Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Japan earthquake / ସପ୍ତାହରେ ୪ଥର ଭୂମିକମ୍ପ, ଧସିଲା ରାସ୍ତା

Banajyotshna Ray
Browse all articles by Banajyotshna Ray
·7 months ago·2 min read
ସପ୍ତାହରେ ୪ଥର ଭୂମିକମ୍ପ, ଧସିଲା ରାସ୍ତା
Japan earthquake

Key Points

ସପ୍ତାହରେ ୪ଥର ଭୂମିକମ୍ପ
ଥରୁଛି ଜାପାନ
ଟୋକିଓ ନିକଟରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ

ସକାଳୁ ସକାଳୁ ପୁଣି ଥରିଲ ଜାପାନ । ଜାପାନ ଏବଂ ଫିଜି ଏକକାଳୀନ ଭୂମିକମ୍ପରେ ଥରି ଉଠିଛି । ଶୁକ୍ରବାର ଜାପାନରେ ୬.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ମାତ୍ରା ଏତେ ଅଧିକ ଥିଲା ଯେ, ରାସ୍ତା ଧସି ଯାଇଥିବା ଖବର ପ୍ରକାଶ ପାଇଛି। ତିନି ଦିନ ପୂର୍ବେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ଆଜି ସକାଳୁ ପୁଣିଥରେ ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଉପକୂଳ ନିକଟରେ ହୋଇଥିଲା ଏବଂ ଭୂମିକମ୍ପର ତୀବ୍ରତା ଏତେ ଥିଲା ଯେ ଅନେକ ସ୍ଥାନରେ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଦୋକାନ ଏବଂ କାର୍ଯ୍ୟାଳୟରେ ଆଲାର୍ମ ବାଜିଥିଲା । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଜାପାନର ଟୋକିଓ ନିକଟରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। 

ଜାତୀୟ ଗଣମାଧ୍ୟମ ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓର ୬୮୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ଥିଲା। ଭୂକମ୍ପର ଗଭୀରତା ୬୨ କିଲୋମିଟର ରହିଥିବା ବେଳେ ରାତି ପ୍ରାୟ 3ଟା 40 ମିନିଟରେ ହୋଇଥିବା ନେଇ ସୂଚନା ଦିଆଯାଇଛି । 3ଦିନ ପୂର୍ବେ ହୋଇଥିବା ଭୂକମ୍ପରେ ଜାପାନର ଜନଜୀବନ କେତେକାଂଶରେ ପ୍ରଭାବିତ ହୋଇଥିଲା । ଏହାରି ଭିତରେ ଆଜି ପୁଣି ଜାପାନରେ ପୁଣି ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ବୁଧବାର ରାତିରେ ଜାପାନର ଆଓମୋରିରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଉତ୍ତର ଜାପାନର ଏହି ଅଞ୍ଚଳରେ ଏକ ଶକ୍ତିଶାଳୀ 7.6 ତୀବ୍ରତାର ଭୂମିକମ୍ପ ଆସିବାର ଠିକ୍ ପୂର୍ବରୁ, ଆକାଶରେ ଏକ ଉଜ୍ଜ୍ୱଳ ନୀଳ ଆଲୋକ ଦେଖାଦେଇଥିଲା। ଏହାକୁ ଅନେକ ମୋବାଇଲ୍ ଫୋନ୍ କ୍ୟାମେରାରେ କଏଦ କରାଯାଇଥିଲା।

ଏହି ସପ୍ତାହରେ ଅନେକ ଭୂମିକମ୍ପ ହୋଇଛି:

ଜାପାନ ଏହି ସପ୍ତାହରେ ଏକାଧିକ ଭୂମିକମ୍ପର ସମ୍ମୁଖୀନ ହେଉଛି । ସୋମବାର ଦିନ, ଏକ ବଡ଼ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯାହା ଫଳରେ ୫୦ ରୁ ଅଧିକ ଲୋକ ଆହତ ହୋଇଥିଲେ, ରାସ୍ତା ଫାଟି ଯାଇଥିଲା, କୋଠାଘର ଥରି ଉଠିଥିଲା ଏବଂ ଛୋଟ ସୁନାମି ଲହରୀ ମଧ୍ୟ ସୃଷ୍ଟି ହୋଇଥିଲା । ମଙ୍ଗଳବାର ଦିନ, ହୋଞ୍ଚୋ ସିଟିରେ ୬.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ବୁଧବାର ଦିନ, ଆଓମୋରି ଏବଂ ହୋକାଇଡୋରେ ୬.୫ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । ଏବେ, ଶୁକ୍ରବାର ଆଉ ଏକ ୬.୭ ତୀବ୍ରତାର ଭୂମିକମ୍ପ, ଅର୍ଥାତ୍ ଏହି ସପ୍ତାହର ଚତୁର୍ଥ ଦିନ ପାଇଁ ଜାପାନ ଥରି ଉଠିଛି ।

ଜାପାନ ଗଣମାଧ୍ୟମ ଅନୁସାରେ, ଭୂମିକମ୍ପ ପରେ ଜାପାନ ପାଣିପାଗ ସଂସ୍ଥା ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଲହରୀ ପାଇଁ ସତର୍କତା ଜାରି କରିଛି । ମଧ୍ୟାହ୍ନ ପର୍ଯ୍ୟନ୍ତ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ନିରନ୍ତର ସତର୍କତା ଜାରି ରହିଥିଲା । ରିପୋର୍ଟ ଅନୁସାରେ, ହୋକାଇଡୋର କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ ଉପକୂଳ, ଆଓମୋରି ପ୍ରଦେଶ, ଇୱାଟେ ପ୍ରଦେଶ ଏବଂ ମିଆଗି ପ୍ରଦେଶ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି, ଏବଂ ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଲହରୀ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି । ତେବେ ଜାପାନରେ ଲଗାତାର ଅନେକ ଦିନ ଧରି ଭୂକମ୍ପ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Japan earthquake | Mysterious blue lights seen in Japan's sky during M7.6 Aomori earthquake | Argus News | Argus News