Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପାକିସ୍ତାନକୁ କଡା ସମାଲୋଚନା କରିଛି ଭାରତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାକିସ୍ତାନକୁ କଡା ସମାଲୋଚନା କରିଛି ଭାରତ

ପାକିସ୍ତାନ ବାରମ୍ବାର ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ଏହାର କଡା ସମାଲୋଚନା କରିଛି ଭାରତ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପି. କହିଛନ୍ତି, ପାକିସ୍ତାନ ବାରମ୍ବାର ଅବାଞ୍ଛିତ ମନ୍ତବ୍ୟ ଦେଉଛି । ଏଭଳି ବାରମ୍ବାର କହିବା ଦ୍ବାରା ସେମାନଙ୍କ ଅଯୌକ୍ତିକ ଯୁକ୍ତି କେବେ ବି ଗ୍ରହଣୀୟ ହେବ ନାହିଁ କି ସେମାନଙ୍କ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ମିଳିବ ନାହିଁ । ସେମାନେ କେବଳ ନଜର ହଟାଇବାକୁ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗ ଉଠାଉଛନ୍ତି । ଜମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ ଥିଲା, ରହିଛି ଓ ରହିବ ।


ପାକିସ୍ତାନ ବେଆଇନ ଭାବେ ଜାମ୍ମୁ ଓ କାଶ୍ମୀରର କିଛି ଅଂଚଳକୁ ଦଖଲରେ ରଖିଛି । ଏହାକୁ ସେମାନେ ତୁରନ୍ତ ଛାଡିବା ଦରକାର । ପାକିସ୍ତାନ ନିଜ ଦେଶର ସମସ୍ୟାର ସମାଧାନ ନକରି ବିଭାଜନ ଏଜେଣ୍ଡାକୁ ମୁଖ୍ୟ ପ୍ରସଙ୍ଗ କରୁଛି । ଏଥିରୁ ପାକିସ୍ତାନ କ୍ଷାନ୍ତ ହେବା ଦରକାର ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ କହିଛନ୍ତି । ପାକିସ୍ତାନ ବାରମ୍ୱାର କିଛିନା କିଛି କଥାକୁ ନେଇ ଭାରତ ଉପରେ ନିଜର ମନ୍ତବ୍ୟ ରଖିବାକୁ ଚେଷ୍ଟା କରେ ।ହେଲେ ଭାରତ କିନ୍ତୁ ତାର ପ୍ରତିଉତ୍ତର ଦେଇଥାଏ। ଏଥିରୁ ପାକିସ୍ତାନ ଜାଣିଯିବା ଉଚିତ ଯେ, ଭାରତ ତାକୁ ସର୍ବଦା କଡା ଜବାବ ହିଁ ଦେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
failed-state-surviving-on-international-handouts-india-slams-pakistan-at-un-over-kashmir-remark | Argus News