ଉକୁଣୀ ପାଇଁ ବିମାନ ଉଡାଣ ବନ୍ଦ

ଅର୍ଗସ ବ୍ୟୁରୋ: ଉକୁଣୀ ପାଇଁ ବିମାନ ଉଡାଣ ବନ୍ଦ ହୋଇଛି।ଘଟଣାଟି ହୁଏ ଆପଣଙ୍କୁ ଆଶ୍ଚର୍ଯ୍ୟ ଏବଂ କୌତୁହଳ ଲାଗୁଥାଇପାରେ। ହେଲେ ବି ଏହା ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଜଣେ ମହିଳାଙ୍କ ମୁଣ୍ଡରେ ଥିବା ଉକୁଣୀ ଏସବୁର କାରଣ। ଆମେରିକାର ଏକ ବିମାନ ଉଡାଣ କରୁଥିବା ସମୟରେ ଜଣେ ମହିଳାଙ୍କ କେଶରେ ଉକୁଣୀ ଦୃଷ୍ଟିଗୋଚର ହୋଇଥିଲା । ଫଳରେ ହଠାତ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ସହଯାତ୍ରୀମାନେ ଭୟରେ ହୋ-ହାଲ୍ଲା କରିବାରେ ମଧ୍ୟ ଲାଗିଥିଲେ । ଏହି ବିମାନଟି ଲସ ଏଞ୍ଜେଲସରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିଲା ।
ମହିଳାଙ୍କ କେଶର ଉକୁଣୀ କାରଣରୁ ବିମାନକୁ ଫିନିକ୍ସରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଲୋକେ ଭୟଭୀତ ହୋଇ ପଡିଥିଲେ ଓ ଅବତରଣର କାରଣ ଅନେକ ସମୟ ପର୍ଯ୍ୟନ୍ତ ଜାଣି ପାରି ନ ଥିଲେ । ବିମାନରେ ବହୁ ସମୟ ପର୍ଯ୍ୟନ୍ତ ହୋ ହାଲ୍ଲା ମଧ୍ୟ ଲାଗି ରହିଥିଲା । ଅବତରଣ ସମୟ ଅପେକ୍ଷା ଅବତରଣ ପରେ ଏହି ଘଟଣା ଆହୁରି ଭିନ୍ନ ମୋଡ ନେଇଥିଲା । ୧୨ ଘଣ୍ଟା ବିଲମ୍ବିତ ହୋଇଥିଲା ବିମାନ ମହିଳାଙ୍କ କେଶର ସାମାନ୍ୟ ଉକୁଣୀ ପାଇଁ । ଫଳରେ ଯାତ୍ରୀଙ୍କୁ ହୋଟେଲର ଭାଉଚର ମଧ୍ୟ ପ୍ରଦାନ କରାଯାଇଥିଲା । ଏୟାରଲାଇନ୍ସର କହିବାମୁସାରେ, ମେଡିକାଲ ଇମାରଜେନ୍ସି ପାଇଁ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ଆମେରିକାରେ ଘଟିଥିବା ଏହି ଘଟଣା ସାରା ବିଶ୍ୱରେରେ ଏବେ କୌତୁହଳ ସୃଷ୍ଟି କରିବା ସହ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ।
ମାତ୍ର ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ବିମାନରେ ଟିକଟକ କ୍ରିଏଟର୍ସ ଏଥନ ଜୁଡେଲସନ ମଧ୍ୟ ଯାତ୍ରା କରୁଥିଲେ । ଏହି ଘଟଣାର ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ବିମାନ ଅବତରଣ ପରେ ମହିଳା ଜଣକ ଦୌଡିକି ପଳାଇଥିଲେ । କେହି କିଛି ବୁଝିପାରି ନଥିଲେ । ମହିଳା ଜଣକ ମଧ୍ୟ ବେଶ୍ ବ୍ୟତିବ୍ରସ୍ତ ହୋଇ ପଡିଥିଲେ । ପରେ ଏହି ଘଟଣାଟି ଭାଇରାଲ ହୋଇଥିଲା। ବଡ କଥା ହେଉଛି ଯେ, ପ୍ରାୟ ଅନେକ ମହିଳାଙ୍କ ମୁଣ୍ଡରେ ଉକୁଣୀ ଥାଏ। କିନ୍ତୁ ସେମାନେ ଏହାକୁ ସଫା ନକରିବା ଦ୍ୱାରା ଏଭଳି ପରିସ୍ଥିତି ଉପୁଜିଥାଏ।
ଅଧିକ ଦିନ ମୁଣ୍ଡରେ ଉକୁଣୀ ରହିବା ମଧ୍ୟ ଭଲ ନୁହେଁ। ଉକୁଣୀ ଏକ ପ୍ରକାର କୀଟ, ଯାହା ବ୍ୟକ୍ତିର ମୁଣ୍ଡରେ ନିଜର ଘର କରିନିଏ। କେଶ ମଳରେ ରହି କେବଳ ରକ୍ତ ଶୋଷିନିଏ, ତାହା ପୁହେଁ ବରଂ ମୁଣ୍ଡବ୍ୟଥା, କୁଣ୍ଡେଇ ହେବା ଏବଂ ତ୍ୱଚା ସଂକ୍ରମଣ ଭଳି ସମସ୍ୟା ଦେଖାଦିଏ। ଅନେକ ଥର ଲଜ୍ଜାର କାରଣ ମଧ୍ୟ ହୋଇଥରାଏ । ଏଇ ଯେମିତି ଆମେରିକାରେ ଘଟିଛି। ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଥାଏ। ତେଣୁ ଜଣକ ଠାରୁ ଅନ୍ୟ ଜଣକ ପାଖକୁ ବହୁତ ସହଜରେ ଚାଲିଯାଏ। ଯଦି କୌଣସି ବ୍ୟକ୍ତି ବାରମ୍ୱାର ମୁଣ୍ଡ କୁଣ୍ଡାଉଥାଏ ତେବେ ସାବଧାନ ହୋଇଯାଆନ୍ତୁ।
📱 Get Argus News App
✨ଅଧିକ ପଢ଼ନ୍ତୁ ବିଦେଶ ଖବର: