Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଏବେ ବି ବଞ୍ଚିଛି ହମାସ ମୁଖ୍ୟ ୟାହା ସିନୱାର ! ଚିନ୍ତାରେ ଇସ୍ରାଏଲ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଏବେ ବି ବଞ୍ଚିଛି ହମାସ ମୁଖ୍ୟ ୟାହା ସିନୱାର ! ଚିନ୍ତାରେ ଇସ୍ରାଏଲ

Key Points

  • ଏବେ ବି ବଞ୍ଚିଛି ହମାସ ମୁଖ୍ୟ ୟାହା ସିନୱାର !
  • ଇସ୍ରାଏଲ ପାଇଁ ମୁଣ୍ଡ ବିନ୍ଧା
  • ଗାଜାର ଗୁପ୍ତ ସୁଡଙ୍ଗରେ ଲୁଚିଛି ସିନୱାର  !

ଅର୍ଗସ ବ୍ୟୁରୋ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଥମୁନି ଚର୍ଚ୍ଚା । କାରଣ ଆତଙ୍କୀଙ୍କୁ ଖୋଜିବା ଏବଂ ନିପାତ କରିବାରେ ଇସ୍ରାଏଲ ଯେଉଁ ଯୁଦ୍ଧଂ ଦେଇ ଡାକରା ଦେଇଛି ସେଥିରେ ଅନେକ ଆତଙ୍କୀ ନିପାତ ହୋଇଛନ୍ତି । ହେଲେ ହମାସ ମୁଖ୍ୟ ୟାହା ସିନୱାର ଏବେ ବି ବଞ୍ଚିଛି ଇସ୍ରାଏଲ କହିବା ପରେ ପୁରା ବିଶ୍ଵରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ଇସ୍ରାଏଲର ଭୟଙ୍କର ଆକ୍ରମଣରେ ସେ କେମିତି ବଞ୍ଚିଗଲା ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରିଛି ।

ସେପ୍ଟମ୍ବର ୨୧ । ହମାସ ମୁଖ୍ୟ ୟାହା ସିନୱାର ନିହତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଥିଲା । ଶୀର୍ଷ କମାଣ୍ଡର ନିପାତ ଏକ ବଡ଼ ସଫଳତା ବୋଲି କହିଥିଲା ଇସ୍ରାଏଲ । ଏପରିକି ସେନାର ମିସନ ଗାଜାକୁ ଅଧିକ ସହଜ କରିଥିଲା ସିନୱାରର ମୃତ୍ୟୁ । ହେଲେ ମାତ୍ର ୨୦ ଦିନ ପରେ ସିନୱାର ବଞ୍ଚିଛି ବୋଲି ଇସ୍ରାଏଲ ବିବୃତି ଦେଇଥିବାରୁ ଚର୍ଚ୍ଚା ଜୋର । କୁହାଯାଉଛି କି ଯଦି ସେବେ ମରିଥିଲା ସିନୱାର ତେବେ ଏବେ କେମିତି ବଞ୍ଚିଲା ? ସେବେ ସତରେ ନିପାତ ହୋଇଥିଲା ନା ଇସ୍ରାଏଲକୁ ଭୁଲ ଖବର ମିଳିଥିଲା ?

ଇସ୍ରାଏଲର ଭୟଙ୍କର ଆକ୍ରମଣ ପରେ ବଞ୍ଚିଯାଇଥିବା ସିନୱାରର ମୁଖ୍ୟ କତାର ସହ ଯୋଗାଯୋଗ କରିଛି । ଖାଲି ଯୋଗାଯୋଗ କରିଛି ତାହା ନୁହେଁ ବରଂ ଉଦ୍ଧାର ପାଇଁ କୁଆଡ଼େ ସହାୟତା ବି ଲୋଡିଛି । ଏକ ଗୁପ୍ତ ଠିକଣାରୁ ସିନୱାର କତାର ସହ ଯୋଗାଯୋଗ କରିଥିବା ସୂଚନା ପାଇଛି ଇସ୍ରାଏଲ । ଯାହାର ସୁରାଗ ଲାଗିଛି ଇସ୍ରାଏଲ ହାତରେ । ହେଲେ କତାର ଏହି ଅଭିଯୋଗକୁ ଖଣ୍ଡନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିଥିଲା । ଏହି ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ ଥିଲା ସିନୱାର । ଯେହେତୁ ଆକ୍ରମଣରେ ଅନେକ ଇସ୍ରାଏଲ ନାଗରିକଙ୍କ ଜୀବନ ଯାଇଥିଲା । ତେଣୁ ମାଷ୍ଟର ମାଇଣ୍ଡକୁ ନିପାତ କରିବାକୁ ଇସ୍ରାଏଲ ପଣ କରିଥିଲା । ସେବେଠାରୁ ହିଁ ମୌକା ଖୋଜୁଥିଲା ଇସ୍ରାଏଲ । ଏହାରି ଭିତରେ ଜୁଲାଇ ୩୧ରେ ହାନିୟା ମରିବା ପରେ ସିନୱାର ହମାସର ମୁଖ୍ୟ ହୋଇଥିଲା । 
 

ସିନୱାରର ହିଷ୍ଟ୍ରି

ୟାହା ସିନୱାର । ଦୁର୍ଦ୍ଦାନ୍ତ ଆତଙ୍କୀ । କେମିତି ବିଶ୍ଵରେ ଆତଙ୍କୀ ବଢାଯିବ ସେନେଇ ରଣନୀତି କରେ ସିନୱାର । ଜାଣି ଆଶ୍ଚର୍ଯ୍ୟ ହେବେ କି ୨୨ ବର୍ଷ ଜେଲରେ ବି ରହିଛି ସେ । ଖାଲି ଏତିକି ନୁହେଁ ବରଂ ୨୦୧୧ରେ ହମାସରେ ଏଣ୍ଟ୍ରି ମାରେ ସିନୱାର ।  ବିଭତ୍ସ ହତ୍ୟା କରିବାରେ ଧୁରନ୍ଧର । ଶତ୍ରୁଙ୍କୁ ଜୀବନ୍ତ କବର ଦେଇ ପ୍ରତିଶୋଧ ନିଏ । ୨୦୧୪ରେ ମଧ୍ୟ ତା'ର ମୃତ୍ୟ ଖବର ଗୁଜବ ସାବ୍ୟସ୍ତ ହୋଇଥିଲା । ସେଇଥି ଲାଗି ତ ୨୦୧୫ରେ ଆମେରିକା ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରିଥିଲା ସିନୱାରକୁ । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ସିନୱାର ଯଦି ବଞ୍ଚିଥିବ ତେବେ ପୁଣି ଥରେ ଇସ୍ରାଏଲ ଉପରେ ସେ ଆକ୍ରମଣ କରିପାରେ । ତେଣୁ ଇସ୍ରାଏଲ ବି ଏବେ ସତର୍କ ରହିଛି ।
 

Sponsored
Hamas chief Yahya Sinwar | Argus News