Videos
|
International

କାନାଡା-ଚାଇନା-ମେକ୍ସିକୋ ଉପରେ ଟ୍ରମ୍ପଙ୍କ ଟାରିଫ୍ ଆଟାକ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାନାଡା-ଚାଇନା-ମେକ୍ସିକୋ ଉପରେ ଟ୍ରମ୍ପଙ୍କ ଟାରିଫ୍ ଆଟାକ୍

ଅର୍ଗସ ବ୍ୟୁରୋ:  ଆକ୍ସନରେ ଟ୍ରମ୍ପ୍...ଆରମ୍ଭ ହେଲା ଟରିଫ୍ ୱାର ..କ୍ଷମତାକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । କାନାଡା ଓ ମେକ୍ସିକୋରୁ ଆମଦାନୀ ଉପରେ ଲଗାଇଲେ ୨୫ ପ୍ରତିଶତ ଟାରିଫ୍ । ଚୀନରେ ପ୍ରସ୍ତୁତ ସାମଗ୍ରୀ ଉପରେ ଲାଗିଲା ୧୦ ପ୍ରତିଶତ ଟାରିଫ୍ । ଟ୍ରମ୍ପଙ୍କ ଅଚାନକ ପଦକ୍ଷେପ ପରେ ବାଣିଜ୍ୟିକ ଯୁଦ୍ଧର ଆଶଙ୍କା ପ୍ରକାଶ ପାଇଛି । ଆମେରିକୀବାସୀଙ୍କୁ ସୁରକ୍ଷା ଦେବା ଆବଶ୍ୟକ ଏବଂ ସମସ୍ତଙ୍କ ସୁରକ୍ଷା ନିଶ୍ଚିତ କରିବା ରାଷ୍ଟ୍ରପତି ଭାବରେ ତାଙ୍କର କର୍ତ୍ତବ୍ୟ ... ବେଆଇନ ବିଦେଶୀ ତଥା ଡ୍ରଗ୍ସ ପରିସ୍ଥିତିକୁ ରୋକିବା ପାଇଁ ମଧ୍ୟ ସେ ଦେଇଥିବା ପ୍ରତିଶ୍ରୁତିକୁ ସେ ପୂରଣ କରିବେ ବୋଲି କହିଛନ୍ତି ଟ୍ରମ୍ପ..
ସେପଟେ ଟାରିଫ୍ କୁ ନେଇ ଟ୍ରମ୍ଫଙ୍କ ଆଟାକ୍ ର ଉଚିତ ଉତ୍ତର ଦିଆଯିବ ବୋଲି ଏବଂ କାନାଡା ଏନେଇ ପୁରା ପ୍ରସ୍ତୁତ ଅଛି ବୋଲି ଟ୍ରମ୍ପକୁ ଜବାବ ଦେଇଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ।


ଟ୍ରମ୍ପ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ ଏବଂ ଚୀନରୁ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଶନିବାରଠାରୁ ଏହା ତିନୋଟି ଦେଶ ଉପରେ କାର୍ଯ୍ୟକାରୀ ହୋଇଛି,ଏଥିସହ ‘ବ୍ୟବସାୟିକ ଯୁଦ୍ଧ’ ଆରମ୍ଭ ହୋଇଛି । ଯାହାକି ଏହି ଦେଶଗୁଡ଼ିକ ସହିତ ବାଣିଜ୍ୟ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି।ଗୋଟିଏ ପଟେ ଏଭଳି ନିଷ୍ପତ୍ତି ବିଶ୍ୱ ପ୍ରତିଯୋଗିତାରେ ଆମେରିକାକୁ ମଜବୁତ କରିବ ବୋଲି ଟ୍ରମ୍ପ ଆଶା କରୁଥିବା ବେଳେ ଏହା ବିଶ୍ୱ ବାଣିଜ୍ୟରେ ମୁଦ୍ରାସ୍ଫୀତି ଏବଂ ଅସ୍ଥିରତା ବୃଦ୍ଧି କରିପାରେ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି। ତେବେ ଶପଥ ଗ୍ରହଣର କିଛି ଘଣ୍ଟା ପରେ ଟ୍ରମ୍ପ ଏନେଇ ଘୋଷଣା କରିସାରିଥିଲେ। କ୍ଷମତା ଗ୍ରହଣ କରିବା ପରେ ସେ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ ଏବଂ କାନାଡା-ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ ବୋଲି କହିଥିଲେ।

ଆମେରିକାକୁ ଅବୈଧ ପ୍ରବାସ ଏବଂ ନିଶା କାରବାରକୁ ରୋକିବା ପାଇଁ ଏହି ଦେଶଗୁଡ଼ିକ ଉପରେ ଚାପ ପକାଇବା ପାଇଁ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି ବୋଲି ତାଙ୍କ ସମର୍ଥକମାନେ ବିଶ୍ବାସ କରୁଥିବା ବେଳେ ଏପରି ଟାରିଫ୍ ୱାର୍ ଟ୍ରମ୍ପଙ୍କ ଅର୍ଥନୈତିକ ରଣନୀତିର ଏକ ଅଂଶ ବୋଲି କୁହାଯାଉଛି.. ଆମେରିକୀୟ ଅର୍ଥନୀତିକୁ ବୃଦ୍ଧି କରିବା, ଆମେରିକୀୟ ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ.ଟ୍ରମ୍ପ ଏପରି ପଦକ୍ଷେପ ନେଉଥିବାର ଚର୍ଚ୍ଚା ହେଉଛି.. କିନ୍ତୁ ଟ୍ରମ୍ଫ ଙ୍କ ଏହି ଟ୍ରେଡ ଓୱାର ପଲିସି କେବଳ ଅନଯ ଦେଶ ନୁହେଁ ଏହା ସହିତ ଆମେରିକା ଉପରେ ମଧ୍ୟ କିଛି ମାତ୍ରାରେ ପ୍ରଭାବ ପକାଇ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Global alarm, condemnation as Trump tariffs hit Mexico, Canada and China | Argus News