Videos
|
International

ମଝି ସମୁଦ୍ରରେ ଜାହାଜରେ ଲାଗିଲା ନିଆଁ , ୫ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ମଝି ସମୁଦ୍ରରେ ଜାହାଜରେ ଲାଗିଲା ନିଆଁ , ୫ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ

Key Points

ସମୁଦ୍ରରେ ସାମ୍ନାକୁ ଆସିଛି ଛାତିଥରା ଦୃଶ୍ୟ
ଇଣ୍ଡୋନେସିଆରେ ମଝି ସମୁଦ୍ରରେ ଜାହାଜରେ ଲାଗିଲା ନିଆଁ
ଜୀବନ ବଞ୍ଚାଇବାକୁ ଜାହାଜରୁ ପାଣିକୁ ଡେଇଁଥିଲେ ଯାତ୍ରୀ
ଜାହାଜରେ ଥିଲେ ୨୮୦ଜଣ ଯାତ୍ରୀ

ଇଣ୍ଡୋନେସିଆ ନିକଟ ସମୁଦ୍ରରେ ସାମ୍ନାକୁ ଆସିଛି ଛାତିଥରା ଦୃଶ୍ୟ। ମଝି ସମୁଦ୍ରରେ ଜାହାଜରେ ଲାଗିଲା ନିଆଁ। ଇଣ୍ଡୋନେସିଆର ଉତ୍ତରୀ ସୁଲାବୋସୀ ପ୍ରାନ୍ତରେ ରବିବାର ଦ୍ଵିପ୍ରହର ସମୟରେ କେଏମ ବାର୍ସିଲୋନା ବିଏ ନାମକ ଯାତ୍ରୀ ଜାହଜରେ ତାଲିସେ ଦ୍ଵୀପ ନିକଟରେ ଭୀଷଣ ନିଆଁ ଲାଗିଯାଇଥିଲା । ଯାହାର ସଙ୍ଗେସଙ୍ଗେ ଯାତ୍ରୀମାନେ ଭୟରେ ଚିତ୍କାର କରି ଜାହାଜରୁ ସମୁଦ୍ରକୁ ଡେଇଁଥିଲେ ।


ଚାହୁଁ ଚାହୁଁ ନିଆ ପୂରା ଜାହାଜ ସାରା ବ୍ୟାପୀ ଯାଇଥିଲା। ୨୮୦ ଜଣ ଯାତ୍ରୀ ଏହି ଜାହାଜରେ ଥିଲେ ବୋଲି ଜଣାପଡ଼ିଛି। ଯାତ୍ରୀଙ୍କୁ ଉଦ୍ଧାର ପାଇଁ ବୋଟରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ। ତେବେ କାହିଁକି ଜାହାଜରେ ନିଆଁ ଲାଗିଲା ତାହା ସ୍ପଷ୍ଟ ସୂଚନା ମିଳିପାରିନି। ଅଗ୍ନିକାଣ୍ଡରେ ୫ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fire breaks out on ship in mid-ocean, over 5 passengers die | Argus News