ପ୍ରଥମେ ପାକିସ୍ତାନ ତାପରେ ଇସ୍ରାଏଲ କହିଲା ଟ୍ରମ୍ପଙ୍କୁ ମିଳୁ ଶାନ୍ତି ପୁରସ୍କାର

Key Points
୨୦୨୫ ଜୁନ ୨୧ ତାରିଖରେ ପାକିସ୍ତାନ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଔପଚାରିକ ଭାବେ ମନୋନୀତ କରିଥିଲା।
ପାକିସ୍ତାନରେ ଏହି ମନୋନୟନ ଘରୋଇ ସ୍ତରରେ ସମାଲୋଚନାର ସମ୍ମୁଖୀନ ହୋଇଥିଲା।
ପାକିସ୍ତାନ ପରେ ଟ୍ରମ୍ପଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ନୋବେଲ କମିଟିକୁ ସୁପାରିସ କଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ “ଶାନ୍ତି ପ୍ରତିଷ୍ଠା”ରେ ତାଙ୍କର ଭୂମିକା ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି ଇସ୍ରାଏଲ୍ ରାଷ୍ଟ୍ରପତି। ହ୍ୱାଇଟ ହାଉସରେ ଆୟୋଜିତ ରାତ୍ରିଭୋଜନ ସମୟରେ ନେତାନ୍ୟାହୁ ନୋବେଲ ପୁରସ୍କାର କମିଟିକୁ ପଠାଯାଇଥିବା ମନୋନୟନ ପତ୍ରର ଏକ କପି ଟ୍ରମ୍ପଙ୍କୁ ପ୍ରଦାନ କରିଛନ୍ତି। ଏହି ଚିଠିରେ ନେତାନ୍ୟାହୁ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରୋତ୍ସାହନରେ ଟ୍ରମ୍ପଙ୍କ ଅବଦାନ, ବିଶେଷତଃ ଇସ୍ରାଏଲ ଏବଂ ବିଭିନ୍ନ ଆରବ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଠିକ୍ କରିଥିବା ଆବ୍ରାହାମ ଚୁକ୍ତି ଏବଂ ଗାଜାରେ ୬୦ ଦିନିଆ ଯୁଦ୍ଧବିରତି କରାଇବାରେ ତାଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ।
୨୦୨୫ ଜୁନ ୨୧ ତାରିଖରେ ପାକିସ୍ତାନ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଔପଚାରିକ ଭାବେ ମନୋନୀତ କରିଥିଲା। ଏହାର କାରଣ ଥିଲା ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଏକ ଉତ୍ତେଜନାପୂର୍ଣ୍ଣ ସାମରିକ ସଂଘର୍ଷରେ ଟ୍ରମ୍ପଙ୍କ ନିର୍ଣ୍ଣାୟକ କୂଟନୈତିକ ହସ୍ତକ୍ଷେପ। ୨୦୨୫ ମେ ୬ରେ ଭାରତ ପାକିସ୍ତାନ ମଧ୍ୟରେ ପହଲଗାମ୍ ଆତଙ୍କବାଦ ଘଟଣା ପରେ ବଡ଼ ସଂଘର୍ଷ ଆରମ୍ଭ ହୋଇଥିଲା । ଯାହା ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରୟାସ ଏକ ଯୁଦ୍ଧବିରତି ଆଣିଥିଲା ବୋଲି କହିଥିଲେ ପାକ୍ ରାଷ୍ଟ୍ରପତି ସହବାଜ୍ ସରିଫ୍ । ହ୍ୱାଇଟ ହାଉସ, ପାକିସ୍ତାନର ଏହି ମନୋନୟନକୁ ସ୍ୱାଗତ କରିଥିଲା ।
ତେବେ, ପାକିସ୍ତାନରେ ଏହି ମନୋନୟନ ଘରୋଇ ସ୍ତରରେ ସମାଲୋଚନାର ସମ୍ମୁଖୀନ ହୋଇଥିଲା। ପୂର୍ବତନ ରାଷ୍ଟ୍ରଦୂତ ମାଲିହା ଲୋଧୀ ଏହାକୁ ଦୁର୍ଭାଗ୍ୟଜନକ ଏବଂ ଚାଟୁକାରିତା ବୋଲି କହିଥିଲେ । ଟ୍ରମ୍ପ ନିଜେ ମଧ୍ୟ ତାଙ୍କର ମଧ୍ୟସ୍ଥତା କାରଣରୁ ଭାରତ ପାକ୍ ଜୁଦ୍ଧ ବନ୍ଦ ହୋଇଛି ବୋଲି ନିଜକୁ କ୍ରେଡିଟ୍ ଦେଇଥିଲେ ।
ଗାଜାରେ ଶାନ୍ତି ଫେରାଇବା ଏବଂ ଇରାନ ସହ ଉତ୍ତେଜନା ହ୍ରାସ କରିବା ଦିଗରେ ଟ୍ରମ୍ପଙ୍କ ଭୂମିକାକୁ ନେତାନ୍ୟାହୁ ପ୍ରଶଂସା କରି ନୋବେଲ ପାଇଁ ଟ୍ରମ୍ପଙ୍କ ନା ସୁପାରିସ କରିଥିବା ବେଳେ ଅନ୍ୟପଟେ ଇରାନ୍ ପରମାଣୁ ସାଇଟ୍ ଉପରେ ଆମେରିକାର ଆକ୍ରମଣ କୁ ଅନ୍ତରାଷ୍ଟ୍ରିୟ କ୍ଷେତ୍ରରେ ସମାଲୋଚନା କରାଯାଇଥିଲା । ଏପରିକି ସମାଲୋଚକମାନେ ଗାଜାରେ ଇସ୍ରାଏଲର ଟ୍ରମ୍ପଙ୍କ ସମର୍ଥିତ ସାମରିକ ଅଭିଯାନକୁ ଯୁଦ୍ଧ ଅପରାଧର ଅଭିଯୋଗ କରିବା ସହିତ ଏହାକୁ ଆମେରିକା-ଇସ୍ରାଏଲ ସମ୍ପର୍କକୁ ମଜବୁତ କରିବାର ଏକ କୌଶଳଗତ ପଦକ୍ଷେପ ବୋଲି ମନେ କରିଛନ୍ତି । ନୋବେଲ କମିଟି ୫୦ ବର୍ଷ ଧରି ନାମାଙ୍କନଗୁଡ଼ିକୁ ଗୋପନୀୟ ରଖିଆସିଛି, କିନ୍ତୁ ଏଥର ଟ୍ରମ୍ପଙ୍କୁ ନେଇ ଏପରି ଖୋଲାଖୋଲି ସୁପାରିସ ହେବା ଏବଂ ଲୋକଙ୍କ ସାମନାକୁ ଆସିବା ପ୍ରଥମ ଥର ହୋଇଛି । ଯାହା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି ।