Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପୋତିବା ବଦଳରେ ପୋଡିଦେଲେ?

Arpita Mohanty
Browse all articles by Arpita Mohanty
·1 year ago·2 min read
ପୋତିବା ବଦଳରେ ପୋଡିଦେଲେ?

Key Points

  • ମୁସଲିମ ରୀତିନୀତିକୁ ଅପମାନ 
  • ସାମ୍ନାକୁ ଆସିଲା ବିରୋଧର ସ୍ଵର

ଅର୍ଗସ ବ୍ୟୁରୋ: ଲଘୁସଂପ୍ରଦାୟର କୌଣସି ବ୍ୟକ୍ତିଙ୍କ ପ୍ରାଣ ଗଲେ ସେମାନଙ୍କ ପରମ୍ପରା ଅନୁସାରେ ମରଶରୀରକୁ କବର ଦିଆଯାଇଥାଏ । ହେଲେ ଶ୍ରୀଲଙ୍କାରୁ ଏମିତି ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ପୁରା ବିଶ୍ଵରେ ବିରୋଧର ସ୍ଵର ତେଜିଛି । କାରଣ ସେଠାରେ ୨୭୬ ମୁସଲମାନଙ୍କୁ ସମାଧି ନଦିଆଯାଇ ଦାହ ସଂସ୍କାର କରିଦିଆଯାଇଛି । ଏହି ଘଟଣା ପରେ ସରକାରଙ୍କୁ କ୍ଷମା ମାଗିବାକୁ ପଡିଛି। ଶ୍ରୀଲଙ୍କା ସରକାର ୨୭୬ ମୁସଲମାନଙ୍କୁ ସମାଧି ଦେବା ବଦଳରେ ତାଙ୍କୁ ହିନ୍ଦୁ ରୀତିନୀତି ପରି ଦାହ ସଂସ୍କାର କରିଦେଇଛି। ଯେଉଁଠି କି ଇସଲାମରେ ଶବକୁ ସମାଧି ଦିଆଯାଇଥାଏ। ସେଥିପାଇଁ ପୂରା ମୁସଲମାନ ସଂପ୍ରଦାୟ ବିରୋଧ ପ୍ରତିକ୍ରିୟା ରଖିଛି । ଇସଲାମ ସମ୍ପ୍ରଦାୟରେ ଶବକୁ ମକ୍କା ଆଡକୁ ମୁହଁ କରାଇ ସମାଧି ଦିଆଯାଇଥାଏ। କିନ୍ତୁ ଶ୍ରୀଲଙ୍କା ବୌଦ୍ଧ ଏବଂ ହିନ୍ଦୁ ଧର୍ମ ପରି ମୁସଲମାନଙ୍କର ଶବ ସଂସ୍କାର କରିଦେଇଛି।

 

ଆପଣଙ୍କୁ ଜଣାଇଦେବୁ କି ଶ୍ରୀଲଙ୍କାରେ ମୁସଲମାନ ସଂଖ୍ୟା କମ୍। ୨୦୨୦ ରେ ଶ୍ରୀଲଙ୍କା ସରକାର ଏକ ନିଷ୍ପତ୍ତି ନେଇଥିଲେ କି କୋଭିଡରେ ଜୀବନ ହାରୁଥିବା ଲୋକଙ୍କର ଦାହ ସଂସ୍କାର କରାଯିବ। ସିଏ ଯେଉଁ ବି ଧର୍ମର ହେଇଥାଆନ୍ତୁ ନା କାହିଁକି। ବାସ୍ ଏହାପରେ ଶ୍ରୀଲଙ୍କା ୨୭୬ ମୁସଲିମଙ୍କର ଦାହ ସଂସ୍କାର କରିଦେଲା। ଆଉ ଏହାପରଠାରୁ ଅନେକ ମୁସଲମାନ ଦେଶ ଶ୍ରୀଲଙ୍କା ସରକାରର ବିରୋଧ କରିବାକୁ ଲାଗିଲେ । ପାକିସ୍ତାନ ବ୍ରିଟେନ ଭଳି ଅନେକ ଇସଲାମିକ ଦେଶର ମୁସଲମାନ ଲୋକ ଅନ୍ତରାଷ୍ଟ୍ରୀୟ ସ୍ତରରେ ବିରୋଧ କଲେ। ଶ୍ରୀଲଙ୍କାକୁ ନାକ ରଗଡ଼ିବା ପାଇଁ ପୂରା ଦୁନିଆର ମୁସଲମାନ ଏକ ହୋଇଗଲେ। ଆଉ ଶେଷରେ ଶ୍ରୀଲଙ୍କାକୁ କ୍ଷମା ମାଗିବାକୁ ପଡ଼ିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀଲଙ୍କାର ବର୍ତ୍ତମାନ ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି ପୂର୍ବ ସରକାର ନେଇଥିଲେ। ଏହା ସତ୍ତ୍ବେ ଆମେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ କ୍ଷମା ମାଗିବା ପାଇଁ ପ୍ରସ୍ତୁତ ଅଛୁ। ଶ୍ରୀଲଙ୍କାର ସରକାରଙ୍କ କହିବା ଅନୁଯାୟୀ କୋଭିଡ ସମୟରେ କିଛି ବିଶେଷଜ୍ଞ ରାୟ ଦେଇଥଲେ ଯେ କୋଭିଡ ରୋଗୀଙ୍କୁ ସମାଧି ଦେବା ଦ୍ବାରା ଜଳ ସ୍ତର ପ୍ରଦୁଷଣ ହେବ ଏବଂ ମହାମାରୀ ଆହୁରି ବ୍ୟାପିବ। ଏହା ହିଁ ଏକମାତ୍ର କାରଣ ଆମେ ମୃତକଙ୍କର ଅନ୍ତିମ ସଂସ୍କାରର ନିଷ୍ପତ୍ତି ନେିଇଥିଲୁ। କିନ୍ତୁ ଯଦି ମୁସଲମାନ ସଂପ୍ରଦାୟକୁ ଏଥିରେ ଆଘାତ ପହଁଞ୍ଚିଛି ତାହେଲେ ଆମେ କ୍ଷମା ମାଗୁଛୁ।

ଅଧିକ ପଢନ୍ତୁ ବିଦେଶ ଖବର

Sponsored
forced cremation of muslim covid victims in Srilanka | Argus News