Religion Controversy / "False Hindu God" ; ହିନ୍ଦୁ ଦେବତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଟ୍ରମ୍ପଙ୍କ ନେତା

Key Points
ଆମେରିକା ନେତାଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ
ହିନ୍ଦୁ ଦେବତାଙ୍କୁ ମିଛ ବୋଲି କହିଲେ ଆଲେକ୍ଜାଣ୍ଡର
କହିଲେ, "ଆମେରିକାରେ ହିନ୍ଦୁ ଦେବତାଙ୍କୁ କିଏ ଦେଲା ଅନୁମତି ?"
ହିନ୍ଦୁଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ରିପବ୍ଲିକାନ୍ ନେତା ଆଲେକ୍ଜାଣ୍ଡକ ଡଙ୍କନ୍ । ଆମେରିକା ଟେକ୍ସାସ ରାଜ୍ୟରେ ହନୁମାନଙ୍କର ୯୦ ଫୁଟ ଉଚ୍ଚାର ପ୍ରତିମାକୁ ନେଇ ବିବାଦ ବଢିବାରେ ଲାଗିଛି । ଆଉ ଏହି ବିବାଦ ଭିତରେ ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରିପବ୍ଲିକାନ୍ ନେତା ତଥା ସିନେଟ୍ର ନିର୍ବାଚନ ପ୍ରାର୍ଥୀ ଆଲେକ୍ଜାଣ୍ଡର ଡଙ୍କନ୍ । ତାଙ୍କର ଏପରି ବୟାନ ଅନେକ ହିନ୍ଦୁପ୍ରେମୀଙ୍କ ଧାର୍ମିକ ଭାବନାରେ ଆଘାତ ସୃଷ୍ଟି କରିଛି । ଆଉ ଆମେରିକାରେ ଥିବା ହିନ୍ଦୁମାନେ ମଧ୍ୟ ତାଙ୍କର ଏପରି ବୟାନକୁ ଜୋରଦାର ବିରୋଧ କରିଛନ୍ତି ।
ଆଲେକ୍ଜାଣ୍ଡର ତାଙ୍କର 'X' ହ୍ୟାଣ୍ଡେଲରେ ହନୁମାନଙ୍କ ପ୍ରତିମାର ଏକ ଭିଡିଓ ଶେୟାର କରି ଲେଖିଛନ୍ତି, 'ଆମେ ଟେକ୍ସାସରେ ଏକ ମିଛ ହିନ୍ଦୁ ଦେବତାଙ୍କ ମିଛ ପ୍ରତିମା ତିଆରି ପାଇଁ କାହିଁକି ଅନୁମତି ଦେଉଛନ୍ତି ? ଆମ ଦେଶ ଖ୍ରୀଷ୍ଟିୟାନ ଦେଶ ' । ହିନ୍ଦୁ ଦେବତାଙ୍କୁ ନେଇ ଏପରି ଟିପ୍ପଣୀକୁ ହିନ୍ଦୁ ବିରେଧୀ ତଥା ଉତ୍ତେଜନାମୂଳକ ମନ୍ତବ୍ୟ ଭାବେ ଦାବି କରାଯାଇ ଟେକ୍ସାସର ରିପବ୍ଲିକାନ ପାର୍ଟିରେ ଅଭିଯୋଗ ଦାଖଲ କରିଛି 'ହିନ୍ଦୁ ଆମେରିକା ଫାଉଣ୍ଡେସନ' । ତେବେ କେବଳ ହିନ୍ଦୁ ଆମେରିକା ଫାଉଣ୍ଡେସନ ନୁହେଁ, ବରଂ ସୋସିଆଲ ମିଡିଆରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି ।
ଆଉ ଏକ ପୋଷ୍ଟରେ ମଧ୍ୟ ସେ ବାଇବେଲରୁ ଉଦ୍ଧୃତ ଏକ ଲାଇନକୁ ହାଇଲାଇଟ୍ କରି ଲେଖିଥିଲେ, "ମୋ ବ୍ୟତୀତ ତୁମର ଅନ୍ୟ କୌଣସି ଦେବତା ରହିବା ଉଚିତ୍ ନୁହେଁ। ତୁମେ ନିଜ ପାଇଁ କୌଣସି ପ୍ରକାରର ପ୍ରତିମା ସ୍ୱର୍ଗରେ, ପୃଥିବୀରେ କିମ୍ବା ସମୁଦ୍ରରେ ଥିବା ନିର୍ମାଣ କରିବ ନାହିଁ।"
ଆଲେକ୍ଜାଣ୍ଡରଙ୍କ ଏହି ପୋଷ୍ଟରେ ମଧ୍ୟ ଅନେକ ଆମେରିକାନ ୟୁଜର୍ସ ହିନ୍ଦୁବିରୋଧୀ ମନ୍ତବ୍ୟ ଦେଇଛନ୍ତି । କିଛିଜଣ ୟୁଜର୍ସ ଲେଖିଛନ୍ତି, "ଏହି ମୂର୍ତ୍ତିକୁ ହଟାଇ ଦିଆଯିବା ଦରକାର" ।
Why are we allowing a false statue of a false Hindu God to be here in Texas? We are a CHRISTIAN nation!pic.twitter.com/uAPJegLie0
— Alexander Duncan (@AlexDuncanTX) September 20, 2025
📱 Get Argus News App
✨ସେହିପରି ଅନେକ ୟୁଜର୍ସ ତାଙ୍କର ଏପରି ଟିପ୍ପଣୀକୁ ଜୋରଦାର ବିରୋଧ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, " ଯୀଶୁ ପୃଥିବୀ ଛାଡି ଯିବାର ୨୦୦୦ ବର୍ଷ ପୂର୍ବରୁ ବେଦ ଲେଖା ହୋଇସାରିଛି । ଆଉ ଏହାର ପ୍ରଭାବ ଖ୍ରୀଷ୍ଟିୟାନ ମାନଙ୍କ ଉପରେ ମଧ୍ୟ ରହିଛି । ତେଣୁ ତୁମ ପୂର୍ବରୁ ଥିବା ଧର୍ମ ଏବଂ ସେହି ଧର୍ମର ଦେବତାଙ୍କୁ ତୁମେ ସମ୍ମାନ ଦେବା ଉଚିତ୍ ।"
ତେବେ ପ୍ରଭୁ ହନୁମାନଙ୍କର ଏହି ୯୦ ଫୁଟ ଉଚ୍ଚର ମୂର୍ତ୍ତିକୁ 'ଷ୍ଟାଚ୍ୟୁ ଅଫ୍ ୟୁନିଅନ୍' ମଧ୍ୟ କୁହାଯାଉଛି । ଏହା ହେଉଛି ଆମେରିକାର ସବୁଠାରୁ ଉଚ୍ଚ ହିନ୍ଦୁ ସ୍ମାରକୀ ମଧ୍ୟରୁ ଗୋଟିଏ । ଏହି ପ୍ରତିମା ଶ୍ରୀ ଚିନ୍ନାଜୀୟାର ସ୍ୱାମୀଜୀଙ୍କ ଦ୍ୱାରା କଳ୍ପନା କରାଯାଇଥିଲା । ୯୦ ଫୁଟ ଉଚ୍ଚ ୯୦ ଟନ ଓଜନର ଏହି କାଂସ୍ୟ ପ୍ରତିମା ଅଗଷ୍ଟ ୨୦୨୪ରେ ସ୍ଥାପିତ କରାଯାଇଥିଲା । ଏହାର ଉଦଘାଟନ ଭାରତର ସ୍ଵାଧିନତା ଦିବସରେ କରାଯାଇଥିଲା ।
ତେବେ ଏହା ପୂର୍ବରୁ ମଧ୍ୟ ମେକ୍ ଆମେରିକା ଗ୍ରେଟ୍ ଏଗେନ ସମର୍ଥମାନେ ଏହି ପ୍ରତିମାକୁ ନେଇ ବିରୋଧ କରିଥିଲେ । ଏବଂ ଅନେକ ଖରାପ ଟିପ୍ପଣୀ ମଧ୍ୟ ଦେଇଥିଲେ ।
Related Topics
Explore more stories