Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୨୪୦୦ ଟଙ୍କାରେ ବିକ୍ରି ହେଉଛି ୫ଟଙ୍କିଆ ପାର୍ଲେଜି ପ୍ୟାକେଟ

Ritu Das
Browse all articles by Ritu Das
·1 year ago·2 min read
୨୪୦୦ ଟଙ୍କାରେ ବିକ୍ରି ହେଉଛି ୫ଟଙ୍କିଆ ପାର୍ଲେଜି ପ୍ୟାକେଟ

Key Points

ଚିନି କିଲୋ ୫୦୦୦, ପିଆଜ କିଲୋ ୪୦୦୦ ଉପରେ

ଫ୍ରିରେ ବାଣ୍ଟିବାକୁ ପଠାଯାଉଥିବା ଖାଦ୍ୟର ମୂଲ୍ୟ ବଢ଼ୁଛି କେମିତି

୫ଟଙ୍କିଆ ପାର୍ଲେ-ଜି ଏଠି ୨୪୦୦ଟଙ୍କା

ଯେଉଁ ପାର୍ଲେଜି ବିସ୍କୁଟକୁ ଆପଣ ଭାରତରେ ୫ଟଙ୍କା ଦେଇ କିଣୁଛନ୍ତି। ତାହା ଆଉ କେଉଁଠି ୨୪୦୦ ଟଙ୍କାରେ ବିକ୍ରି ହେଉଛି। ଏମିତିକି ପାର୍ଲେଜି ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥାଟି ସତ। ଭାରତଠାରୁ ପ୍ରାୟ ୪୫୦୦ କି.ମି ଦୂରରେ ଥିବା ଯୁଦ୍ଧ ପ୍ରପୀଡ଼ିତ ଗାଜାରେ ଖାଦ୍ୟଭାବ ସମସ୍ୟା ଚରମସୀମାରେ ଥିବା ବେଳେ ସେଠି ପାର୍ଲେଜି ଭଳି ୫ ଟଙ୍କିଆ ବିସ୍କୁଟ ୨୪୦୦ ଟଙ୍କାରେ କିଣିବାକୁ ପଡ଼ୁଛି। ଗାଜାର ମହମ୍ମଦ ଜୱଦ ନାମକ ଜଣେ ବ୍ୟକ୍ତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ବହୁତ ସମୟ ପରେ ମୁଁ ମୋର ପ୍ରିୟ ବିସକୁଟ ପାଇଲି। ଯଦିଓ ଏହାର ଦାମ ୧.୫ ୟୁରୋରୁ ବଢ଼ି ୨୪ ୟୁରୋରେ ପହଞ୍ଚିଯାଇଛି। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ୨୪ ୟୁରୋ ବା ପ୍ରାୟ ୨୪୦୦ ଟଙ୍କା ଦେବାକୁ ପଡ଼ୁଛି ଗୋଟିଏ ପ୍ୟାକେଟ ପାର୍ଲେଜି ପାଇଁ। ତେବେ ଗାଜାରେ ଏହି ବିସ୍କୁଟର ଦାମ ବଢ଼ିବାର କାରଣ ହେଲା କଳବଜାରୀ ।


ଗାଜାକୁ ପାର୍ଲେଜି ବିସ୍କୁଟ ପଠାଯାଉଛି ବିନା ମୂଲ୍ୟରେ ଲୋକଙ୍କୁ ବଣ୍ଟିବାକୁ। କିନ୍ତୁ ଏହାକୁ କିଛି ଲୋକ ହଡପ କରି ମନଇଚ୍ଛା ଦାମରେ ବିକ୍ରି କରୁଛନ୍ତି। ଯୁଦ୍ଧ ପରିସ୍ଥିତି ଓ ଉତ୍କଟ ଖାଦ୍ୟଭାବ ସମୟରେ ଏହାକୁ କିଛି ଲୋକ ସୁଯୋଗ ଭାବି ନେଇଛନ୍ତି। କେଉଁଠି ୨୦୦ ଟଙ୍କାରେ ଗୋଟିଏ ପ୍ୟାକେଟ ବିସକୁଟ କିଣିବାକୁ ପଡ଼ୁଛି ତ ଆଉ କେଉଁଠି ୩୦୦୦ ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି । ଅନ୍ୟପଟେ ୩ମାସ ହେଲେ ଗାଜା ସୀମା ବନ୍ଦ ଥିବାରୁ ଆବଶ୍ୟକୀୟ ଖାଦ୍ୟ ପହଞ୍ଚିପାରୁନି ସାଧାରଣ ଲୋକଙ୍କ ପାଖକୁ। କେବଳ ବିସ୍କୁଟ ନୁହେଁ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦାମ ମଧ୍ୟ ଆକାଶ ଛୁଆଁ ହୋଇଛି। ଚିନି କେଜି ୪୯୧୪ ଟଙ୍କାରେ ବିକ୍ରି ହେଉଥିବା ବେଳେ ଖାଇବା ତେଲ ୪୧୭୭, ଆଳୁ କେଜି ୧୯୬୫, ପିଆଜ କେଜି ୪୪୨୩ ଓ ଗୋଟିଏ କଫି କପ୍ ୧୮୦୦ ଟଙ୍କାରେ ମିଳୁଥିବା ବିଭିନ୍ନ ଅନ୍ତର୍ଜାତୀୟ ଖବର କାଗଜରେ ପ୍ରକାଶ ପାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored