Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ଶସ୍ତାରେ ମିଳୁଛି ହଲମାର୍କ ସୁନା

International

ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ଶସ୍ତାରେ ମିଳୁଛି ହଲମାର୍କ ସୁନା

Arpita Mohanty
Browse all articles by Arpita Mohanty
·11 months ago·2 min read
ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ଶସ୍ତାରେ ମିଳୁଛି ହଲମାର୍କ ସୁନା

Key Points

ଏଇଠି ମିଳେ ସବୁଠୁ ଶସ୍ତା ସୁନା 

ପ୍ରାଇସ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସୁନା ପିନ୍ଧିବାକୁ କାହାକୁ ଭଲ ଲାଗେନି? ସୁନା ପିନ୍ଧିବାର ସଉକ ସମସ୍ତଙ୍କର ଥାଏ। କୋଟିପତିଙ୍କଠୁ ଆରମ୍ଭ କରି ମଧ୍ୟବିତ୍ତ ପର୍ଯ୍ୟନ୍ତ ସଭିଙ୍କର ସୁନା ପସନ୍ଦ। ଗରିବଙ୍କ ପାଇଁ ତ ସୁନା ଏକ ସ୍ବପ୍ନ। ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସବୁଠାରୁ ଅଧିକ ସୁନାପ୍ରେମୀ। ଏଠି ସୁନା କିଣିଲେ କିଛି କ୍ଷତି ହୁଏନି ବରଂ ଲାଭ ହୁଏ ଭାବି ଲୋକେ ସୁନା କିଣିଥାନ୍ତି। କାରଣ ସୁନା ଦର ଦିନକୁ ଦିନ ବଢୁଛି ଏବଂ ଯେତେ ପୂରୁଣା ସୁନା ହେଲେ ବି ତାହା ଏବେକାର ମାର୍କେଟ ପ୍ରାଇସ ହିସାବରେ ହିଁ ବିକ୍ରି ହୁଏ। ତେଣୁ ଭାରତରେ ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ଯଥେଷ୍ଟ ସୁନା ଅଛି ତାହେଲେ ସିଏ ସବୁଠୁ ଧନୀ ।


ଭାରତରେ ସୁନାଦର ଆକାଶ ଛୁଇଁଲାଣି । ସୁନା କିଣିବା ସମସ୍ତଙ୍କ ପାଇଁ ଏକ ବଡ ଚିନ୍ତା ପାଲଟିଗଲାଣି। କିନ୍ତୁ ଆମେ ସବୁବେଳେ ଶୁଣି ଆସିଛେ କି ଦୁବାଇରେ ସୁନା ଶସ୍ତାରେ ମିଳେ। ଦୁବାଇର ଯେଉଁଆଡେ ଦେଖିବେ ଖାଲି ସୁନା , ସୁନାର ହୋଟେଲ ରିସର୍ଟ ଏମିତି କି ସୁନାରେ ତିଆରି ଗାଡି ସାଧାରଣ ଗାଡି ଭଳି ରାସ୍ତାରେ ଯାଉଥିବାର ଦେଖିବାକୁ ମିଳେ। ସେଥିପାଇଁ ତ ଦୁବାଇକୁ ସିଟି ଅଫ୍ ଗୋଲ୍ଡ ବୋଲି କୁହାଯାଏ। କିନ୍ତୁ ପ୍ରଶ୍ନ ହେଉଛି ଦୁବାଇରେ ସୁନା ଦର ଏତେ କମ୍ କିପରି?


ଦୁବାଇ, ଏକ ସ୍ବପ୍ନର ସହର , ସେଠାକାର ସୁନ୍ଦର ଆର୍କିଟେକ୍ଚର , ମର୍ଡନ ଇନଫ୍ରାଷ୍ଟ୍ରକଚର , ରିସର୍ଟ , ମରୂଭୂମି ଆଦି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ପାଇଁ ଏହା ନମ୍ବର ୱାନ ଟୁରିଷ୍ଟ ପ୍ଲେସ। ସପିଙ୍ଗ ପାଇଁ ଦୁବାଇ, ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ କାରଣ ସେଠାରେ ଟ୍ୟାକ୍ସ ଫ୍ରି ସପିଙ୍ଗ କରିବାକୁ ମିଳେ। ତା ସହିତ ସୁନା ପ୍ରେମୀଙ୍କ ପାଇଁ ତ ଦୁବାଇ ହେଉଛି ଟୁରିଷ୍ଟଙ୍କର ଫାଷ୍ଟ ଚଏସ। ସାରା ବିଶ୍ୱରୁ ପର୍ଯ୍ୟଟକ ଏବଂ ବ୍ୟବସାୟୀମାନେ ସୁନା ଶସ୍ତାରେ କିଣିବା ପାଇଁ ଦୁବାଇ ଯାଇଥାନ୍ତି । ଆଉ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯଦି ଦୁବାଇରୁ ସବୁଠାରୁ ଅଧିକ କୌଣସି ଦେଶର ଲୋକେ ସୁନା କିଣିବାକୁ ଯାଆନ୍ତି ତାହା ହେଉଛି ଭାରତ। ମାନେ ଦୁବାଇରେ ଭାରତୀୟ ମାନେ ସବୁଠାରୁ ଅଧିକ ସୁନା କିଣୁଥିବାରୁ ଫେମସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୁନାର ବିଶ୍ୱସ୍ତରୀୟ ଏକ ମୂଲ୍ୟ ରହିଛି। ଅନ୍ତର୍ଜାତୀୟ ସ୍ତରରେ ଏହାର ବ୍ୟବସାୟ ହୁଏ, ତେଣୁ ବୈଷୟିକ ଭାବରେ, ସୁନାର ମୂଲ୍ୟ ସବୁଠି ସମାନ ଥାଏ। କିନ୍ତୁ ଭାରତ ସହିତ ବାକି ଦେଶ ଯେମିତି କି ୟୁକେ ଏବଂ ଆମେରିକା ତୁଳନାରେ ଦୁବାଇରେ ସୁନା ସସ୍ଥା, କିନ୍ତୁ କେମିତି ? ଆମେ ସମସ୍ତେ ଜାଣିଛେ ଦୁବାଇ ତେଲ ରପ୍ତାନୀ ପାଇଁ ଲୋକପ୍ରିୟ। କିନ୍ତୁ ତେଲ ବ୍ୟତୀତ ଅନ୍ୟ ଯେଉଁସବୁ ସାମଗ୍ରୀ ଦୁବାଇ ଅନ୍ୟ ଦେଶ ଗୁଡିକୁ ବିକ୍ରି କରେ ସେଥିରୁ ୨୯ ପ୍ରତିଶତ ହେଉଛି କେବଳ ସୁନା। ତେଣୁ ତେଲ ପରେ ଯଦି ଦୁବାଇକୁ ସବୁଠାରୁ ଅଧିକ ଲାଭ କେଉଁ ବ୍ୟବସାୟରୁ ମିଳେ ତାହା ହେଉଛି ସୁନା। ଆପଣଙ୍କୁ ଜଣାଇଦେବୁ କି ଗୋଲ୍ଡ ଟ୍ରେଡିଙ୍ଗ ସିଟିସରେ ବିଶ୍ବର ପ୍ରମୁଖ ୩ ଟି ଦେଶ ମାନଙ୍କ ମଧ୍ୟରେ ଗୋଟିଏ ହେଉଛି ଦୁବାଇ। ଦୁବାଇରେ ପ୍ରତିବର୍ଷ ସୁନା ବ୍ୟବସାୟରେ ହାରାହାରି ୧୫% ଅଭିବୃଦ୍ଧି ହୋଇଥାଏ ।


କିନ୍ତୁ ଏତେ ମାତ୍ରାରେ ସୁନା ଦୁବାଇ କେଉଁଠାରୁ ଆଣେ ? ଦୁବାଇର ଏଥିରୁ କିପରି ଲାଭ ହୁଏ ? ଆଉ ଆପଣ କେବେ ଭାବିଛନ୍ତି ସୁନାଦର କେତେ ରହିବ କିଏ ନିର୍ଦ୍ଧାର କରେ? ଯଦି ଆପଣଙ୍କ ମନରେ ବି ଆଜିପର୍ଯ୍ୟନ୍ତ ଏହିସବୁ ପ୍ରଶ୍ନ ଉଙ୍କିମାରୁଛି ତାହେଲେ ଉପରେ ଦିଆଯାଇଥିବା ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ।

Sponsored
World's cheapest gold is here. Get hall marked gold at a very cheap price. | Argus News