Videos
|
International

ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ସ୍ୱାମୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ସ୍ୱାମୀ

ଅର୍ଗସ ବ୍ୟୁରୋ:  ରାକ୍ଷସ ସ୍ୱାମୀ। ନୃଶଂସ ଭାବେ ସ୍ତ୍ରୀକୁ ମାରିଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି ସ୍ବିଜରଲ୍ୟାଣ୍ଡରେ। ମୃତ ମହିଳା ଜଣଙ୍କ ଏମିତି ସେମିତି ମହିଳା ନୁହଁନ୍ତି। ସେ ହେଉଛନ୍ତି ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟ କ୍ରୀଷ୍ଟିନା ଜୋକସିମୋଭିକ । ମୃତ କ୍ରୀଷ୍ଟିନାଙ୍କୁ ତାଙ୍କ ସ୍ୱାମୀ ଏମିତି ମାରିଥିଲେ ଯେ, ଯାହା ଶୁଣିଲେ ଆପଣ ବି ଭୟ କରିବା ସହ ଘୃଣା ମଧ୍ୟ କରିବେ।  କ୍ରୀଷ୍ଟିନା ଜୋକସିମୋଭିକଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି। ତାଙ୍କ ସ୍ୱାମୀ ହିଁ ତାଙ୍କୁ ମାରିଛନ୍ତି ବୋଲି ଜଣାପଡିଛି। ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟ କ୍ରୀଷ୍ଟିନା ଜୋକ୍ସିମୋଭିକଙ୍କ ଙ୍କ ମୃତ ଶରୀରକୁ ତାଙ୍କ ସ୍ବାମୀ ଆରି ଏବଂ କଇଞ୍ଚି ସାହାଯ୍ୟରେ କାଟି ଶରୀରକୁ ଲୁଚାଇବା ପାଇଁ ଏହାକୁ ବ୍ଲେଣ୍ଡ କରି ଏକ ଦ୍ରବଣ ତିଆରି କରିଥିଲେ। ପରେ ଏହି ଦ୍ରବଣରେ ଏସିଡ ମିଶ୍ରଣ କରିଥିଲେ। ଆଜ୍ଞା ହଁ, ଯାହା ଆପଣ ଶୁଣିଲେ ତାହା ସତ। ୩୮ ବର୍ଷୀୟ କ୍ୟାଟୱାକ କୋଚ ଚଳିତ ବର୍ଷ ଫେବୃଆରୀରେ ତାଙ୍କ ଘରେ ମୃତ ଅବସ୍‌ଥାରେ ମିଳିଥିଲେ। ତାଙ୍କ ସ୍ବାମୀ ଥୋମାସ ଏହି ହତ୍ୟାକୁ ସ୍ବୀକାର କରି ଆତ୍ମରକ୍ଷା ଦାବି କରି କହିଥିଲେ ଯେ ସେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

ଥୋମାସ ଦାବି କରିଛନ୍ତି ଯେ ସେ ନିଜ ପତ୍ନୀଙ୍କୁ ଆତ୍ମରକ୍ଷା ପାଇଁ ହତ୍ୟା କରିଥିଲେ କାରଣ ସେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ହତ୍ୟାକାଣ୍ଡ ପରେ ସେ ନର୍ଭସ ହୋଇଯାଇଥିଲେ, ତେଣୁ ସେ ତାଙ୍କ ପତ୍ନୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ। ସ୍ବାମୀ ମୃତଦେହକୁ ଗାଧୋଇବା କୋଠରୀକୁ ନେଇଗଲେ, ଯେଉଁଠାରେ ସେ ଏକ କରତ, ଛୁରୀ ଏବଂ ବଗିଚା କାଟିବା କଇଁଚି ସହିତ ଏହି ଘୃଣ୍ୟ କାର୍ଯ୍ୟ କରିଥିଲେ।ଏକ ରିପୋର୍ଟ ଅନୁଯାୟୀ, ସ୍ବାମୀ ପରେ ଶରୀରକୁ ଏକ ହ୍ୟାଣ୍ଡ ବ୍ଲେଣ୍ଡରରେ ରଖି ଶରୀରର ଅଙ୍ଗଗୁଡ଼ିକୁ ‘ପ୍ୟୁରି’ କରି ରାସାୟନିକ ଦ୍ରବଣରେ ଦ୍ରବିଭୂତ କରିଥିଲେ। ଅନୁସନ୍ଧାନକାରୀ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ଏବଂ ମୃତ୍ୟୁକୁ ଲୁଚାଇବାକୁ ଚେଷ୍ଟା କରିବା ପରେ ସ୍ବାମୀ ଥୋମାସ ର୍ନିଦ୍ଦୟ ହୋଇଯାଇଥିଲେ।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, କ୍ରୀଷ୍ଟିନା ଜୋକସିମୋଭକଙ୍କ ଶରୀରକୁ ତାଙ୍କ ଲଣ୍ଡ୍ରି ରୁମରେ ଏକ ଆରି, ଛୁରୀ ଏବଂ ବଗିଚା କଟାଯାଉଥିବା କଇଁଚି ବ୍ୟବହାର କରାଯାଇ ଶରୀରକୁ ଖଣ୍ଡ ଖଣ୍ଡ କରାଯାଇଥିଲା। ତାଙ୍କ ମୃତଦେହକୁ ହ୍ୟାଣ୍ଡ ବ୍ଲେଣ୍ଡର ସାହାଯ୍ୟରେ କାଟି ଦିଆଯାଇଥିଲା ବୋଲି ରିପୋର୍ଟରେ ଜଣାପଡିଛି। ପୋଲିସ ତନାଘନା କରିବା ପରେ ନିଜେ ଅଭିଯୁକ୍ତ ସତ ମାନିଛି। ଏହାସହ ନିଜ ଦୋଷ ମାନିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: