Pakistan / ୨୦୨୬ରୁ ପାକିସ୍ତାନରେ ସବୁ ବନ୍ଦ, ଫିନଲ୍ୟାଣ୍ଡର ବଡ଼ ନିଷ୍ପତ୍ତି
·9 months ago·2 min read

Key Points
ଭାରତର ୩ ପଡୋଶୀ ଦେଶ ସହ ସଂପର୍କ ତୁଟାଇବ ଫିନଲ୍ୟାଣ୍ଡ
୨୦୨୬ରୁ ବନ୍ଦ ହୋଇଯିବ ଦୂତାବାସ
୨୦୨୬ରୁ ବନ୍ଦ ହୋଇଯିବ ଦୂତାବାସ
୨୦୨୬ରୁ ସବୁ ବନ୍ଦ। ଭାରତର ୩ ପଡୋଶୀ ଦେଶ ସହ ସଂପର୍କ ତୁଟାଇବ ଫିନଲ୍ୟାଣ୍ଡ। ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ପାକିସ୍ତାନରେ ପଡ଼ିବ ତାଲା।ଖୁବଶୀଘ୍ର ପାକିସ୍ତାନରେ ଦୂତାବାସ ବନ୍ଦ କରିବ ଫିନଲ୍ୟାଣ୍ଡ। ଏଖବର ପରେ ପାକିସ୍ତାନ ଏବେ ଚିନ୍ତାରେ। ପୁରା ବିଶ୍ବରେ ବଦଳୁଥିବା ରାଜନୈତିକ ଚିତ୍ର ମଧ୍ୟରେ ଏକ ବଡ ଘୋଷଣା କରିଛି ଫିନଲ୍ୟାଣ୍ଡ । କେବଳ ପାକିସ୍ତାନ ନୁହେଁ, ଆଫଗାନିସ୍ତାନ ଓ ମିଆଁମାରରେ ବି ତାଲା ପଡିବ। ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ୨୦୨୬ ସୁଦ୍ଧା ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ଫିନଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଏଲିନା ଭାଲଟୋନେନ୍ । । ତେବେ ଦୁନିଆର ସବୁଠାରୁ ସୁଖୀ ଦେଶ କୁହାଯାଉଥିବା ଫିନଲ୍ୟାଣ୍ଡ କାହିଁକି ଭାରତର ଏହି ୩ ପଡୋଶୀ ଦେଶ ସହ ନେଉଛି କୂଟନେତିକ ବିରତି । ଏପରି ନିଷ୍ପତ୍ତି ପଛର କାରଣ କଣ ?
ଫିନଲ୍ୟାଣ୍ଡର ଏ ନିଷ୍ପତ୍ତି ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ୨୦୧୨ରେ ଫିନଲ୍ୟାଣ୍ଡ ବଜେଟ୍ ପ୍ରତିବନ୍ଧକ ଯୋଗୁ ଇସଲାମବାଦରେ ଡିପ୍ଲୋମାଟିକ ମିଶନ ବନ୍ଦ କରିଦେଇଥିଲା । ତେବେ ୨୦୨୨ରେ ପୁଣି ଖୋଲି ଦେଇଥିଲା । ୨୦୨୩ରେ ସ୍ବିଡେନ ମଧ୍ୟ ସୁରକ୍ଷା ପରିସ୍ଥିତିକୁ କାରଣ ଭାବରେ ଦର୍ଶାଇ ରାଜଧାନୀରେ ଥିବା ଏହାର ଦୂତାବାସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଥିଲା । ପାକିସ୍ତାନର ଇସଲାମବାଦ, ଆଫଗାନିସ୍ତାନର କାବୁଲ ଏବଂ ମିଆଁମାରେ ଥିବା ୟାଙ୍ଗନରେ ନିଜର ଦୂତାବାସ ବନ୍ଦ କରିବ ।ଏକ ବିବୃତ୍ତିରେ ଫିନଲ୍ୟାଣ୍ଡର ବୈଦେଶିକ ମନ୍ତ୍ରାଳୟ ଏପରି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି । ଏହି ଦେଶଗୁଡିକରେ ପରିବର୍ତ୍ତନ ହେଉଥିବା ରାଜନୈତିକ ପରିସ୍ଥିତିକୁ ସେମାନଙ୍କ ନିଷ୍ପତ୍ତିର ଏକ ପ୍ରାଥମିକ କାରଣ ଭାବରେ ଉଲ୍ଲେଖ କରାଯାଇଛି ।
ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ଅସୀମ ମୁନିରଙ୍କ କ୍ଷମତା ବୃଦ୍ଧି, ୟୁଏନ କହିଲା...
ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଫିନଲ୍ୟାଣ୍ଡର ଏହି ଦେଶଗୁଡିକ ସହିତ ସୀମିତ ବାଣିଜ୍ୟିକ ଓ ଅର୍ଥନୈତିକ ସଂପର୍କ ରହିଛି । ସେ ଆହୁରି କହିଛନ୍ତି ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ନିୟନ୍ତ୍ରଣକୁ ସୁଦୃଢ କରିବା ସହ ବିଶାଳ ଆଭ୍ୟନ୍ତରୀଣ କ୍ଷମତା ସଂଘର୍ଷରେ ଫସି ରହିଛି । ସେହିପରି ଜେଲ୍ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବନ୍ଦ କରିବାକୁ ଦାବି କରି ପାକିସ୍ତାନରେ ବ୍ୟାପକ ବିରୋଧ ପ୍ରଦର୍ଶନ ମଧ୍ୟ ରହିଛି । ଇମ୍ରାନ ଖାନଙ୍କ ଭଉଣୀ,ପୁଅ ଓ ତାଙ୍କ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫ୍(PTI) ନେତାମାନେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦେବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କାହା ସହ ଦେଖାକରିବାକୁ ଦେଇନାହାନ୍ତି ଇମ୍ରାନ ଖାନଙ୍କୁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ପାକିସ୍ତାନରେ ଶାସନ ବର୍ତ୍ତମାନ ବେଲଗାମ ହୋଇଯାଇଛି। ନିକଟରେ ପାକିସ୍ତାନରେ ହୋଇଥିବା ସମ୍ବିଧାନ ସଂଶୋଧନ ଦେଶରେ ଶାସନ ସନ୍ତୁଳନକୁ ସମ୍ପୂର୍ଣ୍ଣ ବିଗାଡି ଦେଇଛି।ଏଣୁ ମିଳିତ ଜାତିସଂଘ ମାନବାଧିକାର (ୟୁଏନଏଚଆରସି) କାର୍ଯ୍ୟାଳୟ ମୁଖ୍ୟ ଭୋଲ୍କର ଟର୍କ ଶୁକ୍ରବାର ଜାରି ବୟାନରେ ଚେତାବନୀ ଦେଇଛନ୍ତି ଯେ ପାକିସ୍ତାନରେ ତରବରିଆ ଭାବେ କରାଯାଇଥିବା ସଂଶୋଧନ ନ୍ୟାୟପାଳିକା ସ୍ୱାଧୀନତାକୁ ଗୁରୁତର ପ୍ରଭାବିତ କରୁଛି। ନୂଆ ପରିବର୍ତ୍ତନ ପରେ ସେନା ଖାସ କରି ଏବେକା ଆର୍ମି ଚିଫ୍ ଜେନେରାଲ ଅସୀମ ମୁନିର ଅତ୍ୟନ୍ତ ପ୍ରଭାବଶାଳୀ ହୋଇ ଯାଇଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର: