ହଡସନରେ ଖସିବା ପୂର୍ବରୁ ୨ ଖଣ୍ଡ ହୋଇଗଲା ହେଲିକପ୍ଟର, ସିମେନ୍ସ ସିଇଓଙ୍କ ସହ ପରିବାର ନିଶ୍ଚିହ୍ନ

ନଦୀରେ ଖସି ପଡ଼ିଲା ହେଲିକପ୍ଟର । ଦୁଇ ଖଣ୍ଡ ହୋଇ ନଦୀର ଖସିବା ସହ ସଫା ହୋଇଗଲା ଗୋଟିଏ ପରିବାର । ମଝି ଆକାଶରେ ଏଭଳି ଦୁର୍ଘଟଣା ଘଟିଛି ଆମେରିକାର ମ୍ୟାନହଟ୍ଟନଓ ଜର୍ସି ସିଟି ନିକଟ ହଡସନ ନଦୀ ଗର୍ଭରେ । କ୍ରାସ୍ ପରେ ଦୁଇ ଫାଳ ହୋଇ ହେଲିକପ୍ଟରଟି ନଦୀରେ ଖସି ପଡ଼ିଛି ।
ଆଉ ଏଥିରେ ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନୀ ସିମେନ୍ସର ସ୍ପେନ୍ ପ୍ରଭାଗ ସିଇଓ ଓ ତାଙ୍କ ପରିବାର ଏବଂ ପାଇଲଟଙ୍କ ମୃତ୍ୟୁ ହୋଇଛି । ଆକାଶରୁ ହଡସନ ନଦୀ ଗର୍ଭକୁ ହେଲିକପ୍ଟର ଖସିବା ଅନେକ ଦେଖିବା ସହ ଭିଡିଓ ରେକର୍ଡ କରିଥିଲେ । କୁହାଯାଉଛି, ମଝି ଆକାଶରେ ହେଲିକପ୍ଟରଟି ଭାଗ ଭାଗ ହୋଇ ଯାଇ ନଦୀକୁ ଖସି ପଡ଼ିଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ ଓ ରେକର୍ଡ ଭିଡିଓ ଅନୁସାରେ, ହେଲିକପ୍ଟରଟି ପ୍ରବଳ ଥଣ୍ଡା ପାଣିରେ ଖସି ପଡ଼ିଥିଲା । ହେଲିକପ୍ଟର ପଙ୍ଖା ଓ ରୋଟର ଖସି ପଡ଼ିଥିବା ପ୍ରତ୍ୟକ୍ଷ ଦର୍ଶୀ ଦେଖିଥିଲେ । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଛି ।
ହେଲିକପ୍ଟରଟିରେ ଜଣେ ପାଇଲଟଙ୍କ ସହ ୫ ଜଣ ସ୍ପେନର ପର୍ଯ୍ୟଟକ ଥିଲେ । ସମସ୍ତଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଛୁଆ ଅଛନ୍ତି । ୪ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ବେଳେ ଜଣେ ମେଡିକାଲ୍ରେ ଆଖି ବୁଜିଛନ୍ତି । ତେବେ ହେଲିକପ୍ଟର ଦୁର୍ଘଟଣାକୁ ଏପ୍ପଲ ପର୍ଯ୍ୟଟକ ହେଲିକପ୍ଟର କମ୍ପାନୀ ସିଇଓ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ।
📱 Get Argus News App
✨
ତାଙ୍କ ଅନୁସାରେ, ପର୍ଯ୍ୟଟକଙ୍କୁ ନେଇ ହେଲିକପ୍ଟରଟି ବେସକୁ ଫେରୁଥିଲା । ଫେରିବା ସମୟରେ ହଡସନ ନଦୀରେ ଖସି ପଡ଼ିଥିଲା । ଖସିବା ପୂର୍ବରୁ ପାଇଲଟ୍ କହିଥିଲେ, ସେ ଅବତରଣ କରୁଛନ୍ତି, ଇନ୍ଧନର ଆବଶ୍ୟକତା ରହିଛି । ବେସ୍ରେ ପହଞ୍ଚିବା ଲାଗି ପ୍ରାୟ ୩ ମିନିଟ୍ ସମୟ ଲାଗିବ । କିନ୍ତୁ ୨୦ ମିନିଟ୍ ପରେ ବି ହେଲିକପ୍ଟର ବେସ୍ରେ ପହଞ୍ଚି ନଥିଲା । ସ୍ପେନ୍ ସିମେନ୍ସ କମ୍ପାନୀର ଅଧ୍ୟକ୍ଷ ଅଗଷ୍ଟିନ୍ ଏସ୍କୋବାର, ପତ୍ନୀ ଓ ତାଙ୍କ ୩ ଛୁଆ ହେଲିକପ୍ଟରରେ ଥିଲେ ।