Fear Grips Pakistan / ଅପରେସନ୍ ସିନ୍ଦୂରର ପ୍ରଭାବ ଭୟାନକ ଥିଲା, ଆମକୁ ବଙ୍କରରେ ରହିବାକୁ କୁହାଯାଇଥିଲା
·8 months ago·2 min read

Key Points
ଅପରେସନ୍ ସିନ୍ଦୂରର ପ୍ରଭାବ ଭୟାନକ ଥିଲା
ଆମକୁ ବଙ୍କରରେ ରହିବାକୁ କୁହାଯାଇଥିଲା
ପାକରେ ଚାରିଆଡେ ଥିଲା ଭୟର ବାତାବରଣ
ସତ ମାନିଲେ ପାକ୍ ରାଷ୍ଟ୍ରପତି, ବୈଦେଶିକ ମନ୍ତ୍ରୀ

ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ଏବେ ଅପରେସନ ସିନ୍ଦୂରକୁ ନେଇ ସବୁ ସତ ମାନିଛନ୍ତି । ସେହି ସମୟରେ ପାକରେ ଚାଲିଥିବା ଭୟର ବାତାବରଣକୁ ନେଇ ଗଣମାଧ୍ୟମ ସମ୍ମୁଖରେ ସତ କହିଛନ୍ତି ଜର୍ଦ୍ଦାରୀ । ଭାରତର 'ଅପରେସନ ସିନ୍ଦୂର'କୁ ନେଇ ପାକିସ୍ତାନ ଅନେକ ସମୟରେ ଭିନ୍ନ ଭିନ୍ନ ମତ ରଖୁଥିଲା । ଏତେ ବଡ ଆକ୍ରମଣକୁ ଯେମିତି ହାଲୁକା ଭାବେ ପାକିସ୍ତାନ ନେଇଥିବା ଭଳି ନିଜକୁ ପ୍ରମାଣିତ କରୁଥିଲା । ବିଶେଷଭାବେ ପାକ୍ର ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ଭୟାବହତା ମାନିବାକୁ ପ୍ରସ୍ତୁତ ନଥିଲେ । ହେଲେ ଏବେ ସବୁ ସତ ମାନିଛନ୍ତି ପାକ୍ ରାଷ୍ଟ୍ରପତି ।
ଜର୍ଦ୍ଦାରୀ ପ୍ରଥମ ଥର ପାଇଁ ସ୍ବୀକାର କରି କହିଛନ୍ତି, ଅପରେସନ ସିନ୍ଦୂର ସମୟରେ ପୁରା ପାକ୍ରେ ଭୟର ବାତାବରଣ ଲାଗି ରହିଥିଲା । ତାଙ୍କ ସାମରିକ ସଚିବ ତାଙ୍କୁ ତୁରନ୍ତ ବଙ୍କରକୁ ଯିବାକୁ ପରାମର୍ଶ ଦେଇଥିଲେ । ସମସ୍ତ ନେତାମାନଙ୍କୁ ବଙ୍କରରେ ରହିବାକୁ କୁହାଯାଇଥିଲା । କିନ୍ତୁ ଜର୍ଦ୍ଦାରୀ ଏକ ସାକ୍ଷାତକାରରେ କହିଥିଲେ, "ଏମିତି ରହିବାକୁ ମୁଁ ମନା କରିଥିଲି । ମୁଁ କହିଥିଲି, ଯଦି ସହିଦ ହେବାକୁ ହେବ ତେବେ ଏଠି ହିଁ ହେବ । ନେତାମାନେ ବଙ୍କରରେ ମରନ୍ତି ନାହିଁ । ଯୁଦ୍ଧକ୍ଷେତ୍ରରେ ମରନ୍ତି ।"
ଜର୍ଦ୍ଦାରୀ କହିଛନ୍ତି, ଭାରତର 'ଅପରେସନ ସିନ୍ଦୂର' ଆକ୍ରମଣ ଆରମ୍ଭ ହେବାର ୪ ଦିନ ପୂର୍ବରୁ ତାଙ୍କୁ ଏହାର ସୂଚନା ମିଳିଥିଲା । ହେଲେ ଏତେ ଭୟାନକ ଥିଲା, ଯାହାକୁ ନେଇ ଭୟରେ ଥରିଥିଲା ପାକିସ୍ତାନ ।
ସେହିପରି ବୈଦେଶିକ ମନ୍ତ୍ରୀ ଇଶାକ୍ ଡାର ମଧ୍ୟ ସତ ମାନିଛନ୍ତି । ସେ କହିଛନ୍ତି, "ନୂର୍ ଖାନ ଏୟାରବେସ୍ ଉପରେ ହୋଇଥିବା ଆକ୍ରମଣରେ ବ୍ୟାପକ କ୍ଷତି ହୋଇଥିଲା, ସେନା ଯବାନ ମଧ୍ୟ ଆହତ ହୋଇଥିଲେ ।"ସ୍ଵଳ୍ପ ସମୟ ମଧ୍ୟରେ ପାକିସ୍ତାନକୁ ଏକସଙ୍ଗରେ ଭାରତ ବିପୁଳ ଡ୍ରୋନ୍ ପଠାଇଥିଲା । ଅପରେସନ୍ ସିନ୍ଦୂରର ୩୬ ଘଣ୍ଟାରେ ଭାରତ ୮୦ଟି ଡ୍ରୋନ୍ ପଠାଇଥିଲା । ମେ ୧୦ ତାରିଖ ସକାଳେ ନୂର୍ ଖାନ ଏୟାରବେସ୍ ଉପରେ ଆକ୍ରମଣ ହୋଇଥିଲା ।ତେବେ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହାପରେ ପାକିସ୍ତାନ ଉପରେ ମେ ୭ରେ 'ଅପରେସନ ସିନ୍ଦୁର' ଆରମ୍ଭ କରିଥିଲେ ଭାରତ । ଏହି ଅଭିଯାନରେ ଆତଙ୍କବାଦୀର ୯ଟି କ୍ୟାମ୍ପ ଧ୍ଵଂସ କରିଥିଲା ଭାରତ । ଏଥିସହ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଏହାପରେ ପାକିସ୍ତାନର ମିସାଇଲ ଏବଂ ଡ୍ରୋନ ଆକ୍ରମଣକୁ ଭାରତ ପଣ୍ଡ କରିଥିଲା ।
ଏଥିସହ ପଢ଼ନ୍ତୁ: ମା'ର ମୃତ୍ୟୁ ଖବର ସମସ୍ତଙ୍କୁ ଲୁଚାଇଥିଲା ପୁଅ, ପୋଲିସ କହିଲା...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ମେ ୧୦ରେ ଏହି ଭାରତ-ପାକ୍ର ଯୁଦ୍ଧବିରତି ଘୋଷଣା କରାଯାଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ମଧ୍ୟସ୍ଥତା ଦାବି କରିଥିବା ବେଳେ ଏହାକୁ ଦୃଢ ଭାବେ ଖଣ୍ଡନ କରିଥିଲା ଭାରତ । ତେବେ ମଧ୍ୟସ୍ଥତାକୁ ନେଇ ଭାରତର ଆଭିମୂଖ୍ୟ ସ୍ପଷ୍ଟ ଥିବାବେଳେ ଜର୍ଦ୍ଦାରୀଙ୍କ ବୟାନ ପୁଣି ଅପରେସନ ସିନ୍ଦୂରର ଭୟାବହତାକୁ ପ୍ରମାଣିତ କରିଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories