ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ `X’ ଆକାଉଣ୍ଟ ବ୍ୟାନ୍

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ `X’ ଆକାଉଣ୍ଟ ବ୍ୟାନ୍ । ଭାରତରେ ବ୍ୟାନ୍ ହେଲା ଇମ୍ରାନଙ୍କ ଆକାଉଣ୍ଟ । ଏହାସହ ବିଲାୱଲ ଭୁଟ୍ଟୋଙ୍କ ଆକାଉଣ୍ଟ ବ୍ୟାନ୍ ହୋଇଛି । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ । ଉତ୍ତେଜନାମୂଳକ ବୟାନ ପାଇଁ ବ୍ୟାନ କରିଛି ଭାରତ । ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଗୋଟେ ପରେ ଗୋଟେ ବଡ ପଦକ୍ଷେପ ନେଉଛି ପାକିସ୍ତାନ । ଏବେ ଇମ୍ରାନଙ୍କ 'X' ଆକାଉଣ୍ଟକୁ ବ୍ୟାନ୍ କରିଛି ଭାରତ ।
ପୂର୍ବରୁ ପାକିସ୍ତାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ୍ ସରିଫଙ୍କ ୟୁଟ୍ୟୁବ ଚ୍ୟାନେଲ୍ ବ୍ଲକ କରିଥିଲା ଭାରତ । ଶେହବାଜଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଭିଜିଟ କଲେ ଭ୍ୟୁୟର୍ସଙ୍କୁ ଏକ ମେସେଜ ଦେଖିବାକୁ ମିଳୁଛି। ସେଥିରେ ଲେଖାଅଛି “ଜାତୀୟ ସୁରକ୍ଷା ବା ସାର୍ବଜନୀନ ଶୃଙ୍ଖଳା ସମ୍ବନ୍ଧୀୟ ସରକାରୀ ନିର୍ଦ୍ଦେଶ କାରଣରୁ ଏହି ବିଷୟବସ୍ତୁ ବର୍ତ୍ତମାନ ଏହି ଦେଶରେ ଉପଲବ୍ଧ ନାହିଁ।
ସେହିପରି ପୂର୍ବରୁ ଭାରତ ସରକାର ପାକିସ୍ତାନର ୧୬ଟି ପ୍ରମୁଖ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଥିଲେ। ଏହି ଚ୍ୟାନେଲଗୁଡ଼ିକ ମଧ୍ୟରେ ଡନ, ସମା ଟିଭି, ଏଆରୱାଇ ନ୍ୟୁଜ, ଜିଓ ନ୍ୟୁଜ ଏବଂ ବୋଲ ନ୍ୟୁଜ ଭଳି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଅନ୍ତର୍ଭୁକ୍ତ। ଏହି ଚ୍ୟାନେଲଗୁଡ଼ିକ ଭାରତ ଓ ଏହାର ସୁରକ୍ଷା ବାହିନୀଙ୍କ ବିରୋଧରେ ଉତ୍ତେଜକ, ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ଏବଂ ମିଥ୍ୟା ସୂଚନା ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗୁରୁବାର ପାକିସ୍ତାନର ଏଫଏମ ରେଡିଓ ଷ୍ଟେସନଗୁଡ଼ିକ ଭାରତୀୟ ଗୀତ ପ୍ରସାରଣ ବନ୍ଦ କରିଦେଇଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଭାରତୀୟ ଗୀତ, ବିଶେଷକରି ଲତା ମଙ୍ଗେସକର, ମହମ୍ମଦ ରଫି, କିଶୋର କୁମାର ଏବଂ ମୁକେଶଙ୍କ ଭଳି ମହାନ ଗାୟକଙ୍କ ଗୀତ, ପାକିସ୍ତାନୀମାନଙ୍କ ମଧ୍ୟରେ ଲୋକପ୍ରିୟ ଏବଂ ଏଠାରେ ପ୍ରତିଦିନ FM ରେଡିଓ ଷ୍ଟେସନଗୁଡ଼ିକରେ ବଜାଯାଏ।