Videos
|
International

Pakistan Bomb / ଥରିଲା ଶତ୍ରୁଦେଶ: ନମାଜ ପଢ଼ୁଥିବାବେଳେ ବିସ୍ଫୋରଣ, ୧୦ରୁ ଉର୍ଦ୍ଧ୍ୱ ମୃତ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଥରିଲା ଶତ୍ରୁଦେଶ: ନମାଜ ପଢ଼ୁଥିବାବେଳେ ବିସ୍ଫୋରଣ, ୧୦ରୁ ଉର୍ଦ୍ଧ୍ୱ ମୃତ
Pakistan Bomb

Key Points

ଶତ୍ରୁଦେଶ ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ
ନମା ପଢ଼ୁଥିବାବେଳେ ବିସ୍ଫୋରଣ
ଚାଲିଗଲା ୧୦ଜଣଙ୍କ ଜୀବନ
ଥରିଲା ପାକିସ୍ତାନ। ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ୧୦ ଜଣଙ୍କ ଜୀବନ। ଶୁକ୍ରବାର ପାକିସ୍ତାନରେ ପୁଣି ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ରାଜଧାନୀ ଇସ୍ଲାମାବାଦର ଶେହଜାଦ ଟାଉନ୍ ଅଞ୍ଚଳର ତରଲାଇ ଇମାମବାରଗାରେ ଏହି ବିସ୍ଫୋରଣ ଘଟିଛି। ଶୁକ୍ରବାର ନମାଜ ବେଳେ ଏହି ବିସ୍ଫୋରଣ କରାଯାଇଥିବା ମିଡିଆରେ ଖବର ପ୍ରକାଶ ପାଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବର୍ତ୍ତମାନ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ପିଆଇଏମ୍ଏସ୍ ଏବଂ ପଲିକ୍ଲିନିକ୍ ସ୍ଥାନାନ୍ତର କରାଯାଉଛି। ଶତ୍ରୁଦେଶ ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ଜୁମା ନମାଜ ଚାଲିଥିବା ସମୟରେ ଏକ ଭୟାବହ ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ବ୍ଲାଷ୍ଟ ପରେ ସମଗ୍ର ଇସ୍ଲାମାବାଦରେ ଇମରଜେନ୍ସି ଆଲର୍ଟ୍ ଜାରି କରାଯାଇଛି। ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ ମସଜିଦର ଏକ ଅଂଶ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଉଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଯାଇଛି। ମୃତକ ଏବଂ ଆହତଙ୍କ ସଠିକ୍ ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ତଥ୍ୟ ଜାରି ହୋଇନାହିଁ। କିନ୍ତୁ କୁହାଯାଉଛି ଯେ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି।

ଏଥିସହ ପଢ଼ନ୍ତୁ: ଅନେଇଥିଲା କ୍ୟାମେରା: ମହିଳାଙ୍କୁ ୧୫ ମିନିଟ୍‌ ଧରି ଦୁଷ୍କର୍ମ, ପୋଲିସ କହିଲା...

ଏହି ଘଟଣା ଏମିତି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ପାକିସ୍ତାନର ବାଲୁଚିସ୍ତାନ ଅଞ୍ଚଳରେ ଅସ୍ଥିରତା ବଢ଼ିଛି। ବିଭିନ୍ନ ରିପୋର୍ଟ୍ ଅନୁସାରେ, ବାଲୋଚ ଲିବରେସନ୍ ଆର୍ମି (BLA) ସହିତ ସଂପୃକ୍ତ ହିଂସାତ୍ମକ ଘଟଣାଗୁଡ଼ିକ ନେଇ ସୁରକ୍ଷା ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି। ତଥାପି, ଇସ୍ଲାମାବାଦର ଏହି ବ୍ଲାଷ୍ଟ ସହିତ କୌଣସି ଗୋଷ୍ଠୀର ସିଧାସଳଖ ସମ୍ପର୍କ ଥିବା ବିଷୟରେ ଆଧିକାରିକ ଭାବେ କିଛି କୁହାଯାଇନାହିଁ। ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ବ୍ୟାଷ୍ଟରେ ଶିଆ ମସ୍ଜିଦକୁ ଟାର୍ଗେଟ କରାଯାଇଥିବା ଦାବି କରାଯାଉଛି। ପୁଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିଛି ରିପୋର୍ଟ୍‌ରେ ଆତ୍ମଘାତୀ ଆକ୍ରମଣ ହୋଇଥିବା ସନ୍ଦେହ ମଧ୍ୟ କରାଯାଇଛି, ଯଦିଓ ଏହାର ଆଧିକାରିକ ପୁଷ୍ଟି ଏପର୍ଯ୍ୟନ୍ତ ହୋଇନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:


Related Topics

Explore more stories