Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମେରିକାରେ ବର୍ଷା ତାଣ୍ଡବ , ବଢୁଛି ମୃତ୍ୟୁ ସଂଖ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆମେରିକାରେ ବର୍ଷା ତାଣ୍ଡବ , ବଢୁଛି ମୃତ୍ୟୁ ସଂଖ୍ୟା

Key Points

ଆମେରିକାରେ ବର୍ଷା ତାଣ୍ଡବ । ଭୟଙ୍କର ବନ୍ୟାରେ ହନ୍ତସନ୍ତ ଲୋକେ । ଗତ ଶୁକ୍ରବାର ହୋଇଥିବା ବନ୍ୟାରେ ପାଖାପାଖି ୪୩ ଜଣଙ୍କ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ୧୫ଜଣ ଶିଶୁ ରହିଛନ୍ତି ।

ଆମେରିକାରେ ବର୍ଷା ତାଣ୍ଡବ । ଭୟଙ୍କର ବନ୍ୟାରେ ହନ୍ତସନ୍ତ ଲୋକେ । ଗତ ଶୁକ୍ରବାର ହୋଇଥିବା ବନ୍ୟାରେ ପାଖାପାଖି ୪୩ ଜଣଙ୍କ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ୧୫ଜଣ ଶିଶୁ ରହିଛନ୍ତି । ଗତକାଲି ୨୪ଜଣଙ୍କ ମୃତ୍ୟୁ ନେଇ ଖବର ରହିଥିବାବେଳେ ମୃତକଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଅନୁସାରେ, ୱାଶିଂଟନର ଟେକ୍ସାସରେ ଶୁକ୍ରବାର ସକାଳେ ଭୟଙ୍କର ଝଡ଼ତୋଫାନ ହୋଇଥିଲା । ଏହାପରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ୪୩ ଜଣଙ୍କ ଜୀବନ ଯାଇଥିବା ନେଇ ଖବର ରହିଛି । ସମର୍‌ କ୍ୟାମ୍ପ୍‌ କରିବାକୁ ଆସିଥିବା ୨୪ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି ।


ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଖାପାଖି ୭୫୦ରୁ ଅଧିକ ଲୋକଙ୍କୁ ରେସ୍କ୍ୟୁ କରାଯାଇଥିବାର ସୂଚନା ରହିଛି । ଝଡ଼ ତୋଫାନ କାରଣରୁ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଏପରି ସ୍ଥିତି ଉପୁଜିଛି । ଆହୁରି ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଏହି ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ବହୁତ ଭୟାନକ ବୋଲି ଟ୍ରମ୍ପ କହିଛନ୍ତି । ବର୍ଷା ନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା । ହଠାତ ଏମିତି ବର୍ଷା ହେଲା ବନ୍ୟା ହୋଇଗଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Flood situation in America due to heavy rain , 43 dead | Argus News