Videos
|
International

ଆପଣ କେବେ କାଚର ଶୌଚାଳୟ ଦେଖିଛନ୍ତି କି?

Ritu Das
Browse all articles by Ritu Das
·2 years ago·1 min read
ଆପଣ କେବେ କାଚର ଶୌଚାଳୟ ଦେଖିଛନ୍ତି କି?

ଅର୍ଗସ ବ୍ୟୁରୋ: ରାସ୍ତା ପାର୍ଶ୍ବରେ ଲୋକଙ୍କ ବ୍ୟବହାର ପାଇଁ ସୁଲଭ ଶୌଚାଳୟ କରାଯାଇଥାଏ। କିନ୍ତୁ ଜାପାନରେ ,ଭଳି ଶୌଚାଳୟ ରହିଛି ଯାହା ସମ୍ପୂର୍ଣ୍ଣ କାଚର। ମାନେ ଟ୍ରାନ୍ସପରେଣ୍ଟ ଗ୍ଲାସ। ଏବେ ଆପଣ ନିଶ୍ଚିତ ଭାବୁଥିବେ କାହିଁକି କିଏ ଏଭଳି ଶୌଚାଳୟ ବ୍ୟବହାର କରିବାକୁ ଚାହିଁବ। କିନ୍ତୁ ଜାପାନର ଲୋକ ଉକ୍ତ ଶୌଚାଳୟକୁ ବ୍ୟବହାର କରିବାକୁ ତିଳେ ମାତ୍ର ସଙ୍କୋଚ କରନ୍ତି ନାହିଁ। 

 

ଆପଣଙ୍କୁ କଥାଟା ଟିକେ ଅଡ଼ୁଆ ଲାଗୁଥିବ କିନ୍ତୁ ଏହା ଏକଦମ ସତ। ତେବେ ଚାଲନ୍ତୁ ଏହି ଶୌଚାଳୟ ବିଷୟରେ କିଛି ଅଧିକ କଥା ଜାଣିବ। ଏହି ଟ୍ରାନ୍ସପରେଣ୍ଟ ଶୌଚାଳୟକୁ ଯିବାମାତ୍ରେ ତାହାର ଏଭଳି ଟେକନିକ ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଆପଣ ଉକ୍ତ ଶୌଚାଳୟରେ ପଶିବା ମାତ୍ରେ ଏହାର କାଚ ଡୋର ଗୁଡ଼ିକ ବ୍ଲର ହୋଇଯାଇଥାଏ। ଆଉ କାଚ ଭିତରେ କିଏ ଅଛନ୍ତି ଆଦୌ ବାହାରକୁ ଦିଶେ ନାହିଁ। ଏହି ଟଏଲଟର ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିବାବେଳେ ଲୋକେ ଏହି ଟଏଲଟକୁ ଦେଖି ଢେର ସାରା କମେଣ୍ଟ କରିଛନ୍ତି। କେହି ଏହି ଟଏଲଟକୁ ଦେଖି ମଜା ନେଉଥିବାବେଳେ କିଛି ଲୋକ ଏହି ଟେକନିକର ପ୍ରଶଂସା କରିଛନ୍ତି। ଆଉ କେହି କହିଛନ୍ତି ଖୁବଶୀଘ୍ର ଆମ ଭାରତରେ ବି ଏହି ଶୌଚାଳୟ ହେବା ଦରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Have you ever | Argus News