Khaleda Zia Dies / ବାଂଲାଦେଶରେ ହିଂସା ଭିତରେ ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ
·8 months ago·2 min read

Key Points
ଏକ ଯୁଗର ଅନ୍ତ ଘଟିଲା
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ମୃତ୍ୟୁ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ମୃତ୍ୟୁ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ଦେହାନ୍ତ ହୋଇଛି । ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଢାକାର ଏଭକେୟାର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ସେ ବାଂଲା ନ୍ୟାଶନାଲିଷ୍ଟ ପାର୍ଟିର ମୁଖ୍ୟ ଥିଲେ । ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ଘଟିଛି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ । ଗତ କିଛି ଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ । ଲିଭର ସିରୋସିସରୁ ଆରମ୍ଭ କରି ଅସ୍ଥି ଜନିତ ରୋଗ, ମଧୁମେହରେ ସେ ପୀଡିତ ଥିଲେ ।
ସୋମବାର ବୋଗୁରା-୭ ନିର୍ବାଚନମଣ୍ଡଳୀରୁ ଖାଲିଦାଙ୍କ ନାଁରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା । ସାଧାରଣ ନିର୍ବାଚନ ଲଢିବା ପାଇଁ ସେ ପ୍ରସ୍ତୁତ ହେଉଥିଲେ । ତାଙ୍କ ପୁତ୍ର ତାରିକ ରେହମାନ ମଧ୍ୟ ଦୀର୍ଘ ୧୭ ବର୍ଷ ପରେ ଢାକା ଫେରିଥିଲେ । ଖାଲିଦାଙ୍କ ମୃତ୍ୟୁ ପରେ ତାରିକ ପାର୍ଟିକୁ ସମ୍ଭାଳିବେ ବୋଲି କୁହାଯାଇଛି । ଗତ ନଭେମ୍ବର ୧୧ ତାରିଖରେ ତାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଡିସେମ୍ବର ୧୧ରେ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ଦୁଇ ଦିନ ତଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଖାଲିଦାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କହିଥିଲେ ।
ଖାଲିଦା ଜିଆଙ୍କ ରାଜନୈତିକ କ୍ୟାରିୟର:
ଖାଲିଦା ଜିଆ ୧୯୪୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ରାଜନୀତି ସହିତ କୌଣସି ପାରିବାରିକ ସମ୍ପର୍କ ନଥିଲା। ୧୯୬୦ ମସିହାରେ ସେ ସାମରିକ ଅଧିକାରୀ ଜିଆଉର ରହମାନଙ୍କୁ ବିବାହ କରିଥିଲେ।୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ଜିଆଉର ରହମାନ ରେଡିଓରେ ସ୍ୱାଧୀନ ବାଂଲାଦେଶର ଘୋଷଣାପତ୍ର ପଢିଥିଲେ। ୧୯୭୫ ମସିହାରେ ଶେଖ ମୁଜିବୁର ରହମାନଙ୍କ ହତ୍ୟା ପରେ, ଦେଶରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଲା ଏବଂ ୧୯୭୭ ମସିହାରେ ଜିଆଉର ରହମାନ ରାଷ୍ଟ୍ରପତି ହେଲେ।
ଏଥିସହ ପଢ଼ନ୍ତୁ: ଭାରତର ବଡ଼ ଆକ୍ସନ, ଏବେ ଥରିବ ପାକିସ୍ତାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ। ୧୯୮୧ ମସିହା ମେ ୩୦ ତାରିଖରେ ଚିଟାଗଙ୍ଗରେ ଏକ ସାମରିକ ବିଦ୍ରୋହ ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା।ତାଙ୍କ ସ୍ୱାମୀଙ୍କ ହତ୍ୟା ପରେ, BNP ଭାଙ୍ଗିବାକୁ ଲାଗିଲା ଏବଂ ଦଳୀୟ ନେତାଙ୍କ ଆହ୍ୱାନରେ, ଖାଲେଦା ଜିଆ ୧୯୮୪ ମସିହାରେ ଦଳକୁ ଗ୍ରହଣ କଲେ। ସେ ୧୯୯୧ ମସିହାରେ ପ୍ରଥମ ଗଣତାନ୍ତ୍ରିକ ନିର୍ବାଚନରେ ବିଜୟୀ ହୋଇ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶୀ ରାଜନୀତିରେ ଏକ ଯୁଗର ଅନ୍ତ ଭାବରେ ଦେଖାଯାଏ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories