Videos
|
International

ପାକିସ୍ତାନରେ ବନ୍ୟା , ଗଲାଣି ୨୦୦ରୁ ଅଧିକ ଜୀବନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପାକିସ୍ତାନରେ ବନ୍ୟା , ଗଲାଣି ୨୦୦ରୁ ଅଧିକ ଜୀବନ

Key Points

ପାକିସ୍ତାନରେ ବର୍ଷା ଓ ବନ୍ୟା ବିପର୍ଯ୍ୟୟରେ ଗଲାଣି ଦୁଇ ଶହ ଜୀବନ

ମୃତକଙ୍କ ଭିତରେ ଶହେରୁ ଅଧିକ ଶିଶୁ

ପଞ୍ଜାବ, ଖୈବର ପାଖତୁନଖ୍ବା, ସିନ୍ଧ, ବାଲୁଚିସ୍ତାନ ସବୁଠାରୁ ଅଧିକ ପ୍ରଭାବିତ

ପାକିସ୍ତାନରେ ବନ୍ୟା ବିପର୍ଯ୍ୟୟ। ପାକିସ୍ତାନରେ ଜୁନ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ମୌସୁମୀ ବର୍ଷା ଓ ବନ୍ୟା ଯୋଗୁ ୨ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ପ୍ରାୟ ଶହେ ଜଣ ଶିଶୁ ଅଛନ୍ତି। ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସୂଚନା ଅନୁସାରେ ପଞ୍ଜାବରେ ୧୨୩, ଖୈବର ପାଖତୁନଖ୍ବାରେ ୪୦, ସିନ୍ଧରେ ୨୧, ବାଲୁଚିସ୍ତାନରେ ୧୬, ଇସଲାମାବାଦରେ ଜଣେ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଣେ ପ୍ରାଣ ହରାଇଛନ୍ତି। ବର୍ଷାରେ ଘର ଭୁଶୁଡ଼ି ପଡ଼ିବାରୁ ୧୧୮ ଜଣଙ୍କର ମୃତ୍ୟୁ ହୋଇଛି।


ଆକସ୍ମିକ ବନ୍ୟାରେ ୩୦ ଜଣ ପ୍ରାଣ ହରାଇଛନ୍ତି। ରାୱଲପିଣ୍ଡିରେ ଆକସ୍ମିକ ବନ୍ୟା ଆସିବାରୁ ଘର, ରାସ୍ତା ଓ ବଜାର ଜଳମଗ୍ନ ହୋଇଛି। ଏଥିରେ ୫୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୮୨ ଜଣ ଶିଶୁ ଅଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁ ପାକିସ୍ତାନରେ ଏପରି ବିପର୍ଯ୍ୟୟ ବୃଦ୍ଧି ପାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Floods in Pakistan, over 200 lives lost | Argus News