Student Drop Out / ସ୍କୁଲ ଯାଉନାହାନ୍ତି ୩୨ ଲକ୍ଷ ପିଲା, କାରଣ ଜାଣିଲେ ଉଡ଼ିଯିବ ହୋସ୍...
·4 months ago·2 min read

Key Points
ଭୋକରେ ରହିବା ବାଧ୍ୟବାଧକତା
ସ୍କୁଲ ଯାଉନାହାନ୍ତି ୩୨ ଲକ୍ଷ ପିଲା
ଜାଣନ୍ତୁ କାରଣ କଣ ?
ସ୍କୁଲ ଯାଉନାହାନ୍ତି ୩୨ ଲକ୍ଷ ପିଲା
ଜାଣନ୍ତୁ କାରଣ କଣ ?
ଗୋଟେ ପଟେ ରାଜ୍ୟରେ ପ୍ରବଳ ଗୁଳୁଗୁଳି ଏବଂ ଗ୍ରୀଷ୍ମ ଲହରୀ ଜାରି ରହିଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସକାଳୁଆ ସ୍କୁଲ କରିବା ସହ ଛୁଟି ଘୋଷଣା କରୁଛନ୍ତି। କିନ୍ତୁ ଅନ୍ୟପଟେ ଯଦି ଆପଣ ଦେଖିବେ ଏବେବି ୩୨ ଲକ୍ଷ ପିଲାମାନେ ସ୍କୁଲ ଯାଉନାହାନ୍ତି। ୟେମେନ ରାଜଧାନୀ ସାନା । ସେଭ ଦ ଚିଲଡ୍ରେନ୍ ଅନୁସାରେ ୟେମେନରେ ୨,୪୦୦ ରୁ ଅଧିକ ସ୍କୁଲ ସଂପୂର୍ଣ୍ଣ ରୂପେ ମାଟିରେ ମିଶିସାରିଛି । ନଚେତ୍ ସେନା ଦ୍ୱାରା ତାକୁ ବାସ ଉପଯୋଗୀ କରିଛି । ଆଉ ବାକି ସ୍କୁଲରେ ଶିକ୍ଷକମାନଙ୍କୁ ମିଳୁନି ଦରମା । ୟେମେନର ଏହି ଚିତ୍ର କେବଳ ଦେଶର ବର୍ବାଦ ନୁହେଁ, ବରଂ ପରବର୍ତ୍ତୀ ପିଢୀର ଭବିଷ୍ୟତକୁ ରଖିଛି ଅନ୍ଧକାରରେ ।
ସଡ଼କରେ ସକାଳୁ ୭ଟାରୁ ଯେଉଁଠି ସାରା ଦୁନିଆ ନିଜର ଦୈନନ୍ଦୀନ କାମରେ ଲାଗିଥାଏ । ସେଇଠି କିଛି ଛୋଟ ଛୋଟ ପିଲା ଥଳି ଧରି ଆରମ୍ଭ କରନ୍ତି ସଂଘର୍ଷ । ତେବେ ଏହି ଥଳି କୌଣସି ସ୍କୁଲ ବ୍ୟାଗ ନୁହେଁ, ବରଂ ପ୍ଲାଷ୍ଟିକ ଖାଲି ବୋତଲ ଏକାଠି କରିବାର ଥାଳି । ମୋଟାମୋଟି ଭାବେ କହିବାକୁ ଗଲେ ବୋତଲ ଗୋଟାଇବାର କାମ ।ରିପୋର୍ଟ ମୁତାବକ, ଲକ୍ଷ ଲକ୍ଷ ପିଲାଙ୍କ ସ୍କୁଲ ଯିବା ଏବେ ସ୍ୱପ୍ନ । କାରଣ ପିଲାଙ୍କୁ ପଢାଇବାର କ୍ଷମତା ନାହିଁ ପରିବାର ନିକଟରେ ।କାସିମ ଦିନା ସାରା ବୋତଲ ଗୋଟାଇଲେ ୧,୫୦୦ ୟେମେନୀ ରିୟାଲ ଅର୍ଥାତ୍ ପାଖାପାଖି ୩ ଡଲାର ମିଳିବ ।
ଏହି ରାଶି ତାର ୬ ପରିବାରର ଗୋଟିଏ ବେଳାର ଖାଦ୍ୟ । ଦ୍ୱିପହର ଖାଇବା ପରେ ୧୨ ବର୍ଷର ବାଇକୁ ସମ୍ଭାଳିବା ବି କାସିମର ବଡ଼ ଦାୟିତ୍ୱ । ସେତିକିରେ ସରେନି ଦୁଃଖ । ରାତି ଖାଇବା ପାଇଁ କରିବାକୁ ପଡ଼େ ଯୁଗାଡ଼ । ଆଉ କାସିମକୁ ଯଦି ପାଠ କଥା କୁହାଯାଏ ତେବେ କାସିମ କୁହେ କ୍ଲାସରୁମ୍ରେ ବସିଲେ ମୋର ପେଟ ପୋଷିହେବନି ।
ଏଥିସହ ପଢ଼ନ୍ତୁ: ଜାରି ହେଲା କଡ଼ା କଟକଣା, ରାତିରେ ବାଇକ ବ୍ୟାନ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେତିକି ନୁହେଁ ଯୁଦ୍ଧ ମାଆ ବାପାଙ୍କ ଚିନ୍ତାଧାରା ବି ବଦଳାଇଛି । କାସିମଙ୍କ ବାପା ଅବ୍ଦୁ ଯିଏ କି ନିଜେ ଜଣେ ଶ୍ରମିକ । ତାଙ୍କ କହିବା କଥା ଭୋକିଲା ପିଲାଙ୍କୁ ଦେଖିବା ସ୍କୁଲ ଛାଡିଥିବା ପିଲାଙ୍କଠାରୁ ବେଶି ଦୟନୀୟ । ସେ ଦେଖନ୍ତି ୟୁନିଭରସିଟି ଗ୍ରାଜୁଏଟ୍ ବି ନିର୍ମାଣ ସ୍ଥଳୀରେ ଶ୍ରମିକଙ୍କ ସନ୍ଧାନରେ ଅଛି । ସେଥିପାଇଁ ତାଙ୍କୁ ଲାଗେ କି, ଶିକ୍ଷାରେ ସମୟ ଏବଂ ପଇସା ବର୍ବାଦ କରିବା ଅପେକ୍ଷା ପିଲା କାମ ଶିଖିବା ବହୁତ ଭଲ ।
.କାହିଁକି ଏମିତି ୟେମେନର ପରିସ୍ଥିତି ?
ୟେମେନରେ ଏହି ସଂକଟ ୨୦୧୪ରେ ଆରମ୍ଭ ହୋଇଥିଲା । ଯେତେବେଳେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ସମର୍ଥିତ ସରକାରୀ ସେନା ମଧ୍ୟରେ ଆରମ୍ଭ ହୋଇଥିଲା ଗୃହଯୁଦ୍ଧ । ଦଶକ ଦଶକ ଧରି ଚାଲିଥିବା ଏହି ଯୁଦ୍ଧ ୟେମେନର ଅର୍ଥବ୍ୟବସ୍ଥାକୁ ପୁରା ପୁରି ଧ୍ୱସ୍ତ ବିଧ୍ୱସ୍ତ କରିଦେଲା । ଆଜି ଦେଶରେ ଥିବା ୨,୪୦୦ ରୁ ଅଧିକ ସ୍କୁଲ୍ ଭଗ୍ନାବଶେଷ ତଳେ । ଆହୁରି ବି ଶିକ୍ଷକମାନଙ୍କୁ ବର୍ଷ ବର୍ଷ ଧରି ମିଳୁନି ଦରମା । ଗରୀବର ହେବାର କାରଣ ହେଉଛି, ୮୦% ଜନସଂଖ୍ୟା ମାନବୀୟ ସହୟାତେ ଉପରେ ନିର୍ଭରଶୀଳ । ଯେଉଁଥିରେ ପିଲାଙ୍କ ପାଇଁ ସ୍କୁଲ ବଦଳରେ ପେଟର ଭୋକ ପ୍ରାଥମିକତା ପାଲଟିଯାଇଛି ।
ୟୁନିସେଫେ ରିପୋର୍ଟ ଅନୁସାରେ ୟେମେନ ସ୍କୁଲ ଯିବାର ବୟସ ଥିବା ପାଖାପାଖି ୩୨ ଲକ୍ଷ ପିଲା ଏବେ ସ୍କୁଲ୍ ବାହାରେ । ସେହିଭଳି ୧୫ ଲକ୍ଷ ବିସ୍ଥାପିତ ପିଲା ଏମିତି ଅଛନ୍ତି କି, ଯେଉଁମାନଙ୍କ ସ୍କୁଲ ପିଲା ବନ୍ଦ ହେବା ଉପରେ । ଏପ୍ରିଲ ୨୦୨୨ ଯୁଦ୍ଧ ବିରତି ପରେ ଆର୍ଥିକ ସ୍ଥିତି ପିଲାଙ୍କୁ କଲମ ଛଡାଇ ଶ୍ରମିକ କରିବାକୁ ବାଧ୍ୟ କରିଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories