Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ସ୍ଥିତି

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଭୟଙ୍କର ଯୁଦ୍ଧ  ସ୍ଥିତି

Key Points

ଥାଇଲାଣ୍ଡର ବୋମାମାଡ଼ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଂଚିଛି । ଏହି ସଂଘର୍ଷରେ ୧୫ ରୁ ଅଧିକ ନାଗରିକ ଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ପୁଣି ଆଉ ଏକ ଭୟଙ୍କର ଯୁଦ୍ଧର ଆରମ୍ଭ । ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ସ୍ଥିତି । ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ ବିପଜ୍ଜନକ ରୂପ ନେଇଛି । ସୀମାରେ ଗୁଳିବିନିମୟ ପରେ ଫାଇଟର ଜେଟ୍ ଏଫ୍-୧୬ ମୁତୟନ କରିଛି ଥାଇଲାଣ୍ଡ। ଏହାସହ ଆକାଶ ମାର୍ଗରୁ ଆକ୍ରମଣ ମଧ୍ୟ କରିଛି । ଥାଇଲାଣ୍ଡର ବୋମାମାଡ଼ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଂଚିଛି । ଏହି ସଂଘର୍ଷରେ ୧୫ ରୁ ଅଧିକ ନାଗରିକ ଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।


ଅନ୍ୟପଟେ ଥାଇଲାଣ୍ଡର F-16 ଯୁଦ୍ଧ ବିମାନ କମ୍ବୋଡ଼ିଆର ଦୁଇଟି ସୈନ୍ୟ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ପରେ ସଂଘର୍ଷକୁ ଆହୁରି ତୀବ୍ର ହୋଇଛି।ଦ୍ୱାଦଶ ଶତାବ୍ଦୀର ପ୍ରସିଦ୍ଧ ହିନ୍ଦୁ ମନ୍ଦିର ପ୍ରିୟାହ ବିହାରକୁ ନେଇ ଦୁଇ ଦେଶ ମଧ୍ୟରେ ଏହି ଉତ୍ତେଜନା ଦଶନ୍ଧି ଧରି ଚାଲିଛି। ୧୯୬୨ ମସିହାରେ, ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ICJ) ଏହି ମନ୍ଦିରକୁ କାମ୍ବୋଡିଆର ଅଂଶ ଭାବରେ ଘୋଷଣା କରିଥିଲେ, କିନ୍ତୁ ଥାଇଲାଣ୍ଡର କିଛି ଜାତୀୟତାବାଦୀ ଗୋଷ୍ଠୀ ଏହାକୁ ଏବେ ବି ଚ୍ୟାଲେଞ୍ଜ କରନ୍ତି। ମନ୍ଦିରର କେବଳ ଐତିହାସିକ ଗୁରୁତ୍ୱ ନାହିଁ, ବରଂ ଏହା କାମ୍ବୋଡିଆର ଜାତୀୟତାବାଦ ଏବଂ ଧାର୍ମିକ ଭାବନା ସହିତ ମଧ୍ୟ ଜଡିତ। ଏହି ଅଞ୍ଚଳରେ ବାରମ୍ବାର ସାମରିକ ସଂଘର୍ଷ ଘଟିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fierce fighting between Thailand and Cambodia | Argus News