ଜାଣନ୍ତୁ ଟ୍ରମ୍ପ ଓ ମସ୍କଙ୍କ ଝଗଡା ଆଗକୁ କ'ଣ ହେବ ?

Key Points
ଜାଣନ୍ତୁ ଆଗକୁ ଉଭୟ ଉଭୟଙ୍କ ବିରୋଧରେ ନେଇ ପାରନ୍ତି କି ପଦକ୍ଷେପ ?
ସ୍ପେସ ଏକ୍ସକୁ ବନ୍ଦ କରିପାରନ୍ତି ମସ୍କ!
ମସ୍କଙ୍କ ଉପରେ ପ୍ରଶାସନିକ ଓ ତଦନ୍ତ ଏଜେନ୍ସି ଚାପ ପକାଇ ପାରନ୍ତି ଟ୍ରମ୍ପ !
ଡୋନାଲ୍ଡ ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ଚାଲିଛି ବିବାଦ। ପ୍ରତିଦିନ ଉଭୟ ଉଭୟଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ତେବେ ଏହି ବିବାଦ ଭିତରେ କିଏ କାହା ଉପରେ କେଉଁ ପଦକ୍ଷେପ ନେବେ ତାକୁ ନେଇ ଏବେ ସାଧାରଣରେ ଜୋର ଧରିଛି ଚର୍ଚ୍ଚା।
ତେବେ ଜାଣନ୍ତୁ ଆଗକୁ ଉଭୟ ଉଭୟଙ୍କ ବିରୋଧରେ ନେଇ ପାରନ୍ତି କି ପଦକ୍ଷେପ ?
📱 Get Argus News App
✨କୁହାଯାଉଛି ଏବେ ଟ୍ରମ୍ପଙ୍କ ବିରୋଧରେ ପ୍ରଚାର କରିବା ପାଇଁ ଟଙ୍କା ଖର୍ଚ୍ଚ କରି ପାରନ୍ତି ମସ୍କ। ଟ୍ରମ୍ପଙ୍କୁ ନିର୍ବାଚନରେ ଜିତାଇବା ପାଇଁ ମସ୍କ ୨୫୦ ନିୟୁତ ଡଲାର (୨,୦୮୦ କୋଟି ଟଙ୍କା) ମଧ୍ୟ ଖର୍ଚ୍ଚ କରିଥିଲେ। ଏବେ ପୁଣି ତାଙ୍କ ବିରୋଧରେ ପ୍ରଚାର ପାଇଁ ନିୟୁତ ନିୟୁତ ଡଲାର ଖର୍ଚ୍ଚ କରି ପାରନ୍ତି ମସ୍କ।
ଏକ୍ସକୁ ବଡ଼ ଅସ୍ତ୍ରଭାବେ ବ୍ୟବହାର କରିପାରନ୍ତି ମସ୍କ ।ନିକଟରେ ମସ୍କ ଏକ୍ସରେ ଏକ ପୋଷ୍ଟ କରି ପଚାରିଥିଲେ ଯେ ଆମେରିକାରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବାର ସମୟ ଆସିଛି କି? ଏହି ପୋଷ୍ଟରେ, ପ୍ରାୟ ୨୦ ଲକ୍ଷ ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ 'ହଁ' ଭୋଟ ଦେଇଥିଲେ।
ସ୍ପେଶ ଏକ୍ସକୁ ବନ୍ଦ କରିପାରନ୍ତି ମସ୍କ !
ନିକଟରେ ମସ୍କ କହିଛନ୍ତି ଯେ ସେ ସ୍ପେସଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟକୁ ବନ୍ଦ କରିଦେବେ। ମସ୍କଙ୍କ ଧମକ ପରେ, ଟ୍ରମ୍ପଙ୍କ ସହଯୋଗୀ ଏବଂ ରାଜନୈତିକ ରଣନୀତିଜ୍ଞ ଷ୍ଟିଫେନ ବାନନ ଟ୍ରମ୍ପଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ମାଧ୍ୟମରେ ସ୍ପେସଏକ୍ସକୁ ଜବତ କରିବା ଉଚିତ ବୋଲି କହିଛନ୍ତି।
ଏବେ ଜାଣନ୍ତୁ ମସ୍କଙ୍କ ଉପରେ କି ପଦକ୍ଷେପ ନେଇ ପାରନ୍ତି ଟ୍ରମ୍ପ ?
ଚୁକ୍ତିନାମା ବାତିଲ
ଟ୍ରମ୍ପ୍ ନିକଟରେ କହିଥିଲେ ସେ ମସ୍କଙ୍କ କମ୍ପାନୀଗୁଡ଼ିକ ସହିତ ହୋଇଥିବା ସରକାରୀ ଚୁକ୍ତିକୁ ବାତିଲ କରି ବଜେଟରୁ ବହୁତ ଟଙ୍କା ସଞ୍ଚୟ କରିପାରିବେ। ଗତ ବର୍ଷ, ମସ୍କଙ୍କ କମ୍ପାନୀଗୁଡ଼ିକ ୧୭ଟି ସରକାରୀ ସଂସ୍ଥା ସହିତ ପ୍ରାୟ ୧୦୦ଟି ଚୁକ୍ତିନାମାରେ ୨ ବିଲିୟନ ଡଲାର (ପ୍ରାୟ ୨୫ ହଜାର କୋଟି ଟଙ୍କା) ପାଇଥିଲେ। ଏବେ ମସ୍କଙ୍କ ସହିତ ସମସ୍ତ ଚୁକ୍ତିନାମା ବାତିଲ କରିପାରନ୍ତି ଟ୍ରମ୍ପ।
ମସ୍କଙ୍କ ଉପରେ ପ୍ରଶାସନିକ ଓ ତଦନ୍ତ ଏଜେନ୍ସି ଚାପ ପକାଇ ପାରନ୍ତି ଟ୍ରମ୍ପ
ନିକଟରେ ଷ୍ଟିଭ୍ ବ୍ୟାନନ୍ ମସ୍କଙ୍କୁ ଜଣେ ଅବୈଧ ପ୍ରବାସୀ ବୋଲି କହିଛନ୍ତି ଏବଂ ତାଙ୍କ ପ୍ରବାସ ସ୍ଥିତିର ଆନୁଷ୍ଠାନିକ ତଦନ୍ତ ଦାବି କରିଛନ୍ତି। ବ୍ୟାନନ୍ ମସ୍କଙ୍କ ନିଶା ବ୍ୟବହାର ଏବଂ ଚୀନ୍ ସହ ସମ୍ପର୍କ ନେଇ ତଦନ୍ତ କରାଯାଉ ବୋଲି ଦାବି କରାଯାଉ
ଟ୍ରମ୍ପ ବାତିଲ କରି ପାରନ୍ତି ମସ୍କଙ୍କ ସୁରକ୍ଷା ମଞ୍ଜୁରୀ