Glacier Collapse ; ଗ୍ଲାସିୟର ତରଳି କିଛି ମୁହୁର୍ତ୍ତରେ ମାଟିରେ ମିଶିଗଲା ଗାଁ

Key Points
ବ୍ଲାଟେନ(Blatten) ସ୍ଵିଜରଲ୍ୟାଣ୍ଡର ଏକ ଛୋଟ ଗାଁ । ବିଏତ୍ସାହାନ ନାମକ ଏକ ପାହାଡ ତଳେ ଏହି ଗାଁର ଅବସ୍ଥିତି ଥିଲା । ୨୮ ମେ ୨୦୨୫ ଦିନ ଦ୍ଵିପ୍ରହର ୩.୩୦ରେ ବିର୍ଚ ଗ୍ଲାସିୟରର ଏକ ବିଶାଳ ଖଣ୍ଡ ପାଖାପାଖି ୧୫ ଲକ୍ଷ ଘନ ମିଟର ଭାଙ୍ଗି ଏହି ଗାଁ ଉପରେ ପଡିଥିଲା ।
ସୁଇଜରଲ୍ୟାଣ୍ଡର ବ୍ଲାଟେନ ଗାଁରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୨୮ ମେ ୨୦୨୫ରେ ଏକ ବିର୍ଚ ଗ୍ଲାସିୟରର ଏକ ବଡ ଖଣ୍ଡ ଭାଙ୍ଗି ଏହି ଗାଁ ଉପରେ ପଡିଛି । ଯାହାଫଳରେ ଗାଁ ସମ୍ପୁର୍ଣ୍ଣ ବରଫ ଖଣ୍ଡ, ବନ୍ୟାରେ ପୋତି ହୋଇ ଯାଇଛି । ଗାଁର ୯୦ ପ୍ରତିଶତ ସ୍ଥାନ ଦବି ଯାଇଛି । ଅଧିକାଂଶ ଘର ପାଣି ଭିତରେ ବୁଡି ରହିଛି । ବୈଜ୍ଞାନିକଙ୍କ ମତରେ ଏହା ପ୍ରାକୃତିକ ବିପର୍ଯ୍ୟୟର ପରିଣାମ ଅଟେ ।
ବ୍ଲାଟେନ(Blatten) ସ୍ଵିଜରଲ୍ୟାଣ୍ଡର ଏକ ଛୋଟ ଗାଁ । ବିଏତ୍ସାହାନ ନାମକ ଏକ ପାହାଡ ତଳେ ଏହି ଗାଁର ଅବସ୍ଥିତି ଥିଲା । ୨୮ ମେ ୨୦୨୫ ଦିନ ଦ୍ଵିପ୍ରହର ୩.୩୦ରେ ବିର୍ଚ ଗ୍ଲାସିୟରର ଏକ ବିଶାଳ ଖଣ୍ଡ ପାଖାପାଖି ୧୫ ଲକ୍ଷ ଘନ ମିଟର ଭାଙ୍ଗି ଏହି ଗାଁ ଉପରେ ପଡିଥିଲା । ଏହି ହିମସ୍ଖଳନରେ ପୁରା ଗାଁ ଉପରେ ବରଫ, କାଦୁଅ ଆଦି ପଡି ପୁରା ଗାଁ କୁ ଦବାଇ ଦେଲା । ଏହି ସ୍ଥାନର ପୁରା ଡ୍ରୋନ ସର୍ଟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ସବୁଠାରୁ ବଡ କଥା ହେଉଛି, ୧୯ ମେ' ରୁ ହିଁ ଏହି ଗାଁର ୩୦୦ ଜଣ ଗ୍ରାମବାସୀକୁ ସୁରକ୍ଷିତ ଭାବେ ଗାଁରୁ କଢା ଯାଇଥିଲା । କାରଣ ବୈଜ୍ଞାନିକ ମାନେ ଗ୍ଲାସିୟରର ଏପରି ସ୍ଥିତି ନେଇ ପୂର୍ବରୁ ସଚେତନ କରାଇଥିଲେ । କିନ୍ତୁ ଏବେ ଯାଏଁ ଜଣେ ୬୪ ବର୍ଷୀୟ ବ୍ୟକ୍ତି ନିଖୋଜ ଥିବା ସୂଚନା ମିଳିଛି ।
ଏପରି ହିମସ୍ଖଳନ ଲୋଞ୍ଜା ନଦୀକୁ ଅଟକାଇ ଦେଇଛି । ଯାହାଦ୍ଵାରା ଏକ ବଡ କୃତ୍ରିମ ହ୍ରଦ ତିଆରି ହୋଇଛି । ଏହି ନଦୀର ପାଣି ପ୍ରତି ଘଣ୍ଟାରେ ୮୦ ସେଣ୍ଟିମିଟର ବଢିବାରେ ଲାଗିଛି । ଯାହାଦ୍ଵାରା ବାକି ଥିବା ଘର ମଧ୍ୟ ପାଣିରେ ବୁଡିବାରେ ଲାଗିଛି । ପାଖ ଗାଁରୁ ମଧ୍ୟ ଲୋକମାନଙ୍କୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇନଥିବା ସୂଚନା ମିଳିଛି ।
ତେବେ ଏହି ଘଟଣା ଜଳବାୟୁ ପରିବର୍ତ୍ତନର ଏକ ବଡ ଉଦାହରଣ ଅଟେ । ବୈଜ୍ଞାନିକ ମାନଙ୍କର ମତ ଅନୁଯାୟୀ , ଯଦି ଗ୍ରୀନ୍ ହାଉସ ଗ୍ୟାସର ନିର୍ଗମନକୁ ନ ରୋକାଯାଏ, ତେବେ ସ୍ଵିଜରଲ୍ୟାଣ୍ଡର ଗ୍ଲାସିୟର ୨୧୦୦ ମସିହା ସୁଦ୍ଧା ସମ୍ପୁର୍ଣ୍ଣ ଗାଏବ ହୋଇଯିବ ।
Aerial footage of Blatten in Switzerland after glacier collapse. pic.twitter.com/TsmSXhUgIa
— Disasters Daily (@DisastersAndI) May 29, 2025