Videos
|
International

'ଏଜ୍ ଅଫ୍ ସ୍ପେସ୍’ ଜମ୍ପ ମାଧ୍ୟମରେ ଇତିହାସ ରଚିଥିବା ଫିଲେକ୍ସ ଆଉନାହାନ୍ତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
'ଏଜ୍ ଅଫ୍ ସ୍ପେସ୍’ ଜମ୍ପ ମାଧ୍ୟମରେ ଇତିହାସ ରଚିଥିବା ଫିଲେକ୍ସ ଆଉନାହାନ୍ତି

Key Points

ପାରାଗ୍ଲାଇଡିଂ ସମୟରେ ଆରପାରିକୁ ଚାଲିଗଲେ ଫେଲିକ୍ସ
୧୩ ବର୍ଷ ପୂର୍ବେ କରିଥିଲେ ସ୍ୱତନ୍ତ୍ର ରେକର୍ଡ

ମାନବ ଉଡ଼ାଣରେ ବିଶ୍ବ ସ୍ତରରେ ତାଙ୍କୁ ସ୍ବତନ୍ତ୍ର ସ୍ଥାନ ମିଳିଛି

ମୃତ୍ୟୁ କେତେବେଳେ, କାହାକୁ ଆସିବ ତାହା କିଏ ବା କହିବ। କିନ୍ତୁ ଗୋଟେ ଭଲ ମଣିଷ ଯଦି ହଠାତ ଚାଲିଯାଏ, ତେବେ ଏହା ଦୁଃଖଦାୟକ। ଠିକ ଏମିତି ଏକ ଦୁର୍ଘଟଣାରେ ଚାଲିଗଲା ଅଷ୍ଟ୍ରେଲୀୟ ସ୍କାଇଡାଇଭର୍ ଫେଲିକ୍ସ ବମଗାର୍ଟନରଙ୍କ ଜୀବନ ।ମୃତ୍ୟୁ ବେଳକୁ ତାଙ୍କର ୫୬ ବର୍ଷ ବୟସ ହୋଇଥିଲା। ଉତ୍ତର ଇଟାଲୀର ମାର୍ଚ୍ଚେସ୍ ଅଞ୍ଚଳର ଜରୁରୀକାଳୀନ ସେବାର ଜଣେ ବରିଷ୍ଠ ଅଧିକାରୀ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।ଇଟାଲୀର ପୋର୍ତୋ ସାଣ୍ଟ୍ ଏଲପିଡିଓରେ ପାରାଗ୍ଲାଇଡିଂ କରୁଥିବା ସମୟରେ ପ୍ରାଣ ହରାଇଛନ୍ତି ଫେଲିକ୍ସ ।


୨୦୧୨ ଅକ୍ଟୋବର ୧୪ ତାରିଖରେ ଫେଲିକ୍ସ ବିଶ୍ବ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ରେଡ୍ ବୁଲ୍ ଷ୍ଟ୍ରାଟୋସ୍ ପ୍ରୋଜେକ୍ଟରେ ସେ ଏକ ହିଲିୟମ୍ ବେଲୁନରେ ପୃଥିବୀଠୁ ପ୍ରାୟ ୩୯ କିଲୋମିଟର ଉପରକୁ ଉଡ଼ିଥିଲେ ଫେଲିକ୍ସ ଏବଂ ସେଠାରୁ ସେ ଭୂପୃଷ୍ଠକୁ ଲମ୍ଫ ଦେଇଥିଲେ । ସେ ସମୟରେ ଉଡ଼ିବା ପାଇଁ ଜନ୍ମ ହୋଇଛନ୍ତି ବୋଲି କୁହାଯାଇଥିଲା । । ମାନବ ଉଡ଼ାଣରେ ବିଶ୍ବ ସ୍ତରରେ ତାଙ୍କୁ ସ୍ବତନ୍ତ୍ର ସ୍ଥାନ ମିଳିଛି । ୨୦୧୨ ମସିହାରେ ’ଏଜ୍ ଅଫ୍ ସ୍ପେସ୍’ ଜମ୍ପ ମାଧ୍ୟମରେ ସାରା ବିଶ୍ବରେ ଇତିହାସ ରଚିଥିଲେ ଫିଲେକ୍ସ । ଗତ ଗୁରୁବାର ଫେଲିକ୍ସ ଏକ ପାୱାର୍ଡ ପାରାଗ୍ଲାଇଡର ଉଡ଼ାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। କୁହାଯାଉଛି ,ଉଡ଼ାଣ ସମୟରେ ମଝି ଆକାଶରେ ତାଙ୍କର ହୃଦଘାତ ହୋଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାପରେ ନିୟନ୍ତ୍ରଣ ହରାଇ ଲେ ମିସୋସ୍ ଫ୍ୟାମିଲି କ୍ୟାମ୍ପିଙ୍ଗ ଭିଲେଜରେ ଥିବା ଏକ ହୋଟେଲର ସ୍ବିମିଙ୍ଗ ପୁଲରେ ଖସିପଡ଼ିଥିଲେ । ଫଳରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ହସ୍ବିଟାଲ ନେବା ବେଳକୁ ତାଙ୍କର ଦେହାନ୍ତ ହୋଇସାରିଥିଲା । ଏଖବର ପରେ ସବୁଠି ଦୁଃଖରଛାଇ ଖେଳିଯାଇଛି। ଖୁସିରେ ରହୁଥିବା ମଣିଷଟି ନିଜ ଜୀବନକୁ ଉପଭୋଗ କରୁଥିବା ଅବସ୍ଥାରେ ଚାଲିଗଲା।


ଅଧିକ ପଢ଼ନ୍ତୁ ବିଦେଶ ଖବର:

felix-baumgartner-daredevil-who-jumped-from-the-stratosphere-dies-in-paragliding-accident-at-age-56 | Argus News