Videos
|
International

କ୍ଷେତରୁ ସୁନା ଖଣି ବାହାରିଲା, ହେଲେ ଖୋଳିଲା ବେଳକୁ ଏମିତି ହେଲା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
କ୍ଷେତରୁ ସୁନା ଖଣି ବାହାରିଲା, ହେଲେ ଖୋଳିଲା ବେଳକୁ ଏମିତି ହେଲା

Key Points

ସେ କାମ କରୁଥିବା ବେଳେ ଦେଖିଲେ କ'ଣ ଚମକୁଛି

ତାପରେ ସେ ଖୋଳିବା ଆରମ୍ଭ କଲେ

ଆଉ ଏବେ ...

କଥାରେ ଅଛି ଭଗବାନ କାହାପାଇଁ କେତେବେଳେ କ'ଣ ରଖିଥାନ୍ତି ସେ କଥା କେବଳ ଭଗବାନ ହିଁ ଜାଣନ୍ତି। ଆଜିର ରାଜା କାଲିର ଭିକାରୀ ହୋଇପାରେ, ଫକିର ଧନୀ ହୋଇପାରେ। ଏମିତି କିଛି ଘଟଣା ନେଇ ଆପଣ କାହାଣୀ କିମ୍ବା ସିନେମାରେ ଦେଖିଥିବେ। ସମାଜରେ ମଧ୍ୟ ଏମିତି ସତ ଘଟଣାର ଉଦାହରଣ ରହିଛି।


ୟୁରୋପୀୟ ଦେଶ ଫ୍ରାନ୍ସରୁ ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଚାଷୀଙ୍କ କ୍ଷେତରୁ ବହାରିଛି ସୁନା ଖଣି। ୫୨ ବର୍ଷୀୟ ଏହି ଚାଷୀଙ୍କ ନାମ ହେଉଛି ମିଶେଲ ଡୁପୋଣ୍ଟ। ସେ ସବୁଦିନ ଭଳି ସେଦିନ କ୍ଷେତରେ କାମ କରୁଥିଲେ। ଏହି ଭିତରେ ତାଙ୍କ ନଜର ପଡ଼ିଥିଲା କ୍ଷେତରେ ଚମକୁଥିବା କିଛି ଜିନିଷ ଉପରେ। ଯାହାକୁ ଖୋଳିଲା ପରେ ଏହା ଏକ ସୁନା ଭଣ୍ଡାର ବୋଲି ଜଣା ପଡିଛି। ଯାହାର ପ୍ରାଥମିକ ଆନୁମାନିକ ମୂଲ୍ୟ ୪ ବିଲିୟନ ୟୁରୋ ଅର୍ଥାତ୍ ୩୬ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନେଇ ଗଣମାଧ୍ୟମକୁ ମିଶେଲ କହିଛନ୍ତି, ଯେତବେଳେ ସେ ଜମିକୁ ଖୋଳିଥିଲେ ସେ ଯାହା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଧିରେଧିରେ ଏହି ଖବର ସାରା ଦେଶରେ ବ୍ୟାପି ଯାଇଥିଲା। ଏନେଇ ସରକାରଙ୍କ ପାଖରେ ଖବର ପହଞ୍ଚିବା ପରେ ସରକାର ଏହାକୁ ନିଜ ଅଧିନକୁ ନେଇ ଯାଇଛନ୍ତି। ଏଠାରେ ସମସ୍ତ ଗତିବିଧି ଉପରେ ରୋକ ଲଗାଯାଇଛି। ଏବେ ଆକଳନ କରାଯାଉଛି, ସେଇ ମାଟିତଳେ ୧୫୦ ଟନରୁ ଅଧିକ ସୁନା ରହିଛି। ସରକାର ଗାଇଡ୍‌ ଲାଇନ ଜାରି କରି କହିଛନ୍ତି ଯେଉଁ ପର୍ଯ୍ୟନ୍ତ ଏଠାରେ ପରୀକ୍ଷଣ ସରିନାହିଁ ସେ ପର୍ଯ୍ୟନ୍ତ ଏହି ଜମିରେ କୌଣସି କାର୍ଯ୍ୟ କରାଯିବ ନାହିଁ। ଏବେ ସେ ଜମିକୁ ଚାରିପଟୁ ଘେରାବନ୍ଦୀ କରାଯାଇଛି। ସରକାର ବର୍ତ୍ତମାନ ପରିବେଶ ଅନୁସନ୍ଧାନ ଜାରି ରଖିଛନ୍ତି।

Gold was extracted from the field | Argus News