗିତା ରୁଲବୁକର ନିୟମ ଭାଙ୍ଗିଥିବା ନେଇ ହୋଇଛି ଅଭିଯୋଗ। ୟୁରୋପୀୟ ୟୁନିଅନର ସର୍ବୋଚ୍ଚ ନ୍ୟାୟାଳୟ ଉପଭୋକ୍ତାମାନଙ୍କର ଗୋପନୀୟତା ଏବଂ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ପାଇଁ ନୂଆ ନିୟମ ପ୍ରଣୟନ କରିଥିଲେ। ଏଭଳି ପରିସ୍ଥିତିରେ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମରେ ବିଜ୍ଞାପନ ଦେଖାଇବାକୁ ବ୍ୟବହାରକାରୀଙ୍କଠାରୁ ଅନୁମୋଦନ ନେବାକୁ ପଡିବ। କିନ୍ତୁ ମେଟା 'ଦେୟ ବା ଅନୁମୋଦନ ' ନିୟମ ଭାଙ୍ଗିଛି।

ମେଟା ନଭେମ୍ୱରରୁ ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବିଜ୍ଞାପନ ଡିଲିଟ୍‌ କରିବାର ବିକଳ୍ପ ପ୍ରଦାନ କରୁଛି। ବିଜ୍ଞାପନ ହଟାଇବା ପାଇଁ ମେଟା ଡେସ୍କଟପ୍‌ ବ୍ୟବହାରମାରୀଙ୍କୁ ମାସକୁ୧୦ ୟୁରୋ ଚାର୍ଜ କରିଥାଏ। ଏଥିସହିତ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଉପଭୋକ୍ତାମାନଙ୍କୁ ନିଜ ପସନ୍ଦ ଅନୁଯାୟୀ ତଥ୍ୟ ଉପରେ ଆଧାରିତ ବିଜ୍ଞାପନ ଡିଲିଟ୍‌ କରିବାକୁ ମାସକୁ ୧୩ ୟୁରୋ ଦେୟା ଦେବାକୁ ପଡିଥାଏ।ୟୁରୋପୀୟ କମିଶନ କହିଛନ୍ତି ଯେ ମେଟାର ମଡେଲ୍‌ ବ୍ୟବହାରକାରୀଙ୍କୁ ମୁକ୍ତ ଭାବେ ଅନୁମୋଦନ କରିବାର ଅଧିକାର ଦେଇନି। ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍‌ ଇତ୍ୟାଦି ଅନେକ ମେଟା ପ୍ଲାଟଫର୍ମରେ ଉପଭୋକ୍ତାମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଉପରେ ଆଧାର କରି ବିଜ୍ଞାପନ ଦେଖାଇବାକୁ ଅନୁମୋଦନ ନେବା ଜରୁରୀ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆୟୋଗ କହିଛି ଯେ, ମେଟାର ମଡେଲ ଉପଭୋକ୍ତାମାନଙ୍କୁ ସବୁ ପ୍ଲାଟଫର୍ମରେ କମ୍‌ ବ୍ୟକ୍ତଗତ ହେବାର ସୁଯୋଗ ଦେଇନଥାଏ। ମେଟାକୁ ବର୍ତ୍ତମାନ ଆୟୋଗକୁ ଏହାର ଉତ୍ତର ଦେବାକୁ ପଡିବ। ଏଥିସହିତ, କମ୍ପାନୀକୁ ବିଶ୍ୱ ରାଜସ୍ୱର ୧୦ ପ୍ରତିଶତ ଜରିମାନା ଦେବାକୁ ପଡିବ। ଏ ଖବର ପରେ ସୋସିଆଲ ମିଡିଆ ବ୍ୟବହାକାରୀଙ୍କ ଉପରେ ପଡିଛି ବଡ ଚିନ୍ତା।

ଅଧିକ ପଢ଼ନ୍ତୁ ବିଦେଶ ଖବର: 


 

Sponsored
ରୁଲବୁକର ନିୟମ ଭାଙ୍ଗିଛି ମେଟା ! | Argus News