Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନଦୀକୁ ଖସି ପଡ଼ିବାରୁ ୫ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·11 months ago·2 min read
ନଦୀକୁ ଖସି ପଡ଼ିବାରୁ ୫ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ

Key Points

ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

ଛିଣ୍ଡିଗଲା ଝୁଲା ପୋଲର ଦଉଡ଼ି

ନଦୀକୁ ଖସି ପଡ଼ିବାରୁ ୫ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ

ଚାରିଆଡେ ଥିଲା ପର୍ଯ୍ୟଟକଙ୍କ ଗହଳି। ସମୟ କାଟିବାକୁ ଚୀନର ଏହି ସ୍ଥାନରେ ଲୋକଙ୍କ ଗହଳି ଲାଗିଥିଲା। ସମସ୍ତେ ମନଭରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। କିନ୍ତୁ ହଠାତ ଏମିତି ଏକ ଘଟଣା ଘଟିଲା ଯାହା ଆପଣଙ୍କ ଛାତିକୁ ଥରାଇଦେବ। ହସ ଖୁସିରେ ଫାଟିପଡ଼ୁଥିବା ସ୍ଥାନରୁ ସଙ୍ଗେ ସଙ୍ଗେ ଶୁଭିଲା କାନ୍ଦବୋବାଳିର ଶବ୍ଦ। କେହି କିଛି ବୁଝିବା ସୁଝିବା ପୂର୍ବରୁ ଲୋକମାନେ ନଦୀରେ ଭାସି ଯାଇଥିଲେ। ଉତ୍ତର-ପଶ୍ଚିମ ଚୀନର ସିନଜିଆଙ୍ଗର ଇଲି କଜାକ ପ୍ରଦେଶର ଝାଓସୁ କାଉଣ୍ଟି ନିକଟରେ ଏକ ଝୁଲା ପୋଲ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୫ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି।


ସିନଜିଆଙ୍ଗର ଇଲି କାଜାକ ପ୍ରଦେଶର ଝାଓସୁ କାଉଣ୍ଟି ନିକଟରେ ଥିବା ଝୁଲା ପୋଲରେ ଏହି ଦୁର୍ଘଟଣା ଘଟିଛି। ଉକ୍ତ ପୋଲଟି ଶିୟାଟା ନାମକ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ନିକଟରେ ଅବସ୍ଥିତ। ପର୍ଯ୍ୟଟକମାନେ ଉକ୍ତ ଝୁଲାପୋଲ ଉପରେ ଛିଡ଼ା ହୋଇ ପ୍ରାକୃତିକ ଦୃଶ୍ୟର ମଜା ନେଉଥିବା ବେଳେ ହଠାତ ଏହାର ଦଉଡ଼ି ଛିଣ୍ଡି ଯାଇଥିଲା। ଫଳରେ ପୋଲର ଗୋଟିଏ ପାର୍ଶ୍ବ ନଦୀ ଆଡକୁ ଢ଼ଳି ପଡ଼ିଥିଲା। କେହି କିଛି ବୁଝିବା ପୂର୍ବରୁ ଜଣକ ପରେ ଜଣେ ଏପରି ଭାବେ ୩୦ରୁ ଅଧିକ ପର୍ଯ୍ୟଟକ ନଦୀ ଭିତରକୁ ଖସି ପଡ଼ିଥିଲେ। ନଦୀ ଭିତରେ ଥିବା ପଥରରେ ମାଡ଼ ହୋଇ ୫ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଏହି ଦୁର୍ଘଟଣାରେ ଅନେକ ପର୍ଯ୍ୟଟକ ନଦୀ ସୁଅରେ ଭାସିଯାଇଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ପାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ପୋଲ ଛିଣ୍ଡିଯିବା ପରେ ପ୍ରଶାସନ ସଙ୍ଗେସଙ୍ଗେ ଉକ୍ତ ପର୍ଯ୍ୟଟନ ସ୍ଥଳକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେଇଛି। ଘଟଣାର କାରଣ ଜାଣିବ‌ା ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଯାଇଛି। ଏହି ଛାତିଥରା ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦଉଡ଼ି ଛିଣ୍ଡିବା ପ‌ରେ ଝୁଲପୋଲଟି ଗୋଟିଏ ପାର୍ଶ୍ବକୁ ଢଳି ପଡ଼ିଥିବା ବେଳେ ଏହା ଉପରେ ଥିବା ପର୍ଯ୍ୟଟକମାନେ ଚିତ୍କାର କରି ନଦୀ ଗର୍ଭକୁ ଖସି ପଡ଼ୁଥିବା ଦେଖିବାକୁ ମିଳୁଛି।

Sponsored
five-tourists-die-after-falling-into-river | Argus News