Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ

Rashmita Mishra
Browse all articles by Rashmita Mishra
·1 year ago·1 min read
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ

ଅର୍ଗସ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦୁର୍ନୀତି ମାମଲାରେ ୧୪ ବର୍ଷ ଜେଲଦଣ୍ଡ ଦିଆଯାଇଛି । ଅଲ୍-କାଦିର ବିଶ୍ୱବିଦ୍ୟାଳୟ ପ୍ରୋଜେକ୍ଟ ଟ୍ରଷ୍ଟ ଦୁର୍ନୀତି ମାମଲାରେ ପାକିସ୍ତାନୀ କୋର୍ଟ ତାଙ୍କୁ ଏହି ଦଣ୍ଡ ଦେଇଛନ୍ତି। ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।


ଶୁକ୍ରବାର ପାକିସ୍ତାନର ଏକ କୋର୍ଟ ଅଲ-କାଦିର ଟ୍ରଷ୍ଟ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟର ବିଚାରପତି ନାସିର ଜାଭେଦ ରାଣା ଏହି ମାମଲାରେ ରାୟ ଦେଇଛନ୍ତି । ପୂର୍ବରୁ ବିଭିନ୍ନ କାରଣ ଯୋଗୁଁ ରାୟ ପ୍ରକାଶକୁ ତିନିଥର ସ୍ଥଗିତ ରଖିଥିଲେ କୋର୍ଟ । ଇମ୍ରାନ ଖାନଙ୍କୁ ୧୦ ଲକ୍ଷ ପାକିସ୍ତାନୀ ଟଙ୍କା ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୫ ଲକ୍ଷ ପାକିସ୍ତାନୀ ଟଙ୍କା ଜରିମାନା କରାଯାଇଛି । ଏହି ମାମଲାରେ NAB ଡିସେମ୍ବର 2023 ରେ ଇମ୍ରାନ ଖାନ ତାଙ୍କ ପତ୍ନୀ ଏବଂ ଅନ୍ୟ ୬ ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏକ ରିପୋର୍ଟ ଅନୁଯାୟୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବି ମିଶି ବାହାରିଆ ଟାଉନ୍ ଲିମିଟେଡ୍ ରୁ କୋଟି କୋଟି ଟଙ୍କାର ଜମି ହସ୍ତାନ୍ତର କରିବାରେ ସାହାଯ୍ୟ କରିଥିଲେ। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଜାତୀୟ ପାଣ୍ଠିକୁ ଅଲ୍-କାଦିର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମେତ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରାଯାଇଥିଲା। ଅଲ୍-କାଦିର ଟ୍ରଷ୍ଟର ଟ୍ରଷ୍ଟି ଭାବେ ବୁଶରା ବିବି ମଧ୍ୟ ଚୁକ୍ତିନାମାରୁ ସିଧାସଳଖ ଲାଭନ୍ଵିତ ହେବାର ଅଭିଯୋଗ ରହିଛି।

Sponsored
former-pakistani-prime-minister-imran-khan-sentenced-to-14-years-in-prison | Argus News