Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଅଜଣା ବ୍ୟକ୍ତିର ବନ୍ଧୁକ ମାଡ଼ ନେଲା ୯ ଜୀବନ

Arpita Mohanty
Browse all articles by Arpita Mohanty
·2 years ago
ଅଜଣା ବ୍ୟକ୍ତିର ବନ୍ଧୁକ ମାଡ଼ ନେଲା ୯ ଜୀବନ

ଅର୍ଗସ ବ୍ୟୁରୋ : ଇରାନର ଦକ୍ଷିଣ-ପୂର୍ବ ସୀମା ଅଞ୍ଚଳରେ ଆଖିବୁଜା ଗୁଳିମାଡ । ୯ ଜଣ ପାକିସ୍ତାନୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ଜଣେ ଅଜ୍ଞାତ ବନ୍ଧୁକଧାରୀ ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା । କିଛି ଦିନ ପୂର୍ବରୁ ଇରାନ୍ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାର ଜବାବ ମିଳିବ ବୋଲି ପାକିସ୍ତାନ ସରକାର ଚେତାବନୀ ଦେଇଥିଲେ । ସେବେଠାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି।

ପାକିସ୍ତାନୀ ରାଷ୍ଟ୍ରଦୂତ ତେହେରାନ ମହମ୍ମଦ ମୁଦାସିର ଟିପୁଙ୍କୁ ଶନିବାର କହିଛନ୍ତି: “ସାରଭାନରେ ୯ଜଣ ପାକିସ୍ତାନୀଙ୍କ ଭୟାନକ ହତ୍ୟା ଦ୍ୱାରା ଆମେ ଗଭୀର ଭାବେ ଚକିତ । ଶୋକସନ୍ତପ୍ତ ପରିବାରକୁ ଦୂତାବାସ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବ। ଏହି ପ୍ରସଙ୍ଗରେ ଇରାନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆମେ ଆହ୍ବାନ କରିଛୁ। ” 

ଅଧିକ ପଢ଼ନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gunmen | Argus News