Videos
|
International

Coldplay 'kiss cam' Concert , ଇସ୍ତଫା ପରେ ଏବେ ପତିଙ୍କ ସହ ଡିଭୋର୍ସ ଫାଇଲ କଲେ ପୂର୍ବତନ ଏଚ୍‌ଆର୍

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
Coldplay 'kiss cam' Concert , ଇସ୍ତଫା ପରେ ଏବେ ପତିଙ୍କ ସହ ଡିଭୋର୍ସ ଫାଇଲ କଲେ ପୂର୍ବତନ ଏଚ୍‌ଆର୍

Key Points

ଅଫିସରେ ରୋମାନ୍ସ ପଡିଲା ମହଙ୍ଗା

ପ୍ରଥମେ ସିଇଓ, ଏବେ ପୁଣି ଇସ୍ତଫା ଦେଲେ ଏଚ୍‌ଆର୍

ଏବେ ପତିଙ୍କ ସହ ଛାଡପତ୍ର ପାଇଁ କୋର୍ଟରେ କଲେ ଆବେଦନ

ଅଫିସରେ ରୋମାନ୍ସ କରିବା ପଡିଲା ମହଙ୍ଗା । ପ୍ରଥମେ ବହିଷ୍କାର ହୋଇଥିଲେ ସିଇଓ ପରେ ବହିଷ୍କାର ହେଲେ ଚିଫ୍ ପିପୁଲ ଅଫିସର(ଏଚ୍‌ଆର୍ ) । ଏବେ ଏଚ୍ଆର୍ କ୍ରିଷ୍ଟିନ୍ କ୍ୟାବଟ ନିଜ ପତିଙ୍କୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି । ମାତ୍ର କିଛି ସେକେଣ୍ଡର ଭିଡିଓ ବଦଳାଇ ଦେଇଥିଲା ୨ ଅଫିସରଙ୍କ ଜୀବନର ମୋଡ । ଭିଡିଓ ଭାଇରାଲ ହେବାପରେ ଉଠିଥିଲା ପ୍ରଶ୍ନ , ବଢିଥିଲା ବିବାଦ ।

ଗତ ଜୁଲାଇରେ ମାସାଚୁସେଟ୍ସରେ ଆୟଜିତ ଏକ କୋଲ୍ଡପ୍ଲେ କନ୍‌ସର୍ଟରେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନ୍ ଏବଂ ଏଚ୍‌ଆର୍ କ୍ରିଷ୍ଟିନ୍ କ୍ୟାବେଟ୍‌ଙ୍କ ରୋମାନ୍ସ କ୍ୟାମେରାରେ କଏଦ ହୋଇଥିଲା । ଉଭୟଙ୍କ ଉପରେ କ୍ୟାମେରା ଫୋକସ୍ କରିବା ମାତ୍ରେ ସାଙ୍ଗେସାଙ୍ଗେ ଉଭୟ ନିଜକୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ସେଠାରେ ଥିବା ସିଙ୍ଗର କ୍ରିସ୍ ମାର୍ଟିନ ମଜାରେ କହିଥିଲେ, ହୁଏତ ଏମାନେ ଦୁଇଜଣ ଆଫାୟାର୍ସରେ ଅଛନ୍ତି, ନହେଲେ ୨ଜଣ ଖୁବ୍ ଲାଜୁଆ ଅଟନ୍ତି । ପରେ ଜଣା ପଡିଥିଲା ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନ୍‌ଙ୍କ ପତ୍ନୀ ମାର୍କେଟିଙ୍ଗ ଏକ୍‌ଜିକ୍ୟୁଟିଭ୍ ମେଗନ କୋରିଗନ ଅଟନ୍ତି । ଏଚ୍‌ଆର୍ କ୍ରିଷ୍ଟିନ୍ କ୍ୟାବେଟ୍‌ଙ୍କ ସ୍ଵାମୀ ଆଉ ଏକ କମ୍ପାନୀର ସିଇଓ ଏଣ୍ଡ୍ରୟୁ କ୍ୟାବେଟ୍‌ ଅଟନ୍ତି । ତେବେ ଅଫିସରେ ଉଭୟଙ୍କ ଲୁଚାଛପା ପ୍ରେମ ଜଣା ପଡିବା ପରେ ବିବାଦ ବଢିବାରେ ଲାଗିଥିଲା ।

ପରେ ବାଇରନ୍ ଆଉ କ୍ୟାବେଟଙ୍କୁ ଇସ୍ତଫା ଦେବାପାଇଁ ସୋସିଆଲ ମିଡିଆରେ ଦାବି କରାଯାଉଥିବା ଦେଖଇବାକୁ ମିଳିଥିଲା । ବାଇରନ୍ ନିଜେ ଇସ୍ତଫା ଦେବା ପୂର୍ବରୁ ଛୁଟିରେ ରହିଲେ । କ୍ୟାବେଟ୍ ମଧ୍ୟ ଛୁଟିରେ ରହିଲେ । ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ବାଇରନ୍ ।

ଏବେ ପୁଣି କ୍ରିଷ୍ଟିନ୍ କ୍ୟାବେଟ୍‌ ନିଜ ଏଚ୍‌ଆର୍ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ କୋର୍ଟରେ ନିଜ ପତିଙ୍କୁ ଛାଡପତ୍ର ଦେବାପାଇଁ ଆବେଦନ କରିଛନ୍ତି । ତେବେ କମ୍ପାନୀ ମୁତାବକ ଉଭୟ କ୍ରିଷ୍ଟିନ୍ ଏବଂ ବାଇରନ୍‌ଙ୍କ ପକ୍ଷରୁ ସାର୍ବଜନୀକ ଭାବେ କୌଣସି ଟିପ୍ପଣୀ ମିଳିନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: