Videos
|
International

Shamonda Virus / ପ୍ରଥମ ଥର ପାଇଁ ଜଣେ ମଣିଷଙ୍କ ଶରୀରରେ ଶାମୋଣ୍ଡା ଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଛି

Bikash Mohanty
Browse all articles by Bikash Mohanty
·53 mins ago·2 min read
ପ୍ରଥମ ଥର ପାଇଁ ଜଣେ ମଣିଷଙ୍କ ଶରୀରରେ ଶାମୋଣ୍ଡା ଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଛି
Shamonda Virus

Key Points

ମଣିଷ ଶରୀରରେ ଶାମୋଣ୍ଡା ଭୂତାଣୁ
ଭୂତାଣୁ ସଂକ୍ରମଣରେ ଫ୍ରାନ୍ସରେ ଜଣଙ୍କର ମୃତ୍ୟୁ
ପୂର୍ବରୁ ଏହି ଭୂତାଣୁ କେବଳ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଥିଲା
ଜଣେ ମଣିଷଙ୍କ ଶରୀରରେ ଶାମୋଣ୍ଡା ଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଛି । ଫ୍ରାନ୍ସରେ ପ୍ରଥମ ଥର ପାଇଁଜଣେ ମଣିଷଙ୍କ ଶରୀରରେ ଶାମୋଣ୍ଡା ଭାଇରସ୍ ସଂକ୍ରମଣ ଚିହ୍ନଟ।  ଏହା  ପୂର୍ବରୁ କେବଳ ପଶୁମାନଙ୍କ ଶରୀରରେ ଏହି ଭୂତାଣୁ ଠାବ କରାଯାଇଥିବା ବେଳେ ମଣିଷଙ୍କଠାରେ ସଂକ୍ରମଣର ଏହା ପ୍ରଥମ ଘଟଣା । ତେବେ ଦୁର୍ଭାଗ୍ୟବଶତଃ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଧାନୋମ୍ ଘେବ୍ରେୟେସସ୍ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।

WHO ମହାନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସଂକ୍ରମିତ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲା । ଫଳରେ ସେ ସଂକ୍ରମଣ ଓ ଗୁରୁତର ଅସୁସ୍ଥତାର ଅଧିକ ବିପଦରେ ଥିଲେ। ତାଙ୍କ ମୃତ୍ୟୁରେ ଡକ୍ଟର ଟେଡ୍ରୋସ୍ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶାମୋଣ୍ଡା ଭାଇରସ୍ ମୁଖ୍ୟତଃ ଗାଈ, ମେଣ୍ଢା, ଛେଳି ଓ ଘୋଡ଼ା ଭଳି ପଶୁଙ୍କୁ ସଂକ୍ରମିତ କରିଥାଏ । ‘ମିଜ୍’ ନାମକ ଏକ କ୍ଷୁଦ୍ର ମାଛି ସଦୃଶ କୀଟ କାମୁଡ଼ିବା ଦ୍ୱାରା ଏହି ଭୂତାଣୁ ଗୋଟିଏ ପଶୁରୁ ଅନ୍ୟ ପଶୁକୁ ବ୍ୟାପୁଥିବା ଅନୁମାନ କରାଯାଉଛି ।

ପଢନ୍ତୁ ଏହି ଖବର: ଏଠାରେ ହେଲା ଶକ୍ତିଶାଳୀ ଭୂମିକମ୍ପ ଝଟକା, ଭୟଭୀତ ହୋଇ ଘର ବାହାରକୁ ଦୌଡ଼ିଲେ ଲୋକ

ତେବେ ଏହାର ସଂକ୍ରମଣ ପ୍ରକ୍ରିୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଅଧିକ ଗବେଷଣା ଆବଶ୍ୟକ । ଫ୍ରାନ୍ସର ଯେଉଁ ଅଞ୍ଚଳରେ ସଂକ୍ରମିତ ବ୍ୟକ୍ତି ରହୁଥିଲେ, ସେଠାରେ ପୂର୍ବରୁ ପଶୁମାନଙ୍କ ମଧ୍ୟରେ ଶାମୋଣ୍ଡା ଭାଇରସ୍ ବ୍ୟାପୁଥିଲା । ସେହି ଅଞ୍ଚଳରେ ଭୂତାଣୁ ବାହକ ହୋଇପାରୁଥିବା କୁଲିକୋଇଡିସ୍ ପ୍ରଜାତିର କ୍ଷୁଦ୍ର କୀଟ ମଧ୍ୟ ଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଏହି ପ୍ରଥମ ମାନବ ସଂକ୍ରମଣର ଉତ୍ସ କ’ଣ, ଭୂତାଣୁ କିପରି ମଣିଷ ଶରୀରରେ ପ୍ରବେଶ କଲା ଏବଂ ଏହା ଜନସ୍ୱାସ୍ଥ୍ୟ ପାଇଁ କେତେ ବିପଦ ସୃଷ୍ଟି କରିପାରେ, ସେନେଇ ତଦନ୍ତ ଚାଲିଛି । WHO ଫ୍ରାନ୍ସର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି । ତେବେ ଶାମୋଣ୍ଡା ଭାଇରସ୍ ମଣିଷରୁ ମଣିଷକୁ ସଂକ୍ରମିତ ହୋଇପାରେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ନେଇ ଅଧିକ ବୈଜ୍ଞାନିକ ଅନୁଧ୍ୟାନ ଜାରି ରହିଛି ।