Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମେଡ ଇନ ପାକିସ୍ତାନ ଗୁଳି ଓ ଖୋକା ଜବତ କରିଛି ଫରେନସିକ ଟିମ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମେଡ ଇନ ପାକିସ୍ତାନ ଗୁଳି ଓ ଖୋକା ଜବତ କରିଛି ଫରେନସିକ ଟିମ

ଅର୍ଗସ ବ୍ୟୁରୋ:  ସମ୍ଭଲ ହିଂସାକାଣ୍ଡରେ ନାପାକ୍ ଲିଙ୍କ । ଘଟଣାସ୍ଥଳରୁ ମେଡ ଇନ ପାକିସ୍ତାନ ଗୁଳି ଓ ଖୋକା ଜବତ କରିଛି ଫରେନସିକ ଟିମ । ଗତ 24 ନଭେମ୍ବରରେ ହୋଇଥିବା ହିଂସାକାଣ୍ଡରେ 30ରୁ ଅଧିକ ପୋଲିସ କର୍ମୀଙ୍କ ଉପରେ ହୋଇଥିଲା ଜୋରଦାର ଆକ୍ରମଣ । ପଥର ମାଡ଼ ସହ ଫୁଟିଥିଲା ବମ୍ । ଫରେନସିକ ୟୁନିଟ ଓ ଲୋକାଲ ଇଣ୍ଟେଲିଜେନ୍ସ ୟୁନିଟର ତଦନ୍ତରୁ ସାମ୍ନାକୁ ହିଂସାକାଣ୍ଡରେ ପାକିସ୍ତାନ ଲିଙ୍କ ସାମ୍ନାକୁ ଆସିଛି ।

ମସଜିଦ ପରିସରରେ ଫରେନସିକ ଟିମର ଯାଞ୍ଚ ଜାରି ରହିଛି । ପୋଲିସ ସୂଚନା ଅନୁସାରେ ହିଂସାକାଣ୍ଡ ଘଟିଥିବା ଟଙ୍ଗୀ ରୋଡରୁ ପାକିସ୍ତାନ ଅର୍ଡିନାନ୍ସ ଫ୍ୟାକ୍ରିରେ ପ୍ରସ୍ତୁତ ହୋଇଥିବା 9 ଏମଏମ ବନ୍ଧୁକର ଦୁଇଟି ଗୁଳି ଜବତ ହୋଇଛି । ନଭେମ୍ବର 29ରୁ  ଯାଞ୍ଚ ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ନ୍ୟାୟିକ କମିଶନ ଟିମ୍ । ଜାମା ମସଜିଦ ବନାମ ହରିହର ମନ୍ଦିର ବିବାଦକୁ ନେଇ ଏବେବି ଉତ୍ତେଜନା ଜାରି ରହିଛି । ଡ୍ରୋନ ଜରିଆରେ ସ୍ଥିତି ଉପରେ ତୀଷ୍ମ ନଜର ରଖିଛି ପ୍ରଶାସନ । ହିଂସାକାଣ୍ଡକୁ ନେଇ ମୋଟ 7ଟି ମାମଲା ରୁଜୁ ହୋଇଛି । ମୋଟ 27 ଗିରଫଙ୍କ ମଧ୍ୟରୁ 25 ଅଭିଯୁକ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Forensic team seizes made-in-Pakistan bullets and ammunition | Argus News