Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Trump Gaza Plan / ଟ୍ରମ୍ପଙ୍କ "ଶାନ୍ତି ପ୍ରସ୍ତାବ"ରେ ହଁ ଭରିଲା ହମାସ, ପିଏମ୍ ମୋଦି କଲେ ପ୍ରଶଂସା

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଟ୍ରମ୍ପଙ୍କ "ଶାନ୍ତି ପ୍ରସ୍ତାବ"ରେ ହଁ ଭରିଲା ହମାସ, ପିଏମ୍ ମୋଦି କଲେ ପ୍ରଶଂସା

Key Points

ପ୍ରାୟ ୨ ବର୍ଷ ପରେ ଦେଖିବେ ସକାଳର ସୂର୍ଯ୍ୟୋଦୟ, ଖୋଲା ଆକାଶ ତଳେ ନେବେ ନିଶ୍ଵାସ । ଆଉ ଏମିତି ହେଲେ ସବୁ କ୍ରେଡିଟ୍ ଯିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ନୂଆଦିଲ୍ଲୀ: ହମାସର ଅନ୍ଧାର କୋଠରୀରେ ବନ୍ଦ ଥିବା ଇସ୍ରାଏଲ୍ ବନ୍ଧକ ମୁକ୍ତ ହେବେ । ପ୍ରାୟ ୨ ବର୍ଷ ପରେ ଦେଖିବେ ସକାଳର ସୂର୍ଯ୍ୟୋଦୟ, ଖୋଲା ଆକାଶ ତଳେ ନେବେ ନିଶ୍ଵାସ । ଆଉ ଏମିତି ହେଲେ ସବୁ କ୍ରେଡିଟ୍ ଯିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।


ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ପରେ ହମାସ୍ ଟ୍ରମ୍ପଙ୍କ ପ୍ରାୟ ସବୁ ବଡ଼ ସର୍ତ୍ତ ମାନି ନେବାକୁ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଗାଜାରୁ ସମସ୍ତ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିବା ସାମିଲ୍ ଅଛି । ଏହା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଇସ୍ରାଏଲ୍-ହମାସ୍ ମଧ୍ୟରେ ଚାଲିଥିବା ସଂଘର୍ଷରେ ପଡ଼ିବ କି ଯବନିକା ? କାରଣ ଦୁଇ ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି ।


ଏଥିସହ ପଢ଼ନ୍ତୁ: ଇସ୍ରାଏଲ୍ ଇରାନ ଯୁଦ୍ଧ ନେଇ ଆମେରିକାର ବଡ଼ ଘୋଷଣା


ଗାଜାକୁ ନେଇ ଟ୍ରମ୍ପ କରିଥିବା ଯୋଜନା ଓ ପ୍ରସ୍ତାବକୁ ନେଇ ହମାସ୍ ପଜିଟିଭ୍ ପ୍ରତିକ୍ରିୟା ଦେଇଛି । ହମାସର ଏହି ନିଷ୍ପତ୍ତି ପରେ ଆଶା କରାଯାଉଛି, ହୁଏତ ଗାଜାରେ ଯୁଦ୍ଧ ଶୀଘ୍ର ବନ୍ଦ ହୋଇଯିବ । ଫିଲିସ୍ତୀନର ମିଲିସିଆ ସଂଗଠନ ଶୁକ୍ରବାର କହିଛି, "ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ଅନୁସାରେ ଇସ୍ରାଏଲ୍‌ର ସମସ୍ତ ବନ୍ଧକଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ଅଛୁ । ସେ ଜୀବିତ ହୁଅନ୍ତୁ କି ମୃତ ।"


ଟ୍ରମ୍ପଙ୍କ 'ଗାଜା ପ୍ଲାନ୍'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

  • ହମାସ୍-ଇସ୍ରାଏଲ୍ ମଧ୍ୟରେ ଶାନ୍ତି ଚୁକ୍ତିର ୭୨ ଘଣ୍ଟା ଭିତରେ ଜୀବିତ ଓ ମୃତ, ସମସ୍ତ ଇସ୍ରାଏଲ୍ ବନ୍ଧକଙ୍କୁ ହମାସକୁ ମୁକ୍ତ କରିବାକୁ ପଡ଼ିବ ।

  • ପ୍ରତି ବଦଳରେ ଇସ୍ରାଏଲ୍ ମଧ୍ୟ ସମସ୍ତ ଫିଲିସ୍ତୀନ କଏଦୀଙ୍କୁ ତାର ଜେଲ୍‌ରୁ ଛାଡ଼ିବ ।

  • ଅସ୍ତ୍ରବିରତି ଲାଗୁ ହେଲେ ଇସ୍ରାଏଲ୍‌ ତାର ସେନାକୁ ପର୍ଯ୍ୟାୟକ୍ରମେ ଗାଜାରୁ ପ୍ରତ୍ୟାହାର କରି ନେବ ।

  • ଇସ୍ରାଏଲ୍ ଉପରେ ରକେଟ୍ ଓ ଅନ୍ୟ ଆକ୍ରମଣ ଗାଜା କରିବ ନାହିଁ ।

  • ସୁରକ୍ଷା ଦୃଷ୍ଟିରୁ ଗାଜାରେ ଏକ ବହୁରାଷ୍ଟ୍ରୀୟ ଫୋର୍ସ ମୁତୟନ କରାଯିବ । ଯେଉଁଥିରେ ଆରବ ରାଷ୍ଟ୍ର ସହ ଆମେରିକା ଓ ନାଟୋ ଦେଶର ଭାଗିଦାରୀ ରହିବ ।


ଗାଜାରେ ସରକାର ଚଳାଇବ ନାହିଁ ହମାସ୍


ଟ୍ରମ୍ପଙ୍କ ପ୍ଲାନ ନେଇ ହମାସ୍ ଏକ ବିବୃତି ଜାରି କରିଛି । ଯେଉଁଥିରେ କୁହାଯାଇଛି, "ଟ୍ରମ୍ପଙ୍କ ଗାଜା ପ୍ଲାନ୍ ଉପରେ ଚର୍ଚ୍ଚା ଆଲୋଚନା ପାଇଁ ମଧ୍ୟସ୍ଥିଙ୍କ ସହ କଥାହେବାକୁ ପ୍ରସ୍ତୁତ । ଯଦି ଆଲୋଚନା ସଫଳ ରୁହେ ତ ବନ୍ଧକଙ୍କୁ ଫେରାଇବା ଲାଗି ମାସ ମାସର ପ୍ରୟାସ ଫଳପ୍ରଦ ହେବ ।" ହମାସ ଆହୁରି କହିଛି, ଗାଜାର ପ୍ରଶାସନକୁ ଫିଲିସ୍ତୀନର ଟେକ୍ନୋକ୍ରେଣ୍ଟୋର ଏକ ସ୍ଵତନ୍ତ୍ର ଦଳକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ।


ଏଥିସହ ପଢ଼ନ୍ତୁ: ଗାଜା ସିଟି ଉପରେ ଇସ୍ରାଏଲ୍ କରିବ ସାମରିକ ନିୟନ୍ତ୍ରଣ !



ଗାଜାରେ ଶାନ୍ତି ପାଇଁ ଟ୍ରମ୍ପ ଆଣିଥିବା ପ୍ରସ୍ତାବକୁ ନେଇ ପ୍ରତିକ୍ରିୟା ରଖିଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହା ଆନନ୍ଦର ମୁହୂର୍ତ୍ତ, ଗାଜା ପଟ୍ଟିରେ ଶାନ୍ତି ଫେରିବ । ଇସ୍ରାଏଲର ବନ୍ଧକ ଘରକୁ ଫେରିବେ ।" ଏନେଇ ପିଏମ୍ ମୋଦି Xରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଭାରତ ସ୍ଥାୟୀ ଓ ନ୍ୟାୟ ସଂଗତ ଶାନ୍ତି ପଥରେ ସମସ୍ତ ପ୍ରୟାସକୁ ଦୃଢ଼ତାର ସହ ସମର୍ଥନ କରୁଥିବା କୁହାଯାଇଛି ।

Related Topics

Explore more stories

Sponsored
Hamas Agrees to Release Israeli Hostages Under Trump’s Gaza Peace Plan | Argus News | Argus News