Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବିଦେଶରେ ଭାରତ ସଂସ୍କୃତିର ଝଲକ୍: ପୋର୍ଟ ଅଫ୍ ସ୍ପେନରେ ଜୟ ଶ୍ରୀରାମ ନାରା ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଦେଶରେ ଭାରତ ସଂସ୍କୃତିର ଝଲକ୍: ପୋର୍ଟ ଅଫ୍ ସ୍ପେନରେ ଜୟ ଶ୍ରୀରାମ ନାରା ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ

Key Points

ବିଦେଶରେ ଭାରତ ସଂସ୍କୃତିର ଝଲକ୍

ପିଏମ ମୋଦିଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନ

ପୋର୍ଟ ଅଫ୍ ସ୍ପେନରେ ଜୟ ଶ୍ରୀରାମ ନାରା ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ

ରାଷ୍ଟ୍ରପତି କମଲା ପ୍ରସାଦଙ୍କୁ ଗଙ୍ଗା ଜଳ ଓ ଶ୍ରୀରାମ ମନ୍ଦିର ପ୍ରତିକୃତି ଉପହାର

`ତ୍ରିନିଦାଦ ଓ ଟବାଗୋ ନାଗରିକଙ୍କ ପାଇଁ ଜାରି ହେବ OCI କାର୍ଡ'

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନ । ରାଷ୍ଟ୍ରପତି କମଲା ପ୍ରସାଦ ବିସେସର ପିଏମ ମୋଦିଙ୍କୁ ରାଷ୍ଟ୍ରର ସର୍ବୋଚ୍ଚ ନାଗରିକ ସମ୍ମାନ ଦ ଅର୍ଡର ଅଫ ଦ ରିପବ୍ଲିକ ଅଫ ତ୍ରିନିଦାଦ ଆଣ୍ଡ ଟବାଗୋ ପ୍ରଦାନ କରିବା ସହ ଯାତ୍ରା ପାଇଁ ଜଣାଇଛନ୍ତି ଅଭିନନ୍ଦନ । ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତ୍ରିନିଦାଦ ଓ ଟବାଗୋ ସରକାର ଓ ଜନତାଙ୍କୁ ଧନ୍ୟବାଦ ଦେବା ସହ ୧୮୦ ବର୍ଷ ପୂର୍ବରୁ ଆସିଥିବା ଭାରତୀୟ ବଂଶୋଦ୍ଭବଙ୍କ ଯୋଗଦାନକୁ ସ୍ମରଣ କରିଛନ୍ତି । ପୋର୍ଟ ଅଫ୍ ସ୍ପେନର ଷଷ୍ଠ ପିଢିର ଭାରତୀୟଙ୍କ ପାଇଁ ମଧ୍ୟ ଓଭରସିଜ ସିଟିଜେନସିପ୍ ଅଫ ଇଣ୍ଡିଆ କାର୍ଡ ଜାରି ହେବ ବୋଲି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୀତାରାମ ଓ ଜୟ ଶ୍ରୀରାମ ନାରାକୁ ସମ୍ବୋଧନ ଆରମ୍ଭ କରି ଭାରତକୁ ବସୁଧୈବ କୁଟୁମ୍ବକମର ଭୂମି କହିବା ସହ ତ୍ରିନିଦାଦ ଓ ଟବାଗୋକୁ ନିରନ୍ତର ସହଯୋଗ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି।

୨ ଦିନିଆ ଗସ୍ତରେ ପୋର୍ଟ ଅଫ୍ ସ୍ପେନରେ ପହଞ୍ଚିବା ପରେ ପିଏମ ମୋଦିଙ୍କୁ ଭବ୍ୟ ସ୍ବାଗତ କରିଥିଲେ ତ୍ରିନିଦାଦ ଓ ଟବାଗୋ ପ୍ରଧାନମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର ବରିଷ୍ଠ ନେତା । ପୋର୍ଟ ଅଫେ ସ୍ପେନରେ ୪୦ ପ୍ରତିଶତରୁ ଅଧିକ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ହୋଇଥିଲେ ଉତ୍ସାହିତ । ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସରଙ୍କୁ ବିହାରର ଝିଅ କହି ସମ୍ବୋଧନ କରିବା ସହ ପିଏମ ମୋଦି ଦେଇଥିଲେ ମହାକୁମ୍ଭ ସଙ୍ଗମସ୍ଥଳର ପବିତ୍ର ଜଳ ଓ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି ଉପହାର । ରାତ୍ରି ଭୋଜନରେ ପ୍ରଧାନମନ୍ତ୍ରୀ କମଳା ପ୍ରସାଦଙ୍କ ସହ କଦଳୀ ପତ୍ରରେ ଭାରତୀୟ ଖାଦ୍ୟ ଖାଇଥିଲେ ମୋଦି । ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ସହଭାଗିତା ନେଇ ହୋଇଛି ଦ୍ବିପାକ୍ଷିକ ଆଲୋଚନା । ଭାରତର UPI ପ୍ଲାଟଫର୍ମକୁ ଗ୍ରହଣ କରିବା ସହ ଭାରତୀୟ ଷ୍ଟାର୍ଟଅପ ପ୍ରତି ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି ପିଏମ ମୋଦି ।

ଭାରତ କୋ ଜାନିୟେ କ୍ୟୁଜରେ ବିଜୟୀ ଶଙ୍କର ରାମଜତନ, ନିକୋଲାସ ମରଜ ଓ ଭିନ୍ସ ମହାତୋଙ୍କୁ ଭେଟିବା ସହ ଭାରତୀୟ ସଂଗୀତର ପ୍ରଚାର ଓ ପ୍ରଚାର କରୁଥିବା ସଂଗୀତଜ୍ଞ ରାଣା ମୋହିପ୍ ଙ୍କୁ ମଧ୍ୟ ଭେଟିଛନ୍ତି ମୋଦି । ୫ ରାଷ୍ଟ୍ର ଗସ୍ତର ୨ୟ ପର୍ଯ୍ୟାୟରେ ଗୁରୁବାର ପୋର୍ଟ ଅଫ ସ୍ପେନରେ ପହଞ୍ଚିଥିଲେ ମୋଦି । ଭାରତୀୟ ପରମ୍ପରା ପ୍ରତି ସମ୍ମାନ, ଭାରତୀୟ ପରମ୍ପରାକୁ ଜୀବନ୍ତ ରଖିଥିବାରୁ ତ୍ରିନିଦାଦ ଓ ଟବୋଗୋବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
glimpses-of-indian-culture-abroad-pm-welcomed-with-jai-shri-ram-chants-at-port-of-spain | Argus News