ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ବିଦେଶ ମାଟି

Key Points
କାଳିଆ ପ୍ରେମରେ ବିଶ୍ବବ୍ରହ୍ମାଣ୍ଡ
ସୀମା ସରହଦ ଡେଇଁ ରଥ ଟାଣିଲେ ଭକ୍ତ
ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ବିଦେଶ ମାଟି
ବଡ଼ଦିଅଁର ଭାବରୁ ନିଜକୁ ଦୂରେଇ ପାରିନାହାନ୍ତି ବିଦେଶୀ । ବିଦେଶ ମାଟିରେ ଗଡିଲା ବଡଠାକୁରଙ୍କ ରଥ । ଲଣ୍ଡନ,ବାହାରିନ,ନ୍ୟୁୟର୍କ, ଲଣ୍ଡନ, ଅଷ୍ଟ୍ରେଲିଆ, ବୋଷ୍ଟନ, ବାଂଲାଦେଶ, ମିଆଁମାରରେ ଉତ୍ସାହର ସହ ପାଳନ ହୋଇଛି ରଥଯାତ୍ରା ଉତ୍ସବ । ବଡଦାଣ୍ଡ ନୁହେଁ ୟୁକେର ଚକଚକିଆ ବିସ୍ତୃତ ଓସାରିଆ ରାସ୍ତାରେ ଗଡିଲା ଜଗାରଥ। ୟୁକେରେ ମଧ୍ୟ ରଥଯାତ୍ରା ଧୁମଧାମର ସହ ଆଯୋଜିତ ହୋଇଯଇଛି। ତିନି ରଥରେ ତିନି ଠାକୁରଙ୍କୁ ବସାଇ ଶୋଭାଯାତ୍ରା କରିଛନ୍ତି ଶ୍ରଦ୍ଧାଳୁ । ଭଜନ କୀର୍ତ୍ତନ ଓ ହରିନାମ ଭିତରେ ଅନୁଷ୍ଠିତ ହୋଇଛି ରଥଯାତ୍ରା ।ଲଣ୍ଡନରେ ମଧ୍ୟ ଜାକଜକମରେ ପାଳିତ ହୋଇଛି ରଥଯାତ୍ରା।ଜୟ ଜଗନ୍ନାଥ ଧ୍ୱନୀରେ କମ୍ପିଲା ଲଣ୍ଡନ ସହର। ମହାପ୍ରଭୁଙ୍କ ଦର୍ଶନ ପାଇଁ ଏକାଠି ହୋଇଥିଲେ ଶହ ଶହ ଭକ୍ତ।
ବାହାରିନରେ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଝୁମିଥିଲେ ପ୍ରବାସୀ ଓଡ଼ିଆ । ପ୍ରବାସୀ ଓଡ଼ିଆ ସଙ୍ଗଠନ ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଦୀର୍ଘ ୨୫ବର୍ଷ ଧରି ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଶ୍ରୀକ୍ଷେତ୍ର ପୁରୀର ରୀତିନୀତି ଅନୁଯାୟୀ ସମସ୍ତ ବିଧିବିଧାନ ସହ ଶ୍ରୀଜୀଉମାନଙ୍କ ପହଣ୍ଡିବିଜେ, ରଥପ୍ରତିଷ୍ଠା, ଛେରାପହଁରା ପରେ ଆରମ୍ଭ ହୋଇଥିଲା ରଥଟଣା।ନ୍ୟୁୟର୍କ ସହରରେ ମଧ୍ୟ ପାଳନ ହୋଇଛି ରଥଯାତ୍ରା। ଇସକନ୍ ଟ୍ରଷ୍ଟ ପକ୍ଷରୁ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରତିକୂଳ ପାଗ ସତ୍ତ୍ବେ ହଜାର ହଜାର ଲୋକଙ୍କ ଗହଣରେ ନ୍ୟୁୟର୍କ ସଡକରେ ଗଡିଛି ରଥ ।ୟୁଏସଏର ବୋଷ୍ଟନ ସହରରେ ମଧ୍ୟ ଜଗାପ୍ରେମୀଙ୍କ ଭକ୍ତି ଦେଖିବାକୁ ମିଳିଛି। ଇସକନ୍ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଶହଶହ ଜଗା ପ୍ରେମୀ ଯୋଗ ଦେଇ ଭକ୍ତିଭାବରେ ବୁଡିଥିଲେ।
📱 Get Argus News App
✨ଆବାଳ ବୃଦ୍ଧ ବନିତା ଏଥିରେ ସାମିଲ ହୋଇ ରଥ ଟାଣିଛନ୍ତି।ଅଷ୍ଟ୍ରେଲିଆରେ ମଧ୍ୟ ରଥଯାତ୍ରା ରିତିନୀତିରେ ଅନୁଷ୍ଠିତ ହୋଇ ଯାଇଛି। ଏଠାରେ ତିନିରଥ ପରିବର୍ତ୍ତେ ଗୋଟିଏ ରଥରେ ତିନି ଠାକୁରଙ୍କୁ ବସାଇ ଶୋଭାଯାତ୍ରା କରିଛନ୍ତି ଶ୍ରଦ୍ଧାଳୁ । ପଡୋଶୀ ଦେଶ ବାଙ୍ଗଲାଦେଶ ଏବଂ ମିଆମାରରେ ମଧ୍ୟ ଅନୁଷ୍ଠିତ ହୋଇଛି ରଥଯାତ୍ରା। ହଜାର ହଜାର ଶ୍ରଦ୍ଧାଳୁ ଉତ୍ସାହର ସହିତ ରଥ ଟାଣିବା ସହିତ ନାମ ସଂକିର୍ତ୍ତନରେ ନିଜକୁ ହଜାଇ ଦେଇଛନ୍ତି ।