Emmanuel Macron / ମୋ ସ୍ତ୍ରୀ ପୁରୁଷ ନୁହେଁ- ଫ୍ରାନ୍ସ ରାଷ୍ଟ୍ରପତି

Key Points
ନିଜକୁ ମହିଳା ବୋଲି ପ୍ରମାଣ ଦେବେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପତ୍ନୀ
ଆମେରିକା କୋର୍ଟରେ ରଖିବେ ସାକ୍ଷୀ ପ୍ରମାଣ
ମାନହାନୀ ମାମଲା ରୁଜ୍ଜୁ କଲେ ରାଷ୍ଟ୍ରପତିଙ୍କ ପତ୍ନୀ
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ପତ୍ନୀ ଜଣେ ମହିଳା ନୁହେଁ ପୁରୁଷ । ସେ ଜଣେ ପୁରୁଷ ଭାବେ ଜନ୍ମ ହୋଇଥିଲେ । ହେଲେ ଏହାପରେ ସେ ନିଜ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଏମିତି କିଛି ଅଭିଯୋଗ ଆସିବା ପରେ ଏବେ ଆମେରିକା କୋର୍ଟରେ ପ୍ରମାଣ ଦେବାକୁ ଯୋଜନା କରୁଛନ୍ତି ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ ।
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପତ୍ନୀ ବ୍ରିଜିଟ୍ ଜଣେ ପୁରୁଷ ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଆମେରିକାର ପୂର୍ବତନ ଭାଷ୍ୟକାର କାଣ୍ଡାସେ ଓୱେନ୍ସ । ଏହି ଅଭିଯୋଗ ଭିତ୍ତିହୀନ ହୋଇଥିଲେ ହେଁ ପ୍ରମାଣ ଦେବାକୁ ଯୋଜନା କରୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଓ ପତ୍ନୀ । ଏକ ପଡକାଷ୍ଟ୍ ରେ ମାକ୍ରୋନଙ୍କ ପାଇଁ କାର୍ଯ୍ୟ କରୁଥିବା ଜଣେ ଓକିଲ ଟମ୍ କ୍ଲେୟାର କହିଛନ୍ତି ଯେ ବ୍ରିଜିଟ୍ ତାଙ୍କ ବିଷୟରେ ଏମିତି କିଛି ଖବର ଜାଣିବା ପରେ ବିଚଳିତ ହୋଇପଡିଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଏଭଳି ଅଭିଯୋଗ ହେବା ପରେ ଦୁହେଁ ସଫେଇ ଦେବାକୁ ଯୋଜନା କରୁଥିବା ସେ କହିଛନ୍ତି । ଜଣେ ସାଧାରଣ ପରିବାର ନୁହେଁ ଏହା ଜଣେ ରାଷ୍ଟ୍ରପତିଙ୍କ ପରିବାରକୁ ଆକ୍ଷେପ କରାଯାଇଛି ।
📱 Get Argus News App
✨ଏମିତି କି ସେ ସାଇଣ୍ଟିଫିକ୍ ପ୍ରୁଫ୍ ଉପସ୍ଥାନ କରିବାକୁ ପ୍ରସ୍ତୁତ ଥିଲେ । ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି । ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ସେ କହିଛନ୍ତି । ଯେତେବେଳେ ନିଜ ପରିବାର ଉପରେ ଆଞ୍ଚ୍ ଆସେ ସେତେବେଳେ କଷ୍ଟ କଣ ଜଣାପଡେ ବୋଲି ସେ ପଡକାଷ୍ଟରେ କହିଛନ୍ତି ।
କାଣ୍ଡାସେ ଓୱେନ୍ସ କିଏ?
ଓୱେନ୍ସ ହେଉଛନ୍ତି ରକ୍ଷଣଶୀଳ ଆମେରିକୀୟ ଆଉଟଲେଟ୍ ଡେଲି ୱାୟାରର ପୂର୍ବତନ ଭାଷ୍ୟକାର । ଏବଂ ସାମାଜିକ ଗଣମାଧ୍ୟମରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ ରହିଛନ୍ତି ।
ଇମାନୁଏଲ ମାକ୍ରୋନ ଏବେ ତାଙ୍କ ପତ୍ନୀ ବ୍ରିଜିଟ୍ ଜୁଲାଇ ମାସରେ କୋର୍ଟରେ ଏକ ମାନହାନି ମକଦ୍ଦମା ମଧ୍ୟ ରୁଜ୍ଜୁ କରିଥିଲେ । ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର । ତାଙ୍କ ଦାବିକୁ ଭୁଲ ପ୍ରମାଣିତ କରିବାକୁ ସେ ସବୁ ପ୍ରକାରର ପ୍ରମାଣ ଦେବାକୁ ରାଜି ଥିଲେ।
Related Topics
Explore more stories