Man Killed Wife / ସ୍ୱାମୀ ହେଲା ରାକ୍ଷସ, ଆମେରିକାରେ ସ୍ତ୍ରୀ ସହ ୩ ସାଙ୍ଗକୁ ଗୁଳିକରି ମାରିଦେଲା
·7 months ago·2 min read

Key Points
ପାରିବାରିକ ବିବାଦରୁ ଗୁଳିକାଣ୍ଡ
ଜଣେ ଭାରତୀୟ ମହିଳା ସମେତ ୪ ମୃତ
ଜଣେ ଭାରତୀୟ ମହିଳା ସମେତ ୪ ମୃତ
ସ୍ୱାମୀ-ସ୍ତ୍ରୀ ସମ୍ପର୍କ ନିବିଡ। ଏହା ସାତ ଜନମ ପାଇଁ ବାନ୍ଧ ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଯେତେବେଳେ ସେହି ସ୍ୱାମୀ ସାଜେ ବଇରୀ ତେବେ କାହାକୁ ବିଶ୍ୱାସ କରିବ ମଣିଷ। ଆମେରିକାରେ ଭାରତୀୟ ମହିଳାଙ୍କୁ ଗୁଳି କରି ମାରିଦେଲେ । ଇଏ କେମିତିକା ସ୍ୱାମୀ। ନିଜ ସ୍ତ୍ରୀକୁ ମାରିଦେଲା। ଆମେରିକାରେ ଭାରତୀୟ ମହିଳାଙ୍କୁ ଗୁଳି କରି ହତ୍ୟା କଲେ ସ୍ବାମୀ । ମହିଳାଙ୍କ ସହ ତାଙ୍କ ୩ ସମ୍ପର୍କୀୟଙ୍କୁ ମଧ୍ୟ ଗୁଳି କରି ମାରିଦେଲେ । ଏଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ବିଦେଶରେ ସୁରକ୍ଷିତ ନାହାନ୍ତି ଭାରତୀୟ ମହିଳା ବୋଲି ସବୁଠି ଚର୍ଚ୍ଚା ହେଉଛି। ଜର୍ଜିଆ ପ୍ରୋଭିନ୍ସର ଲରେନ୍ସଭିଲେର ଏକ ରେସିଡେନ୍ସରେ ଘଟିଛି ଏହି ହତ୍ୟାକାଣ୍ଡ । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ନେଇ ଜଣାପଡିଛି । ତେବେ ଘର ଭିତରେ ଲୁଚି ରହିଥିବାରୁ ୩ପିଲାଙ୍କ ଜୀବନ ବଞ୍ଚିଯାଇଛି ।
ପୋଲିସ୍ ଅନୁସାରେ, ଏହି ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ୫୧ ବର୍ଷୀୟ ବିଜୟ କୁମାର । ବିଜୟ ଆଟଲାଣ୍ଟାର ବାସିନ୍ଦା। ସେହିପରି ମୃତକମାନେ ହେଲେ ବିଜୟ କୁମାରଙ୍କ ପତ୍ନୀ ମୀମୁ ଡୋଗ୍ରା (୪୩), ଗୌରବ କୁମାର (୩୩), ନିଧି ଚନ୍ଦର (୩୭) ଓ ହରିଶ ଚନ୍ଦର (୩୮)। ବିଜୟ କୁମାରଙ୍କ ବିରୁଦ୍ଧରେ ଚାରିଟି ହତ୍ୟା, ଗୁରୁତର ଆକ୍ରମଣ ଓ ଶିଶୁଙ୍କ ପ୍ରତି ନିର୍ମମତା ସହ ଅନେକ ଗମ୍ଭୀର ଧାରାରେ ମାମଲା ରୁଜୁ କରାଯାଇଛି।
ଘଟଣା ସମୟରେ ଘରେ ଥିବା ତିନି ଜଣ ଶିଶୁ ଗୁଳିକାଣ୍ଡ ଦେଖି ଭୟରେ ଏକ ଆଲମାରି ଭିତରେ ଲୁଚିଯାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଶିଶୁ ସାହସ ଦେଖାଇ ୯୧୧ ନମ୍ବରକୁ ଫୋନ୍ କରି ପୋଲିସ୍କୁ ଖବର ଦେଇଥିଲେ। ଏହାର ଫଳରେ ପୋଲିସ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲା। ଶିଶୁମାନଙ୍କୁ କୌଣସି ଶାରୀରିକ କ୍ଷତି ହୋଇନଥିବା ଜଣାପଡ଼ିଛି ଏବଂ ପରେ ସେମାନଙ୍କୁ ପରିବାରର ଜଣେ ସଦସ୍ୟଙ୍କ ହାତରେ ହସ୍ତାନ୍ତର କରାଯାଇଛି।
PTI ରିପୋର୍ଟ ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୨.୩୦ଟା ସମୟରେ ବ୍ରୁକ୍ ଆଇଭି କୋର୍ଟ ଅଞ୍ଚଳରୁ ଗୁଳିକାଣ୍ଡନେଇ ସୂଚନା ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଘର ଭିତରୁ ଚାରି ଜଣଙ୍କ ମୃତ ଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ମଧ୍ୟ କାବୁ କରିଥିଲା । ତେବେ ମୃତକମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶଦ୍ଭବ ଥିବା ନେଇ ଜଣାପଡିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ସରିଯାଇଛି ଚାକିରି, ପାଇନାହାନ୍ତି PF ସୁଧ, ଜାଣନ୍ତୁ କେବେ ଯାଏ ମିଳିବ ?
ଆଟଲାଣ୍ଟାସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛି। ‘ଏକ୍ସ’ (ପୂର୍ବତନ ଟ୍ୱିଟର) ମାଧ୍ୟମରେ ଦୂତାବାସ କହିଛି ଯେ, ଏହା ଏକ ପରିବାରିକ ବିବାଦ ସହ ସଂପୃକ୍ତ ଘଟଣା ଏବଂ ଏଥିରେ ଜଣେ ଭାରତୀୟ ନାଗରିକଙ୍କ ଜୀବନ ଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ପୀଡିତ ପରିବାରକୁ ଯଥା ସମ୍ଭବ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯାଉଛି ବୋଲି ଦୂତାବାସ ଜଣାଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories