Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଫ୍ରାନ୍ସରେ ଗମ୍ଭୀର ହେଲା ରାଜନୈତିକ ସଙ୍କଟ

Rashmita Mishra
Browse all articles by Rashmita Mishra
·10 months ago·1 min read
ଫ୍ରାନ୍ସରେ ଗମ୍ଭୀର ହେଲା ରାଜନୈତିକ ସଙ୍କଟ

Key Points

ଫ୍ରାନ୍ସରେ ଗମ୍ଭୀର ହେଲା ରାଜନୈତିକ ସଙ୍କଟ
ବିଶ୍ବାସ ମତରେ ହାରିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଫ୍ରାଙ୍କୋଇସ୍ ବେରୋ
୧୨ମାସରେ ୩ୟ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ିବାକୁ ପଡ଼ିଲା ପଦ
ବଜେଟ୍‌ରେ ଆର୍ଥିକ ବିଶ୍ୱସନୀୟତା ଫେରାଇ ଆଣିବାକୁ ବର୍ଣ୍ଣନା କରିଥିଲେ ବେରୋ

ଫ୍ରାନ୍ସରେ ଗମ୍ଭୀର ହେଲା ରାଜନୈତିକ ସଙ୍କଟ । ବିଶ୍ବାସ ମତରେ ହାରିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଫ୍ରାଙ୍କୋଇସ୍ ବେରୋ । ସଂସଦରେ ବିଶ୍ବାସ ମତରେ ହାରିଲେ ଫ୍ରାନ୍ସ ସରକାର । ୧୨ ମାସରେ ୩ୟ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ିବାକୁ ପଡ଼ିଲା ପଦ । ଫ୍ରାଙ୍କୋଇସ୍ ବେରୋ ୨୦୨୫-୨୦୨୬ ଆର୍ଥିକ ବର୍ଷ ପାଇଁ ବଜେଟରେ ଆର୍ଥିକ ବିଶ୍ୱସନୀୟତା ଫେରାଇ ଆଣିବା ପାଇଁ ଆବଶ୍ୟକ ବୋଲି ବର୍ଣ୍ଣନା କରିଥିଲେ । କିନ୍ତୁ ଆଗାମି ରାଷ୍ଟ୍ରପତି ନିର୍ବାଚନକୁ ନଜର ରଖିଥିବା ବିରୋଧୀ ଦଳଗୁଡ଼ିକ ତାଙ୍କୁ ସମର୍ଥନ କରିବାକୁ ମନା କରିଦେଇଥିଲେ ।

ବିଶେଷକରି ନ୍ୟାସନାଲ ରାଲି ଏବଂ ବାମପନ୍ଥୀ ମେଣ୍ଟ, ବେରୋଙ୍କ ସଞ୍ଚୟ ଯୋଜନାକୁ ସାମାଜିକ କଲ୍ୟାଣ ଏବଂ ସାଧାରଣ ସେବା ଉପରେ ଆକ୍ରମଣ ବୋଲି କହିଥିଲେ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହା ଏକ ପ୍ରକାର ରାଜନୈତିକ ରଣନୀତି ଥିଲା ବିରୋଧିଙ୍କର ।

ଯାହାଫଳରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସ୍ଥିରତା ଏବଂ ଆର୍ଥିକ ସଂସ୍କାରକୁ ସନ୍ତୁଳିତ ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ମାକ୍ରୋନ୍ ଏବେ ଏପରି ଜଣେ ନେତା ଖୋଜୁଛନ୍ତି ଯିଏ ସଂସଦରେ ବିଭିନ୍ନ ଦଳଗୁଡ଼ିକ ମଧ୍ୟରେ ସହମତି ସୃଷ୍ଟି କରିପାରିବେ। ସଂସଦରେ କୌଣସି ଦଳ ସ୍ପଷ୍ଟ ବହୁମତ ନଥିବାରୁ ନୂତନ ପ୍ରଧାନମନ୍ତ୍ରୀ ବାଛିବା ସହଜ ହେବ ନାହିଁ । ତଥାପି ରାଷ୍ଟ୍ରପତି ମାକ୍ରୋନ୍ କାହାକୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Political Crisis Deepens in France | Latest World News – Argus News | Argus News