Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବଡ ବଡ ବୈଜ୍ଞାନିକମାନେ ବି ନିଜ ଉଦ୍ଭାବନର ଶିକାର, ଜାଣନ୍ତୁ କିଛି କାହାଣୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବଡ ବଡ ବୈଜ୍ଞାନିକମାନେ ବି ନିଜ ଉଦ୍ଭାବନର ଶିକାର, ଜାଣନ୍ତୁ କିଛି କାହାଣୀ

Key Points

ମେରୀ କ୍ୟୁରୀ ରେଡିଅମ ଆବିଷ୍କାର କରିଥିବା ଯୋଗୁଁ ସମ୍ମାନନୀୟ ନୋବେଲ ପୁରଷ୍କାର ପାଇଥିଲେ ।

ଜର୍ମାନୀ ବୈଜ୍ଞାନିକ ମ୍ୟାକ୍ସ ବେଲିଅର, ରକେଟ ଉଦ୍ଭାବନ ପାଇଁ କାମ କରୁଥିବା ବେଳେ ବିସ୍ଫୋରଣରେ ଫସିଥିଲେ ।

ବିଜ୍ଞାନ... ଦୁନିଆକୁ ନୂଆ ଦିଶା ଦେଖାଇଛି । ବିଶ୍ୱକୁ ପରିବର୍ତ୍ତନମୁଖୀ କରିବା ପଛରେ ବିଜ୍ଞାନର ବଡ଼ ଭୂମିକା ରହିଛି । ବିଜ୍ଞାନର ବିକାଶ ସହିତ ବିଭିନ୍ନ ଦେଶ ନିଜର ଅର୍ଥନୈତିକ ଓ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛନ୍ତି। କିନ୍ତୁ ବିଜ୍ଞାନ ପାଇଁ କିଛି ବୈଜ୍ଞାନିକଙ୍କୁ ସେମାନଙ୍କର ଉଦ୍ଭାବନ ପାଇଁ ଦୁଃଖଦ ପରିସ୍ଥିତି ଭୋଗିବାକୁ ପଡ଼ିଛି । ଏପରି ଅନେକ ବୈଜ୍ଞାନିକ ଅଛନ୍ତି ଯେଉଁମାନେ କେବଳ ନୂତନ ଉଦ୍ଭାବନ କରିନାହାଁନ୍ତି, ବରଂ ପରୀକ୍ଷଣରେ ଭୁଲ୍ ହେତୁ ଜୀବନ ମଧ୍ୟ ହରାଇଛନ୍ତି । ଏହି ଦୁର୍ଘଟଣା ଦର୍ଶାଏ ବୈଷୟିକ ପ୍ରଗତି ସହିତ ସତର୍କତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆଜି ଆମେ ସେହି ବୈଜ୍ଞାନିକମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ନିଜ ନିଜ ଉଦ୍ଭାବନର ଶିକାର ହୋଇଛନ୍ତି ।


ଜର୍ମାନୀ ବୈଜ୍ଞାନିକ ମ୍ୟାକ୍ସ ବେଲିଅର, ଯିଏ ରକେଟର ଉଦ୍ଭାବନ ପାଇଁ କାମ କରୁଥିବା ସମୟରେ ୧୯୩୦ରେ ଏକ ବିସ୍ଫୋରଣରେ ଫସିଯାଇଥିଲେ । କଠିନ ପରିଶ୍ରମ ଏବଂ ଉତ୍ସାହ ସହ କାମ କରୁଥିବା ସତ୍ତ୍ୱେ ସେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତାଙ୍କର ଅଭିଜ୍ଞତା ଅନ୍ୟ ବୈଜ୍ଞାନିକମାନଙ୍କ ପାଇଁ ଏକ ଚେତାବନୀ ଥିଲା, ନୂତନ ଉଦ୍ଭାବନ ମଧ୍ୟ ବିପଦ ସହିତ ଆସିଥାଏ ବୋଲି ବାର୍ତ୍ତା ଦେଇଥିଲା ।


ସେହିପରି ଦୁନିଆର ମହାନ ବୈଜ୍ଞାନିକ ମେରୀ କ୍ୟୁରୀ ରେଡିଅମ ଆବିଷ୍କାର କରିଥିବା ଯୋଗୁଁ ସମ୍ମାନନୀୟ ନୋବେଲ ପୁରଷ୍କାର ପାଇଥିଲେ । କିନ୍ତୁ ନିରନ୍ତର ଅନୁସନ୍ଧାନ ହେତୁ ତାଙ୍କ ଶରୀର ବିକିରଣର ସମ୍ମୁଖୀନ ହୋଇଥିଲା ଏବଂ ଶେଷରେ ଆପ୍ଲାଷ୍ଟିକ୍ ଏନେମିଆରେ ତାଙ୍କର ଜୀବନ ଚାଲିଯାଇଥିଲା । ମେରୀ କ୍ୟୁରୀଙ୍କ କାହାଣୀ କହେ ବୈଜ୍ଞାନିକମାନଙ୍କୁ ସଫଳତା ସହିତ ବେଳେବେଳେ ଭାରି ମୂଲ୍ୟ ଦେବାକୁ ପଡେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆୟରଲାଣ୍ଡ ବୈଜ୍ଞାନିକ ଥୋମାସ୍ ଆଣ୍ଡ୍ର୍ୟୁରସ୍ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଜାହାଜ ଟାଇଟାନିକ୍ ଡିଜାଇନ୍ କରିଥିଲେ । ଜାହାଜକୁ ସୁରକ୍ଷିତ ରଖିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ, କିନ୍ତୁ ଯେତେବେଳେ ଟାଇଟାନିକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ସେତେବେଳେ ସେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପ୍ରାଣ ହରାଇଥିଲେ। ଶେଷ ମୁହୂର୍ତ୍ତରେ ତାଙ୍କ ହୃଦୟ ଭାଙ୍ଗିଗଲା ଏବଂ ଇତିହାସରେ ତାଙ୍କର ସ୍ମୃତି ଅମର ହୋଇଗଲା ।


ୱିଲିୟମ୍ ବୁଲକ୍ ପ୍ରିଣ୍ଟିଂ ମେସିନ୍ ଉଦ୍ଭାବନ କରିଥିଲେ । କିନ୍ତୁ ଯାନ୍ତ୍ରିକ ସମସ୍ୟା ହେତୁ ବିକଶିତ କରିବା ବେଳେ ତାଙ୍କ ପାଦ ମେସିନରେ ଅଟକି ଯାଇଥିଲା । ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ହେତୁ ସେ ଗୋଡ ହରାଇଲେ । ଶେଷରେ ସେହି ଯନ୍ତ୍ରଣାରୁ ସେ ମୁକ୍ତି ପାଇଲେ ନାହିଁ, ଯେଉଁଥିପାଇଁ ସେ ମୃତ୍ୟୁ ବରଣ କଲେ ।


ଋଷର ବୈଜ୍ଞାନିକ ଆଲେକ୍ସଜାଣ୍ଡାର୍ ବଗଦାନୋଭ୍ ଯୌବନ ବଜାୟ ରଖିବା ପାଇଁ ବ୍ଲଡ ଟ୍ରାନ୍ସଫ୍ୟୁଜନର ପ୍ରୟୋଗ କରିଥିଲେ । ୧୧ ଥର ରକ୍ତ ନେବା ପରେ ଥରେ ମ୍ୟାଲେରିଆ ଏବଂ ଯକ୍ଷ୍ମା ଦ୍ୱାରା ସଂକ୍ରମିତ ରକ୍ତ ନେବା ପରେ ସେ ଗୁରୁତର ଅସୁସ୍ଥ ହୋଇ ଶେଷରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ପରୀକ୍ଷଣ ବୈଜ୍ଞାନିକମାନଙ୍କ ପାଇଁ ବିପଦର ନୂତନ ଦିଗଗୁଡିକ ପ୍ରକାଶ କଲା ।

Sponsored
Even great scientists are victims of their own inventions, know some stories | Argus News