Videos
|
International

France Politics / ନୂଆ କ୍ୟାବିନେଟ୍‌ର ୧୪ ଘଣ୍ଟା ପରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ନୂଆ କ୍ୟାବିନେଟ୍‌ର ୧୪ ଘଣ୍ଟା ପରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ !

Key Points

ପୂର୍ବ ସରକାରମାନେ ବିନା ଭୋଟରେ ସଂସଦରେ ଶେଷ ତିନୋଟି ବାର୍ଷିକ ବଜେଟ୍ ଉପସ୍ଥାପନ କରିଥିଲେ ।

ଏହା ସମ୍ବିଧାନ ଦ୍ୱାରା ଅନୁମୋଦିତ ଏକ ଅଭ୍ୟାସ କିନ୍ତୁ ବିରୋଧୀ ଦଳ ଦ୍ୱାରା କଡ଼ା ସମାଲୋଚନା କରାଯାଇଥିଲା।

ଫ୍ରାନ୍ସରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉ ନାହିଁ କି ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମସ୍ୟା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ସୋମବାର, ଅକ୍ଟୋବର ୬ ତାରିଖରେ, ରାଷ୍ଟ୍ରପତି ମାକ୍ରୋନ ନବନିଯୁକ୍ତ ପ୍ରଧାନମନ୍ତ୍ରୀ ସେବାଷ୍ଟିଏନ ଲେକୋର୍ନୁଙ୍କ ଇସ୍ତଫା ସ୍ୱୀକାର କରିଥିଲେ। ନୂଆ କ୍ୟାବିନେଟ ଘୋଷଣାର କିଛି ଘଣ୍ଟା ମଧ୍ୟରେ ଏହି ଇସ୍ତଫା ୟୁରୋପୀୟ ଦେଶକୁ ରାଜନୈତିକ ଅଚଳାବସ୍ଥାରେ ଆହୁରି ଫସାଇ ଦେଇଛି।

ମାକ୍ରୋନ ଗତ ମାସରେ ହିଁ ଲେକୋର୍ନୁଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କରିଥିଲେ। କିନ୍ତୁ ରବିବାର ବିଳମ୍ବିତ ରାତିରେ ମ୍ୟାକ୍ରୋନ ଯେଉଁଭଳି ଭାବରେ ନୂତନ କ୍ୟାବିନେଟ ତାଲିକା ଘୋଷଣା କରିଥିଲେ, କୌଣସି ପରିବର୍ତ୍ତନ ବିନା, ତାହାକୁ ତୀବ୍ର ସମାଲୋଚନା କରାଯାଇଥିଲା । ଏବେ ଏହି ଘୋଷଣାର ମାତ୍ର କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଛି।

ରାଷ୍ଟ୍ରପତି ମାକ୍ରୋନ ରବିବାର ରାତିରେ ନୂତନ ସରକାର ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ସେବାଷ୍ଟିଏନ ଲେକୋର୍ନୁଙ୍କ ନେତୃତ୍ୱରେ, କ୍ୟାବିନେଟରେ ପ୍ରାୟତଃ ପରିଚିତ ମୁହଁ ସାମିଲ ଥିଲେ। ମାକ୍ରୋନଙ୍କ ସମୟରେ ଲେକୋର୍ନୁ ହେଉଛନ୍ତି ସପ୍ତମ ପ୍ରଧାନମନ୍ତ୍ରୀ । ହେଲେ ମାତ୍ର ଗୋଟିଏ ମାସ ପରେ, ନୂତନ କ୍ୟାବିନେଟ ତାଲିକା ସାମ୍ନାକୁ ଆସିବା ପରେ ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଥିଲା । ଯାହାଫଳରେ ପ୍ରଧାନମନ୍ତ୍ରୀ ନିଜେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ।

ଫ୍ରାନ୍ସର ପରିସ୍ଥିତି ବର୍ତ୍ତମାନ ଭୟଙ୍କର ଦେଖାଯାଉଛି। ସମ୍ବାଦ ସଂସ୍ଥା AFPର ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ପ୍ରକାଶିତ ସରକାରୀ ତଥ୍ୟ ଦର୍ଶାଉଛି ଯେ ଫ୍ରାନ୍ସର ସାର୍ବଜନୀନ ଋଣ ରେକର୍ଡ ଭାଙ୍ଗିଛି । ତାହା ଏବେ ସର୍ବାଧିକ ସ୍ତରରେ ପହଞ୍ଚିଛି। ଫ୍ରାନ୍ସର ଋଣ ଓ ଜିଡିପି ଅନୁପାତ ଏବେ ୟୁରୋପୀୟ ସଂଘରେ ଗ୍ରୀସ୍ ଏବଂ ଇଟାଲୀ ପରେ ତୃତୀୟ ସର୍ବାଧିକ । ୟୁରୋପୀୟର ସଂଘୀୟ ନିୟମ ଅନୁଯାୟୀ ଅନୁମୋଦିତ ୬୦ ପ୍ରତିଶତ ସ୍ତରର ପ୍ରାୟ ଦୁଇଗୁଣ।

ପୂର୍ବ ସରକାରମାନେ ବିନା ଭୋଟରେ ସଂସଦରେ ଶେଷ ତିନୋଟି ବାର୍ଷିକ ବଜେଟ୍ ଉପସ୍ଥାପନ କରିଥିଲେ । ଏହା ସମ୍ବିଧାନ ଦ୍ୱାରା ଅନୁମୋଦିତ ଏକ ଅଭ୍ୟାସ କିନ୍ତୁ ବିରୋଧୀ ଦଳ ଦ୍ୱାରା କଡ଼ା ସମାଲୋଚନା କରାଯାଇଥିଲା। କିନ୍ତୁ ଲେକୋର୍ନୁ ଗତ ସପ୍ତାହରେ ପ୍ରତିଶ୍ରୁତି ଦେଇଥିଲେ ଯେ ଆଇନ ପ୍ରଣୟନକାରୀମାନେ ଆଇନ ଉପରେ ଭୋଟ୍ ଦେଇପାରିବେ।

କୁହାଯାଉଛି ମାକ୍ରୋନ୍ ଗତ ବର୍ଷ ତରବରିଆ ଭାବେ ସଂସଦୀୟ ନିର୍ବାଚନ କରାଇଥିଲେ, କାରଣ ସେ ତାଙ୍କ ସ୍ଥିତିକୁ ମଜବୁତ କରିବା ପାଇଁ ଚାହୁଁଥିଲେ । ଫ୍ରାନ୍ସ ସେବେଠାରୁ ରାଜନୈତିକ ଅଚଳାବସ୍ଥାରେ ଫସି ରହିଛି। ମାକ୍ରାନ୍‌ଙ୍କ ପାଇଁ ଏହି ପଦକ୍ଷେପ ଓଲଟା ସାବ୍ୟସ୍ତ ହେଲା । ମାକ୍ରୋନ୍‌ଙ୍କ ଗୋଷ୍ଠୀ ବିଧାନସଭାରେ ସଂଖ୍ୟାଲଘୁ ପାଲଟିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: