Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନିଲାମ ହେବ 'ଗୋଲକୁଣ୍ଡା ବ୍ଲୁ' ହୀରା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ନିଲାମ ହେବ 'ଗୋଲକୁଣ୍ଡା ବ୍ଲୁ' ହୀରା

ନିଲାମ ହେବ ଭାରତର ରାଜକୀୟ ଐତିହ୍ୟକୁ ପ୍ରତିଫଳିତ କରୁଥିବା ବିରଳ 'ଗୋଲକୁଣ୍ଡା ବ୍ଲୁ' ହୀରା। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌ ମାଗ୍ନିଫିସେଣ୍ଟ ଜୁଏଲ୍ସ ଅକ୍ସନ’ରେ ଏହି ହୀରା ନିଲାମ କରାଯିବ। ଏହାର ଆନୁମାନିକ ମୂଲ୍ୟ ୩୦୦ ର ୪୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଚତୁର୍ଥ ଶତାବ୍ଦୀର ଏହି ହୀରାକୁ ଖ୍ରୀଷ୍ଟପୂର୍ବ ୩୨୭ ରେ ଆଲେକଜାଣ୍ଡର ଦି ଗ୍ରେଟ୍‌ ଭାରତରୁ ଏହାକୁ ୟୁରୋପ ନେଇ ଯାଇଥିଲେ।


ଏହି ହୀରା ଗୋଲକୁଣ୍ଡା ଖଣିରୁ ମିଳିଥିଲା। ଏହା ବିଶ୍ବରେ ଥିବା ସମସ୍ତ ହୀରା ଠାରୁ ବିରଳ। ଇନ୍ଦୋର ଏବଂ ବରୋଦାର ମହାରାଜାମାନଙ୍କ ମାଲିକାନାରେ ରହିଥିଲା। ୧୯୨୩ ରେ ଏହାକୁ ଫରାସୀ କାରିଗର ମୁଦିରେ ଖଜିତ କରିଥିଲେ। ଏହା ଗୋଲକୁଣ୍ଡା ଖଣିରୁ ଉତ୍ପନ୍ନ ହୋଇଥିବାରୁ ଏହାର ନାମ ଗୋଲକୁଣ୍ଡା ବ୍ଲୁ ହୀରା ରଖାଯାଇଛି। ଏହି ହୀରାଟି ୨୩.୨୪ କ୍ୟାରେଟର ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କ୍ରିଷ୍ଟିର ଅନ୍ତର୍ଜାତୀୟ ଅଳଙ୍କାର ମୁଖ୍ୟ ରାହୁଲ କଡାକିଆ କହିଛନ୍ତି ଭାରତୀୟ ରାଜପରିବାର ସହିତ ଏହାର ସମ୍ପର୍କ ଯୋଡି ହୋଇ ରହିଛି। ଇନ୍ଦୋରର ସମ୍ରାଟ, ମହାରାଜା ଯଶୱନ୍ତ ରାଓ ହୋଲକର ଦ୍ୱିତୀୟ ନିଜର ଆଧୁନିକ ଚିନ୍ତାଧାରା ଏବଂ ଆନ୍ତର୍ଜାତୀୟ ଜୀବନଶୈଳୀ ପାଇଁ ଜଣାଶୁଣା ଥିଲେ। ୧୯୨୩ ମସିହାରେ, ସମ୍ରାଟଙ୍କ ପିତା ଏହି ସ୍ୱତନ୍ତ୍ର ହୀରା କଙ୍କଣ ତିଆରି କରିଥିଲେ ଏବଂ ଦୁଇଟି ଗୋଲକୁଣ୍ଡା ପିଅର୍ସ ହୀରା ମଧ୍ୟ କିଣିଥିଲେ।

Sponsored
Golconda Blue diamond to be auctioned | Argus News