Pakistan / କଣ କରିବ ପାକିସ୍ତାନ, ମାନବ ବୋମା ବ୍ୟବହାର କଲା ବଲୋଚିସ୍ତାନ...
·7 months ago·2 min read

Key Points
ବଲୋଚ୍ ଆର୍ମୀର ମହିଳା 'ଫିଦାଏଁ'
ଚିନ୍ତାରେ ପାକିସ୍ତାନ ସରକାର
ଚିନ୍ତାରେ ପାକିସ୍ତାନ ସରକାର
ଚିନ୍ତାରେ ପାକିସ୍ତାନ ସରକାର। ଦେଶ ହୋଇଯିବ ଦୁଇଖଣ୍ଡ। ବଡ଼ ପ୍ଲାନ କରୁଛି ବଲୋଚିସ୍ତାନ । ଏବେ ପାକିସ୍ତାନ ସରକାର କଣ କରିବେ କେଉଁ ନଷ୍ପତ୍ତି ନେବେ ତାହା ବଡ଼ କଥା। ସେପଟେ ପାକିସ୍ତାନ ସରକାର ଉପରେ ଚାପ ପକାଇବା ପାଇଁ କୌଣସି ସୁଯୋଗ ହାତଛଡା କରୁନି ବଲୋଚ୍ ଲିବରେସନ୍ ଫ୍ରଣ୍ଟ୍ ବା ବିଏଲଏଫ। ପାକିସ୍ତାନ ହାତରୁ ଖସି ଖସି ଯାଉଛି ବଲୋଚିସ୍ତାନ । ଲଗାତାର ଭାବେ ବଲୋଚିସ୍ତାନର ଆଖପାଖ ଅଞ୍ଚଳରେ ହେଉଛି ବିସ୍ଫୋରଣ । ସୋମବାର କ୍ୱେଟାରେ ଥିବା ସେନା ମୁଖ୍ୟାଳୟରେ ବିସ୍ଫୋରଣ ପରେ ପାକିସ୍ତାନ ସରକାରଙ୍କ ମନୋବଳ ପୁରା ଭାଙ୍ଗିଯାଇଛି । ଦେଶ ଆଉ ଥରେ ଖଣ୍ଡ ଖଣ୍ଡ ହେବା ନେଇ ଆଶଙ୍କା ଦେଖାଦେଲାଣି ।
ସୂଚନାନୁସାରେ, ବଲୋଚ୍ ଆର୍ମୀ ଦେଶରେ ଚାଇନାର ପ୍ରକଳ୍ପକୁ ବିରୋଧ କରି ଆସିଛି । ତେଣୁ ଚାଇନା ଏବଂ କାନାଡାର ଅନେକ ପ୍ରକଳ୍ପକୁ ଟାର୍ଗେଟ୍ କରାଯାଉଛି । ପ୍ରଥମେ ବିଏଲଏଫ ଟାର୍ଗେଟରେ କ୍ଷୁଦ୍ର ପ୍ରକଳ୍ପ ରହିଥିଲା । ଏବେ ବଡ ବଡ ପ୍ରୋଜେକ୍ଟରେ ବିସ୍ଫୋରଣ ଘଟାଇ ପାକିସ୍ତାନ ସରକାରକୁ ବଲୋଚ୍ ଆର୍ମୀ ଚ୍ୟାଲେଞ୍ଜ୍ ଦେଇଛି । ବିଏଲଏଫ ଦାବି କରିଛି ଯେ, ସେମାନେ ପାକିସ୍ତାନୀ ସେନାକୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କରିଛନ୍ତି । ସେଥିପାଇଁ ଫିଦାଏଁ ବା ମାନବ ବୋମା ବ୍ୟବହାର କରାଯାଉଛି । ନିକଟରେ ଚାଇନା ପରିଚାଳିତ ଏକ ଖଣିରେ ମହିଳା ମାନବ ବୋମା ବ୍ୟବହାର ହୋଇଥିଲା । ଯେଉଁଥିରେ ପାକିସ୍ତାନର ୬ ଜଣ ଯବାନ ନିହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଲେ ଟ୍ରମ୍ପ: କହିଲେ, 'ଦେଶ ଛାଡି ପଳାଅ'
ବିଏଲଏଫର ମୁଖପାତ୍ର କହିଛନ୍ତି ଯେ, ଏବେ ଅଧିକରୁ ଅଧିକ ମାନବ ବୋମା ବ୍ୟବହାର କରାଯିବ । ଏଥିରେ ଅନେକ ମହିଳା ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ରାଜି ଅଛନ୍ତି । ଆଗକୁ ଭୟଙ୍କର ଆକ୍ରମଣ ହେବା ନେଇ ସେ ଚେତାବନୀ ଦେଇଛନ୍ତି । ଏହାସହ ''ଆତ୍ମଘାତୀ ଆକ୍ରମଣ କରିଥିବା ମହିଳା ଫିଦାଏଁ ବା ମାନବ ବୋମାର ଫଟୋ ବିଏଲଏଫ ସେୟାର କରିଛି । ମହିଳା ଜଣଙ୍କ ହେଲେ ଜରିନା ରଫିକ୍ । ତେବେ ଏହି ଆକ୍ରମଣକୁ ଖାସ୍ କହିଛି ବିଏଲଏଫ୍ । କାରଣ ପୂର୍ବରୁ କେବେ ହେଲେ ମାନବବୋମା ବ୍ୟବହାର ହୋଇନଥିଲା । ଆକ୍ରମଣ ଘଟାଇଥିବା ବିଏଲଏଫର ମାଜିଦ୍ ବ୍ରିଗେଡ୍ ପୂର୍ବରୁ ଜାଫର ଏକ୍ସପ୍ରେସ ଅପହରଣ ଭଳି ଅନେକ ଘଟଣାକୁ ସଫଳାତର ସହ ସମ୍ପାଦନ କରିଛି ।''
ତେବେ ବର୍ତ୍ତମାନ ପାକିସ୍ତାନରେ ମହିଳା ଫିଦାଏଁକୁ ନେଇ ଆରମ୍ଭ ହୋଇଛି ଚିନ୍ତା। କଣ କରିବ ପାକିସ୍ତାନ ? ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସ୍ଥିତି ଏପରି ହେଲାଣି ଯେ ଶେଷରେ ପାକିସ୍ତାନ ସରକାରକୁ ଯାତାୟତ ଉଉରେ ମଧ୍ୟ ପ୍ରତିବନ୍ଧ ଲଗାଇବାକୁ ପଡ଼ିଛି। ତେବେ ଆଗକୁ ପରିସ୍ଥିତି କର ହେଉଛି ତାହା ତ ସମୟ କହିବ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories