Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Global Conflict / ଆମେରିକା ସହ କିଛି ଡିଲ୍‌ ହେବନାହିଁ ଏବେ ଖାଲି ଯୁଦ୍ଧ

Rashmita Mishra
Browse all articles by Rashmita Mishra
·3 months ago·2 min read
ଆମେରିକା ସହ କିଛି ଡିଲ୍‌ ହେବନାହିଁ ଏବେ ଖାଲି ଯୁଦ୍ଧ
Global Conflict

Key Points

ଟ୍ରମ୍ପ୍‌ ଏମିତି କିଏ କି ଆମେ ତାଙ୍କର ସବୁ କଥା ଶୁଣିବୁ
ଆମେରିକା ସହ କିଛି ଡିଲ୍‌ ହେବନାହିଁ ଏବେ ଖାଲି ଯୁଦ୍ଧ
ପରମାଣୁ ବୋମା ନିଶ୍ଚିତ ତିଆରି କରି ପକାଇବୁ
ପାକିସ୍ତାନରୁ ଝଟକା ଖାଇ ଫେରିଗଳା ଆମେରିକା

ଆମେରିକାର କଥା କିଛି ମାନିବୁ ନାହିଁ । ଆମେ ଆମର ହକ ପାଇକି ହିଁ ରହିବୁ । ପରମାଣୁ ବୋମା ଆମେ ନିଶ୍ଚିତ ତିଆରି କରିବୁ । ଆମ ସହ ଯିଏ ଲାଗିବ ତାକୁ ଧ୍ବଂସ କରିଦେବୁ । ଆମେରିକା ଯାହ ସର୍ତ୍ତ ରଖୁଛି ସେଥିରେ ତାର ସ୍ବାର୍ଥ ରହିଛି । ବହୁତ ହୋଇଗଲା ଶାନ୍ତି ବୈଠକ । ଏବେ କେବଳ ଆକ୍ରମଣ ହେବ । ଏବେ ଆମେରିକାର ମେନ୍‌ ଲାଣ୍ଡ ଉପରେ ହେବ ଆକ୍ରମଣ । ଦୀର୍ଘ ୨୧ ଘଣ୍ଟାର ଘନଘନ ଆଲୋଚନା । କିନ୍ତୁ ଆମେରିକା ଏବଂ ଇରାନ ମଧ୍ୟରେ କୌଣସି ଶାନ୍ତି ଚୁକ୍ତି ହୋଇପାରିଲା ନାହିଁ ।

ଆମେରିକାର କଥାକୁ କିଛି ବି ମାନିଲା ନାହିଁ ଇରାନ୍‌ । ନିଜ ଯିଦ୍‌ରେ ଅଟଳ ରହିଲେ ଦୁଇଟଇ ଦେଶ । ଯାହା ପରେ ଯୁଦ୍ଧ ଏବେ ଆଉ ଥମିବ ନାହିଁ । ଉଭୟ ଦେଶ ମଧ୍ୟ ଏବେ ବଡ଼ ଧରରଣର ଯୁଦ୍ଧ ହୋଇପାରେ ।

ପାକିସ୍ତାନରେ ବୈଠକ ବିଫଳ ହୋଇଛି । ଶାନ୍ତି ବୈଠକକୁ ସଫଳ କରି ଯେଉଁ ବାହା ବାହା ନେବାକୁ ପାକିସ୍ତାନ ଚାହୁଁଥିଲା ତାହା ବିଫଳ ହୋଇଛି । ଆମେରିକାର ମୁହଁରେ ମନା କରିଛି ଇରାନ୍‌ । କହିଛି କିଛିବି ସର୍ତ୍ତ ଆମେ ମାନି ପାରିବୁ ନାହିଁ । ଏବେ ଗୋଟିଏ ରାସ୍ତା ଯୁଦ୍ଧ ।

ସୂଚନା ମୁତାବକ ଆମେରିକା ପକ୍ଷରୁ ଏକ ଉଦାର ଏବଂ ଶେଷ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଇରାନ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛି । ସେଗୁଡ଼ିକ ହେଉଛି ଇରାନ ପରମାଣୁ ଅସ୍ତ୍ର ତିଆରି ନକରିବା ପାଇଁ ଏକ ସ୍ଥାୟୀ ପ୍ରତିଶ୍ରୁତି ଦେଉ । ଯାହାକୁ ଇରାନ ପ୍ରତ୍ୟାଖ୍ୟାନ କରିଛି । ଦ୍ଵିତୀୟରେ ସାମୁଦ୍ରିକ ପଥରେ ଖଞ୍ଜାଯାଇଥିବା ମାଇନ୍ସ ହଟାଇବା ଏବଂ ବାଣିଜ୍ୟିକ ଜାହାଜ ଚଳାଚଳକୁ ନେଇ ଦୁଇ ଦେଶ ମଧ୍ୟରେ ସହମତି ହୋଇପାରିନି ।

ତୃତୀୟରେ ଇରାନ୍‌କୁ ଲେବାନନ୍‌ ସ୍ଥିତିରେ ମୁଣ୍ଡ ନଖେଳାଇବାକୁ କୁହାଯାଇଥିଲା । ଯାହାକୁ ପ୍ରତ୍ୟାଖ୍ୟାନ କରିଛି ଇରାନ୍‌ । ଲେବାନନରେ ତୁରନ୍ତ ଯୁଦ୍ଧବିରତି ପାଇଁ ଦାବି କରିଥିଲା । ଯାହାପରେ ଆମେରିକାର ଉପରଷ୍ଟ୍ରପତି ଜେଡି ଭାନ୍ସ ପାକିସ୍ତାନରୁ ଆମେରିକା ଫେରି ଯାଇଛନ୍ତି ।

ଇରାନ୍‌ କହିଛି ଆମେରିକାର କୌଣସି ପ୍ରସ୍ତାବରେ ଆମେ ରାଜି ନୁହେଁ । ଆମେରିକା ଯଦି ଆକ୍ରମଣ କରେ ତାହାଲେ ଇରାନ୍‌ ବି ଆକ୍ରମଣ କରିବ । ପରମାଣୁ ବୋମା ନିଶ୍ଚିତ ତିଆରି କରିବ ଇରାନ୍‌ ।

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଚୁକ୍ତି ହେଉ ବା ନହେଉ। ଆମେରିକା ପାଇଁ ଏଥିରେ କୌଣସି ଫରକ ପଡ଼ିବ ନାହିଁ। ହରମୁଜ ପ୍ରଣାଳୀରେ ଆମେରିକା ନୌସେନା ନିଜର ଅଭିଯାନ ଜାରି ରଖିବ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Global Conflict | No Deal with America, Only War Ahead: Rising Global Tensions | Argus News