Videos
|
International

Oil Crisis / ବିଶ୍ୱ ତେଲ ମାର୍ଗରେ ବାଧା: ପେଟ୍ରୋଲ ପାଇଁ ଲମ୍ବା ଲାଇନ୍ !

Rashmita Mishra
Browse all articles by Rashmita Mishra
·1 hour ago·2 min read
ବିଶ୍ୱ ତେଲ ମାର୍ଗରେ ବାଧା: ପେଟ୍ରୋଲ ପାଇଁ ଲମ୍ବା ଲାଇନ୍ !
Oil Crisis

Key Points

ଫ୍ରାନ୍ସରେ ତେଲ ସଙ୍କଟ ପେଟ୍ରୋଲ ପାଇଁ ଲମ୍ବା ଲାଇନ୍ ।
ବିଶ୍ୱ ତେଲ ମାର୍ଗରେ ବାଧା ବଢ଼ିଲା ଇନ୍ଧନ ଦର ।
ପେଟ୍ରୋଲ ପମ୍ପରେ ହାହାକାର ଫ୍ରାନ୍ସରେ ତେଲ ଅଭାବ !
ମିଡିଲ୍ ଇଷ୍ଟ୍‌ରେ ବଢ଼ୁଥିବା ତଣାପୋଡ଼, ହର୍ମୁଜ୍‌ ସ୍ଟ୍ରେଟ୍‌ ଓ ବାବ୍-ଏଲ୍-ମନ୍ଦେବ୍‌ ସମେତ ପ୍ରମୁଖ ତେଲ ପରିବହନ ମାର୍ଗରେ ବାଧାର ପ୍ରଭାବ ବିଶ୍ୱ ଇନ୍ଧନ ବଜାରରେ ଦେଖିବାକୁ ମିଳୁଛି । ଏହାର ପ୍ରଭାବ ଫ୍ରାନ୍ସରେ ମଧ୍ୟ ଗଭୀର ହୋଇଛି । ଦେଶରେ ପେଟ୍ରୋଲ-ଡିଜେଲ୍‌ ଯୋଗାଣ ଉପରେ ଚାପ ବଢ଼ିବା ସହ ଇନ୍ଧନ ମୂଲ୍ୟ ରେକର୍ଡ ସ୍ତରକୁ ପହଞ୍ଚିଥିବା ଦାବି କରାଯାଉଛି ।


ରିପୋର୍ଟ ଅନୁସାରେ, ଫ୍ରାନ୍ସର ପ୍ରାୟ ୧୧ ପ୍ରତିଶତ ପେଟ୍ରୋଲ ପମ୍ପ, ଅର୍ଥାତ୍ ପ୍ରାୟ ପ୍ରତି ୯ଟି ପମ୍ପରୁ ଗୋଟିଏ, ଅତି କମରେ ଗୋଟିଏ ପ୍ରକାରର ପେଟ୍ରୋଲ କିମ୍ବା ଡିଜେଲ୍‌ ଷ୍ଟକ୍ ଅଭାବରେ ରହିଛି । ଇନ୍ଧନ ମିଳୁଥିବା ପମ୍ପଗୁଡ଼ିକରେ ମଧ୍ୟ ଚାହିଦା ବଢ଼ିବାରୁ ଗାଡ଼ିଚାଳକଙ୍କ ଲମ୍ବା ଧାଡ଼ି ଦେଖାଯାଉଛି ।

ଡିଜେଲ୍‌ ଦରରେ ରେକର୍ଡ ବୃଦ୍ଧି
ତେଲ ଯୋଗାଣରେ ଅଭାବ ଯୋଗୁଁ ଫ୍ରାନ୍ସରେ ଡିଜେଲ୍‌ର ହାରାହାରି ଦର ପ୍ରତି ଲିଟର ୨.୩୯ ୟୁରୋରୁ ଅଧିକ ଇଥିବା ଦାବି କରାଯାଇଛି । ଦେଶର ୭୦୦ରୁ ଅଧିକ ପେଟ୍ରୋଲ ପମ୍ପରେ ଉଚ୍ଚ ଗ୍ରେଡ୍‌ ଡିଜେଲ୍‌ର ଦର ପ୍ରତି ଲିଟର ୨.୫୦ ୟୁରୋ ଅତିକ୍ରମ କରିଥିବାବେଳେ କେତେକ ସ୍ଥାନରେ ଏହା ୨.୭୦ ୟୁରୋ ପର୍ଯ୍ୟନ୍ତ ପହଞ୍ଚିଥିବା କୁହାଯାଉଛି ।

କେଉଁ ଅଞ୍ଚଳରେ ଅଧିକ ସମସ୍ୟା ?

ଅଞ୍ଚଳଭିତ୍ତିକ ଭାବେ ମଧ୍ୟ ଇନ୍ଧନ ଅଭାବର ଚିତ୍ର ଭିନ୍ନ ରହିଛି... ରିପୋର୍ଟରେ କୁହାଯାଇଛି
- ଗ୍ରାଣ୍ଡ ଏଷ୍ଟର ପ୍ରାୟ ୧୬% ଫ୍ୟୁଏଲ୍ ଷ୍ଟେସନ୍‌ରେ ଅଭାବ ଦେଖାଯାଇଛି ।
- ସେଣ୍ଟର-ଭାଲ୍ ଡେ ଲୋଆର୍ ଓ ଅକ୍ସିଟାନିରେ ଏହି ହାର ପ୍ରାୟ ୧୪% ।
- ପେ ଦେ ଲା ଲୋଆରରେ ପ୍ରାୟ ୧୩% ଷ୍ଟେସନ୍‌ ଅଭାବରେ ପ୍ରଭାବିତ ।
ମାକ୍ରୋନଙ୍କ ଜରୁରୀ ପଦକ୍ଷେପ ପାଇଁ ଆହ୍ୱାନ

ଇନ୍ଧନ ଯୋଗାଣରେ ଚାପ ବଢ଼ିବା ପରିପ୍ରେକ୍ଷୀରେ ଫ୍ରାନ୍ସ ସରକାର ଜରୁରୀ ତେଲ ଭଣ୍ଡାର ବ୍ୟବହାର ନେଇ ପଦକ୍ଷେପ ଚାହୁଁଛି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ G7 ଦେଶଗୁଡ଼ିକ ସହ ଆଲୋଚନା କରି ଜରୁରୀ ତେଲ ଭଣ୍ଡାର ମୁକ୍ତ କରିବା ପ୍ରସଙ୍ଗ ଉଠାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଫିସିଆଲ୍ ତଥ୍ୟ ଓ ବାସ୍ତବ ସ୍ଥିତି
ବିଶେଷଜ୍ଞମାନଙ୍କ ମତରେ, ସରକାରୀ ଆକଳନ ତୁଳନାରେ ବାସ୍ତବ ଇନ୍ଧନ ସଙ୍କଟ ଅଧିକ ଗମ୍ଭୀର ହୋଇପାରେ । ଏହାର ଏକ କାରଣ ହେଉଛି ସରକାରୀ ଗଣନାରେ କୌଣସି ଷ୍ଟେସନ୍‌ରେ ଥିବା ସମସ୍ତ ଗ୍ରେଡ୍‌ର ପେଟ୍ରୋଲ-ଡିଜେଲ୍‌ ସମ୍ପୂର୍ଣ୍ଣ ଶେଷ ହେଲେ ହିଁ ତାହାକୁ ଇନ୍ଧନ ଅଭାବଗ୍ରସ୍ତ ଭାବେ ଗଣାଯାଏ । ଉଦାହରଣସ୍ୱରୂପ, SP95 ଶେଷ ହୋଇଥିଲେ ମଧ୍ୟ SP98 କିମ୍ବା SP95-E10 ଉପଲବ୍ଧ ଥିଲେ, ସେହି ପମ୍ପକୁ ଜାତୀୟ ଇନ୍ଧନ ଅଭାବ ତଥ୍ୟରେ ସାମିଲ କରାଯାଏ ନାହିଁ ।

ଏହି ପରିସ୍ଥିତିରେ ଆନ୍ତର୍ଜାତୀୟ ତେଲ ଯୋଗାଣ ମାର୍ଗରେ ବାଧା ଦୀର୍ଘସ୍ଥାୟୀ ହେଲେ ଫ୍ରାନ୍ସ ସମେତ ୟୁରୋପୀୟ ଦେଶଗୁଡ଼ିକର ଇନ୍ଧନ ମୂଲ୍ୟ ଓ ଯୋଗାଣ ଉପରେ ଆହୁରି ଚାପ ପଡ଼ିପାରେ ।