ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି: ୪୯ ମୃତ

ଅର୍ଗସ ବ୍ୟୁରୋ: ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ପାକିସ୍ତାନର ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଘର ନଷ୍ଟ ହୋଇଯାଇଛି ଏବଂ ରାସ୍ତାଘାଟ ସବୁଆଡେ ପାଣିରେ ପରିପୂର୍ଣ୍ଣ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏହି ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ଏବଂ ଲୋକଙ୍କୁ ରିଲିଫ ସହାୟତା ପ୍ରଦାନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତିନି ଦିନ ଧରି ଲଗାତାର ପ୍ରବଳ ବର୍ଷା ଓ ବଜ୍ରପାତ ପରେ ଅତି କମରେ ୪୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପାକିସ୍ତାନର ଅଧିକାରୀମାନେ ସୋମବାର କହିଛନ୍ତି । ପ୍ରବଳ ବର୍ଷା ହେତୁ ଦେଶର ଦକ୍ଷିଣ-ପଶ୍ଚିମ ଦିଗରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।
ଗହମ ଅମଳ କରୁଥିବା ବେଳେ ବଜ୍ରପାତରେ କିଛି କୃଷକଙ୍କ ମୃତ୍ୟୁ ଘଟିଥିଲା ଏବଂ ବର୍ଷା ହେତୁ ଉତ୍ତର ପଶ୍ଚିମ ଏବଂ ପୂର୍ବ ପଞ୍ଜାବ ପ୍ରଦେଶରେ ଡର୍ଜନେରୁ ଅଧିକ ଘର ଭୁଶୁଡି ପଡିଛି । ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖପାତ୍ର ଆର୍ଫାନ୍ କାଥିଆ କହିଛନ୍ତି ଯେ ପଞ୍ଜାବରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି ଯେଉଁଠାରେ ଏହି ସପ୍ତାହରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ବିଦେଶ ଖବର